ଦିନକରେ କଟାଗଲା ୨୭୭ ଚାଲାଣ

ଅନୁଗୋଳ ଅଫିସ, ୨୬।୫: ଅନୁଗୋଳ ଜିଲାରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ୁଛି। ଜାତୀୟ ରାଜପଥ ହେଉ କି ରାଜ୍ୟ ରାଜପଥ, ଦୈନିକ ଦୁର୍ଘଟଣାରେ ଏକାଧିକ ଲୋକଙ୍କ ଜୀବନହାନି ଘଟୁଛି। ସଡ଼କ ସୁରକ୍ଷା ନିୟମ ପାଳନ କରାଯାଉ ନ ଥିବାରୁ ଦୁର୍ଘଟଣା ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହେଉଥିବା ଅଭିଯୋଗ ପରେ ଏବେ କଠୋର ଆଭିମୁଖ୍ୟ ଦେଖାଇଛି ଅନୁଗୋଳ ଆଞ୍ଚଳିକ ପରିବହନ ବିଭାଗ। ବୁଧବାର ଜିଲାର ବିଭିନ୍ନ ସ୍ଥାନରେ ଗାଡ଼ି ଚେକିଂ କରାଯାଇ ୨୭୭ ଜଣ ଚାଳକଙ୍କ ନାମରେ ଚାଲାଣ କଟାଯାଇଛି। ସେମାନଙ୍କ ମଧ୍ୟରୁ ୫୩ ଜଣଙ୍କ ଲାଇସେନ୍ସ ରଦ୍ଦ କରାଯାଇଥିବା ଅଞ୍ଚଳିକ ପରିବହନ ଅଧିକାରୀ ବିଭବ ସାମନ୍ତସିଂହ ରାୟ ସୂଚନା ଦେଇଛନ୍ତି।
ଅନୁଗୋଳ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଏକ ସ୍ପେଶାଲ ଡ୍ରାଇଭ କରାଯାଇଥିଲା। ଜିଲାରେ ବିଭିନ୍ନ ସ୍ଥାନରେ ଚେକିଂ ମାଧ୍ୟମରେ ଦୁଇ ଚକିଆ ଠାରୁ ଆରମ୍ଭ କରି ଟ୍ରକ୍‌ ଚାଳକଙ୍କ ଗତିବିଧ ଉପରେ ନଜର ରଖାଯାଇଥିଲା। ବିଶେଷକରି ହେଲମେଟ୍‌ ପିନ୍ଧି ନ ଥିବା, ମଦ୍ୟପାନ କରି ଗାଡ଼ି ଚଳାଉଥିବା, ବାଇକ୍‌ରେ ୩ ଜଣିଆ ଯାତ୍ରା ଓ ନାବାଳକଙ୍କ ଗାଡ଼ି ଚାଳନା ଉପରେ ଅଧିକ ଦୃଷ୍ଟି ଦିଆଯାଇଥିଲା। ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ସହରାଞ୍ଚଳ ରାସ୍ତାରେ ଏହି ଯାଞ୍ଚ କରାଯାଇଥିଲା। କେବଳ ସହର ମଧ୍ୟରେ ଚେକିଂ ବେଳେ ୩୬ ଜଣ ଗାଡ଼ି ଚାଳକଙ୍କ ନାମରେ ଚାଲାଣ କଟାଯାଇଥିଲା। ଜିଲାର ବିଭିନ୍ନ ସ୍ଥାନରେ ବିନା ହେଲମେଟରେ ଯାଉଥିବା ୨୦୨ ଜଣ ଧରାପଡ଼ିଥିଲେ। ବାଇକ୍‌ରେ ୩ ଜଣିଆ ଯାତ୍ରା କରୁଥିବା ଅଭିଯୋଗରେ ୧୭ ଜଣ ଚାଳକଙ୍କୁ ଜରିମାନା କରାଯାଇଥିଲା। ୫୩ ଜଣ ଗାଡ଼ି ଚାଳକଙ୍କ ଲାଇସେନ୍ସ ରଦ୍ଦ କରାଯାଇଥିଲା। ମଦ୍ୟପାନ କରି ଡ୍ରାଇଭିଂ ଯୋଗୁ ୪ଟି ଟ୍ରକ୍‌ ସିଜ୍‌ କରାଯାଇଥିଲା। ପରିବହନ ଅଧିକାରୀ ବିଭବ ସାମନ୍ତସିଂହ ରାୟ କହିଛନ୍ତି, ୫୩ଜଣ ଚାଳକଙ୍କ ଲାଇସେନ୍ସକୁ ୩ ମାସ ପର୍ଯ୍ୟନ୍ତ ରଦ୍ଦ କରାଯାଇଛି। ମଦ୍ୟପାନ କରି ଗାଡ଼ି ଚାଳନା କରୁଥିବା ଡ୍ରାଇଭରଙ୍କ ଉପରେ ସେଶାଲ ଡ୍ରାଇଭ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri