ଅନଲାଇନ ଗେମିଂରେ ୨୮ ପ୍ରତିଶତ ଜିଏସଟିର ପ୍ରଭାବ: ଏମପିଏଲ ୩୫୦ କର୍ମଚାରୀଙ୍କୁ କରିବ ଛଟେଇ…

ନୂଆଦିଲ୍ଲୀ,୮।୮ : ଅନଲାଇଇନ ଗେମିଂରେ ୨୮ ପ୍ରତିଶତ ଜିଏସଟି ଲାଗୁ ହେବା ନିଷ୍ପତ୍ତିିର ପ୍ରଭାବ ଅନୁଭୁତ ହୋଇଛି। ଅନଲାଇନ୍‌ ଗେମିଂ କମ୍ପାନୀ ଏମପିଏଲ(ମୋବାଇଲ ପ୍ରିମିୟର ଲିଗ) ଏହାର ୩୫୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ଅନଲାଇନ ଗେମିଂରେ ଜିଏସଟି ହାରରେ ବୃଦ୍ଧି ଯୋଗୁ କମ୍ପାନୀ ଏଭଳି ପଦକ୍ଷେପ ଗ୍ରହଣ କରିଛି। ଅଗଷ୍ଟ ୮ ରେ କର୍ମଚାରୀଙ୍କୁ ପଠାଯାଇଥିବା ଏକ ଇମେଲରେ ଏମପିଏଲର ସହ-ପ୍ରତିଷ୍ଠାତା ତଥା ସିଇଓ ସାଇ ଶ୍ରୀନିବାସନ କହିଛନ୍ତି ଜିଏସଟିରେ ୨୮ ପ୍ରତିଶତ ବୃଦ୍ଧି ଯୋଗୁ ଆମ ଉପରେ ଟିକସ ବୋଝ ୩୫୦ ରୁ ୪୦୦ପ୍ରତିଶତ ବୃଦ୍ଧି ପାଇବ। ଏହି କାରଣରୁ କମ୍ପାନୀ କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି।

ସାଇ ଶ୍ରୀନିବାସନ କହିଛନ୍ତି କର୍ମଚାରୀଙ୍କ ବ୍ୟତୀତ କମ୍ପାନୀର ମୁଖ୍ୟ ଖର୍ଚ୍ଚ ହେଉଛି ସର୍ଭର ଏବଂ ଅଫିସ ଭିତ୍ତିଭୂମି, ଯାହା ଖର୍ଚ୍ଚ ହ୍ରାସ କରିବା ଆବଶ୍ୟକ। ବାସ୍ତବରେ, ୧୧ ଜୁଲାଇ ୨୦୨୩ ରେ, ଜିଏସଟି ପରିଷଦ ଅନଲାଇନ ଗେମିଂ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ କରିବାକୁ ଘୋଷଣା କରିଥିଲା, ଯାହା ୧ ଅକ୍ଟୋବର ୨୦୨୩ରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ଅନଲାଇନ ଗେମିଂ କମ୍ପାନୀଗୁଡିକ ପ୍ରଧାନମନ୍ତ୍ରୀଙ୍କ ଠାରୁ ଅର୍ଥମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି।

ତେବେ ୨ ଅଗଷ୍ଟରେ ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି ୧ ଅକ୍ଟୋବର ୨୦୨୩ରୁ ଅନଲାଇନ ଖେଳ, ଘୋଡା ଦୌଡ଼ ଏବଂ କାଜିନୋ ଉପରେ ୨୮ ପ୍ରତିଶତ ଟିକସ ଲାଗୁ କରାଯିବ। ଏହି ତାରିଖର ଛଅ ମାସ ପରେ ଜିଏସଟି ପରିଷଦ ଲାଗୁ ହୋଇଥିବା ଟ୍ୟାକ୍ସର ସମୀକ୍ଷା କରିବ ।

ତେବେ ଜିଏସ୍ଟି କାଉନସିଲର ଏହି ନିଷ୍ପତ୍ତି ଯୋଗୁ ଗେମିଂ କମ୍ପାନୀ ଡ୍ରିମ ୧୧ ଏବଂ ଏମପିଏଲର ଅସୁବିଧା ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୩ ଜୁଆଙ୍ଗଙ୍କ ମୃତ୍ୟୁ, କେନ୍ଦୁଝରରେ କଂଗ୍ରେସର ପ୍ରତିବାଦ

କେନ୍ଦୁଝର,୨୯ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଦାଦନ ଖଟିବାକୁ ତାମିଲନାଡୁ ଯାଇ କେନ୍ଦୁଝର ଜିଲାର ୧୩ ଜଣ ଆଦିମ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର ଯୁବତୀଙ୍କ ମୃତ୍ୟୁ ଘଟଣାକୁ କଂଗ୍ରେସ ପକ୍ଷରୁ…

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର ସହଜ ଉପାୟ…

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିବା ନିହାତି ଦରକାର। ନ ହେଲେ ଆମେ ରୋଗଗ୍ରସ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ତେବେ ଏହାକୁ ସନ୍ତୁଳିତ…

୩ବର୍ଷର ନାବାଳିକାଙ୍କୁ ବଳାତ୍କାର କଲେ ୬୫ ବର୍ଷୀୟ ବୃଦ୍ଧ, ପରେ ପଥରରେ ଛେଚି ମାରିଦେଲେ

ମୁମ୍ବାଇ,୨୯।୬: ପୁଣେରେ ଜଣେ ତିନି ବର୍ଷର ଶିଶୁ କନ୍ୟାକୁ ବଳାତ୍କାର ଏବଂ ହତ୍ୟା ମାମଲାରେ ଦୋଷୀକୁ ମୃତ୍ୟୁଦଣ୍ଡ ଦିଆଯାଇଛି । ପୁଣେର ଏକ ସ୍ୱତନ୍ତ୍ର ଅଦାଲତ ୬୫…

ଏଲ୍‌ ନିନୋ ଏବଂ ଉତ୍ତପ୍ତ ପାଣିପାଗ

ଇତିହାସରେ ଏଲ୍‌ ନିନୋ : ବିଗତ ୧୯୮୨-୮୩ ଏବଂ ୧୯୯୭-୯୮ ମସିହାର ଏଲ୍‌ ନିନୋଗୁଡ଼ିକ ବିଂଶ ଶତାବ୍ଦୀର ସବୁଠାରୁ ତୀବ୍ର ଘଟଣା ଥିଲା। ୧୯୮୨-୮୩ର ଘଟଣାଗୁଡ଼ିକ ସମୟରେ,…

୧ ଜୁଲାଇରୁ ଝଟ୍‌କା! ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପଡ଼ିବ ପ୍ରଭାବ; ଆଧାର, ଆଇଟିଆର୍ ଏବଂ ବ୍ୟାଙ୍କରେ…

ନୂଆଦିଲ୍ଲୀ,୨୯।୬: ୧ ଜୁଲାଇ ୨୦୨୬ରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପରିବର୍ତ୍ତନ ଲାଗୁ ହେବାକୁ ଯାଉଛି। ଏହାର ପ୍ରଭାବ ଟ୍ୟାକ୍ସପେୟର (କରଦାତା), ବ୍ୟାଙ୍କ ଗ୍ରାହକ, କ୍ରେଡିଟ୍ କାର୍ଡ ବ୍ୟବହାରକାରୀ,…

ଟିମ ଇଣ୍ଡିଆ ଆୟରଲ୍ୟାଣ୍ଡ ବିପକ୍ଷରେ ସିରିଜ ହାରିବାର ଅସଲ କାରଣ କହିଲେ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୯।୬: ଭାରତୀୟ ଦଳ ଆୟରଲ୍ୟାଣ୍ଡ ଗସ୍ତରେ ନିରାଶାର ସମ୍ମୁଖୀନ ହୋଇଥିଲା, ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଏକ ବଡ଼ ପରାଜୟ ବରଣ କରିଥିଲା। ବେଲଫାଷ୍ଟରେ ପ୍ରଥମ…

RBIର ନୂଆ ପ୍ଲାନ! ଅନଲାଇନରେ ଟଙ୍କା ପଠାଇବା ନିୟମରେ ହେବ ପରିବର୍ତ୍ତନ, ଲାଗିବ….

ନୂଆଦିଲ୍ଲୀ,୨୯।୬: ଡିଜିଟାଲ୍ ପେମେଣ୍ଟର ବର୍ଦ୍ଧିତ ଧାରା ମଧ୍ୟରେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଅନଲାଇନ୍ ଠକେଇକୁ ରୋକିବା ପାଇଁ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। RBI…

ଏଲପିଜି ଗ୍ରାହକ ସାବଧାନ! ଆଉ ମାତ୍ର ୪୮ ଘଣ୍ଟା, ବନ୍ଦ ହୋଇଯିବ ଏହି ଜରୁରୀ ସେବା…

ନୂଆଦିଲ୍ଲୀ,୨୯।୬: ଯଦି ଆପଣଙ୍କ ଘରେ ମଧ୍ୟ ଇଣ୍ଡେନ୍ (Indane), ଏଚପି (HP) କିମ୍ବା ଭାରତ ଗ୍ୟାସ୍ (Bharat Gas) ର ଏଲପିଜି କନେକ୍ସନ ଅଛି, ତେବେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri