୨୮ ବାଇକ୍‌ ଚୋରି କରି ଜଙ୍ଗଲରେ ରଖିଥିଲେ, ଚଢ଼ାଉ କରି ୨ ଜଣଙ୍କୁ ବାନ୍ଧିଲା ପୋଲିସ

ସମ୍ବଲପୁର୧୭ା୧୧(ପ୍ରମୋଦ ବହିଦାର): ଜଙ୍ଗଲ ମଧ୍ୟରେ ୨୮ ଚୋରା ବାଇକ୍‌କୁ ବିକ୍ରି ପାଇଁ ଲୁଚାଇ ରଖିଥିବାବେଳେ ଅଇଁଠାପାଲି ପୋଲିସ ଜବତ କରିଛି। ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ଜାରଙ୍ଗ ଜଙ୍ଗଲରୁ ବାଇକ୍‌ଗୁଡ଼ିକ ଜବତ କରାଯାଇଛି। ଏହି ଘଟଣାରେ ସୋନପୁର ବୀରମହାରାଜପୁରର ରାମକୁମାର ପଣ୍ଡା ଓ ବୌଦ୍ଧ ମନମୁଣ୍ଡାର ସର୍ଦୁଲ ଗାଇଗୋରିଆ ନାମକ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।
ଏନେଇ ଅଇଁଠାପାଲି ଥାନାରେ ରବିବାର ପୂର୍ବାହ୍ନ ଆୟୋଜିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁସାରେ ଗତ ନଭେମ୍ବର ୯ ତାରିଖରେ ଜଗନ୍ନାଥ କଲୋନୀର ଧୀରଜ କୁମାର ପୂଜାରୀ କଲୋନୀର ପାର୍କ ନିକଟରୁ ତାଙ୍କ ସ୍କୁଟର(ଓଡି-୧୫କ୍ୟୁ-୪୧୬୯) ଚୋରି ହୋଇଥିବା ନେଇ ଏତଲା ଦେଇଥିଲେ। ତାଙ୍କ ଏତଲା ଆଧାରରେ ଅଇଁଠାପାଲି ଥାନାରେ କେସ୍‌ ନମ୍ବର ୩୮୦/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଅରମ୍ଭ କରିଥିଲା। ତେବେ ଉକ୍ତ ଚୋରି ସ୍କୁଟରରେ ଦୁଇଜଣ ଯୁବକ ଅଇଁଠାପାଲି ବସ୍‌ଷ୍ଟାଣ୍ଡ ନିକଟରେ ବୁଲାବୁଲି କରୁଥିବା ଅଇଁଠାପାଲି ପୋଲିସକୁ ଖବର ମିଳିଥିଲା। ଖବର ପାଇ ଅଇଁଠାପାଲି ଥାନା ଏସଆଇ ନୀଳାଦ୍ରି ବିଶ୍ବାଳ ସଦଳବଳ ସେଠାରେ ପହଞ୍ଚି ଉକ୍ତ ଯୁବକ ଦ୍ବୟଙ୍କୁ ଚୋରି ସ୍କୁଟର ସହ ଥାନାକୁ ଆଣି ଜେରା କରିଥିଲେ। ଜେରାବେଳେ ଉଭୟ ସ୍କୁଟର ଚୋରି କରିଥିବା ସ୍ବୀକାର କରିବାରୁ ସେମାନଙ୍କ ସୂଚନା ଅନୁସାରେ ପୋଲିସ ଚୋରି ବାଇକ୍‌ଗୁଡ଼ିକ ଯୁଯୁମୁରା ଜାରଙ୍ଗ ଜଙ୍ଗଲରୁ ଜବତ କରିଛି। ଏମାନେ ବାଇକ୍‌ ଚୋରି ସିଣ୍ଡିକେଟ ଚଳାଉଥିଲେ ବୋଲି ଅତିରିକ୍ତ ଏସ୍‌ପି ଅଜୟ ମିଶ୍ର ସୂଚନା ଦେଇଛନ୍ତି। ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri