ରାଜ୍ୟରେ ୧୦ ବର୍ଷରେ ୨୯ ବାଘ ଶିକାର

ଭୁବନେଶ୍ୱର,୨୯ା୩ (ବ୍ୟୁରୋ): ଓଡ଼ିଶାରେ ଗତ ୧୦ ବର୍ଷ ଅର୍ଥାତ୍‌ ୨୦୧୨-୧୩ରୁ ୨୦୨୧-୨୨ ଭିତରେ ୨୯ ବାଘଙ୍କୁ ଶିକାରୀ ମାରିଛନ୍ତି। ସେଥିମଧ୍ୟରେ ୩ଟି ମହାବଳ, ୨୬ଟି କଲରାପତରିଆ ବାଘ ରହିଛନ୍ତି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ମଙ୍ଗଳବାର ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି। ଓଡ଼ିଶାରେ ବନ୍ୟଜନ୍ତୁଙ୍କ ଶିକାର କରି ଛାଲ, ଦାନ୍ତ, ନଖ ଆଦି ଚୋରାଚାଲାଣ ପାଇଁ ର଼୍ୟାକେଟ୍‌ ସକ୍ରିୟ ରହିଛି। ବନବିଭାଗ କଁା ଭଁା ଶିକାରୀଙ୍କୁ ଗିରଫ କରୁଥିବାବେଳେ ର଼୍ୟାକେଟ୍‌ ଚଳାଇଥିବା ବ୍ୟକ୍ତିଙ୍କଠାରେ ପହଞ୍ଚତ୍ପାରୁ ନ ଥିବା ବନ୍ୟପ୍ରାଣୀ ପ୍ରେମୀମାନେ ଅଭିଯୋଗ କରିଆସୁଛନ୍ତି। ୧୦ ବର୍ଷରେ ଯେଭଳି ବାଘଙ୍କ ମୃତ୍ୟୁ ଘଟିଛି ତା’ ଜାରି ରହିଲେ ରାଜ୍ୟର ଚିଡିଆଖାନାରେ ସେମାନଙ୍କ ସଂଖ୍ୟା ସୀମିତ ରହିବ ବୋଲି କ୍ଷୋଭ ପ୍ରକାଶ ପାଇଛି।
ରାଜ୍ୟରେ ୨୮ଟି ମହାବଳ ଓ ୭୬୦ଟି କଲରାପତରିଆ ବାଘ ଅଛନ୍ତି। ୧୦ ବର୍ଷ ମଧ୍ୟରେ ୬ଟି ମହାବଳ ବାଘ ଓ ୪୯ କଲରାପତରିଆ ବାଘ ମରିଛନ୍ତି। ସେଥିରୁ ୩ଟି ମହାବାଘ ଏବଂ ୨୬ଟି କଲରାପତରିଆ ଶିକାରୀ ଦ୍ୱାରା ମରିଛନ୍ତି। ସେହିପରି ୧୦ ବର୍ଷରେ ୪୯ କଲରାପତରିଆ ବାଘ ମରିଥିବା ବେଳେ ୨୬ଟି ଶିକାରୀ ଦ୍ୱାରା ମରିଛନ୍ତି। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତିଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମଙ୍ଗଳବାର ବିଧାନସଭାରେ ମନ୍ତ୍ରୀ ଅମାତ ଏହି ସୂଚନା ଦେଇଛନ୍ତି। ତାରା ପଚାରିଥିଲେ, ରାଜ୍ୟରେ କେତେ ପ୍ରଜାତିର ବାଘ ରହିଛନ୍ତି, କେତେ ସଂଖ୍ୟକ ବାଘ ଗତ ୧୦ ବର୍ଷରେ ମୃତ୍ୟୁବରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ କେତୋଟି ବାଘ ଶିକାରୀଙ୍କ ଦ୍ୱାରା ଶିକାର ହୋଇଛନ୍ତି। ଏହାର ଜବାବରେ ମନ୍ତ୍ରୀ କହିଛନ୍ତି, ୨୦୧୮ ତଥ୍ୟ ଅନୁଯାୟୀ ଓଡ଼ିଶା ଜଙ୍ଗଲରେ ୨୮ଟି ମହାବଳ ବାଘ ଓ ୭୬୦ଟି କଲରାପତରିଆ ବାଘ ଅଛନ୍ତି। ବ୍ୟାଘ୍ରଙ୍କ ବଂଶବୃଦ୍ଧି ଓ ସୁରକ୍ଷା ପାଇଁ ୨ ଗୋଟି ବ୍ୟାଘ୍ର ପ୍ରକଳ୍ପ ଓ ଶିକାର ନିରୋଧକ ଶିବିର ପ୍ରତିଷ୍ଠା କରାଯାଇଥିବା ବେଳେ ସ୍ପେଶାଲ ସ୍କ୍ବାଡ୍‌ ମୁତୟନ, ଜଙ୍ଗଲରେ ପାଦଚଲା ପଇଁତରା, ତୃଣଭୋଜି ପ୍ରାଣୀଙ୍କ ବୃଦ୍ଧି ପାଇଁ ଚାରଣ ଭୂମିର ବିକାଶ, ଜଙ୍ଗଲ ନିଆଁର ପ୍ରତିରୋଧ ଭଳି ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri