ଭୁବନେଶ୍ୱର,୧୦ା୧: ଟ୍ବିନସିଟି କଟକ ଓ ଭୁବନେଶ୍ବରରେ ଅସମ୍ଭାଳ ଶୀତ ଅନୁଭୂତ ହେଉଛି। କଟକରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ଥିବାବେଳେ ଭୁବନେଶ୍ୱରରେ ୯.୨ ଡିଗ୍ରୀ ତାପମାତ୍ରା ରହିଛି। ଶୀତର ପ୍ରକୋପ ଯୋଗୁ ଲୋକେ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଘରୁ ବାହାରି ପାରୁନାହାନ୍ତି।
ଅନ୍ୟପକ୍ଷରେ ରାଜ୍ୟର ୨୮ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ଭାବେ ପରିଗଣିତ ହୋଇଛି। ସେହିପରି ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୪.୧ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ାରେ ୪.୫ ଡିଗ୍ରୀ ଏବଂ ଚିପିଲିମାରେ ତାପମାତ୍ରା ୫.୫ ଡିଗ୍ରୀ ରହିଛି।