ଆଜିଠାରୁ ଡିଏସ୍‌ଏସ୍‌ର ୨୬ତମ ସଂସ୍କରଣ

ଭୁବନେଶ୍ୱର,୨୯।୬: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଦୁବାଇର ବହୁ ପ୍ରତୀକ୍ଷିତ ପ୍ରଦର୍ଶନୀ ଦୁବାଇ ସମର ସର୍‌ପ୍ରାଇଜ (ଡିଏସ୍‌ଏସ୍‌)ର ଶୁଭାରମ୍ଭ ହେବାକୁ ଯାଉଛି। ଏପରିକି ୨୦୨୩ ଜୁନ୍‌ ୨୯ରୁ ଡିଏସ୍‌ଏସ୍‌ର ୨୬ତମ ସଂସ୍କରଣ ଆନୁଷ୍ଠାନିକ ଭାବେ ଆରମ୍ଭ ହେଉଛି। ଉଲ୍ଲେଖଯୋଗ୍ୟ, ଦୁବାଇର ଫେଷ୍ଟିଭାଲ ଏବଂ ରିଟେଲ ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ଡିଏସ୍‌ଏସ୍‌ର ୨୬ତମ ସଂସ୍କରଣ ୨୦୨୩ ଜୁନ୍‌ ୨୯ରୁ ଆରମ୍ଭ ହୋଇ ୨୦୨୩ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ଉକ୍ତ ପ୍ରଦର୍ଶନୀ ଜାରି ରହିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି ଦୀର୍ଘ ୨ମାସରୁ ଅଧିକ ସମୟ (୬୭ ଦିନ) ର ନିରୋଳା ମଜା ଓ ଉତ୍ସାହ ସହିତ କନ୍‌ସର୍ଟ, ଇଭେଣ୍ଟ ଓ ଚିତ୍ତାକର୍ଷକ ଅନୁଭୂତି ହାସଲ କରିପାରିବେ। ସେହିଭଳି ଡିଏସ୍‌ଏସ୍‌ର ଉଦ୍‌ଘାଟନୀ ଉତ୍ସବ କୋକାକୋଲା ମଇଦାନଠାରେ ୨୦୨୩ ପାଳନ କରାଯିବ। ଏପରିକି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପ୍ରସିଦ୍ଧ ହୁସେନ ଅଲୀ ଜସମି ଓ କାଦିମ ଅଲ ସାହିର ମୁଖ୍ୟ ଆକର୍ଷଣ ସାଜିବେ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଉକ୍ତ କାର୍ଯ୍ୟକ୍ରମ ଜୁଲାଇ ୨ ସନ୍ଧ୍ୟା ୮ ଘଟିକାଠାରୁ ଆରମ୍ଭ ହେବ। ବିଶେଷକରି ପ୍ଲାଟିନମଲିଷ୍ଟ, ଦୁବାଇ କ୍ୟାଲେଣ୍ଡର ଓ କୋକାକୋଲା ଆରିନା ସାଇଟ ଏଇଡି ୧୫୦ଠାରୁ ଟିକେଟ କ୍ରୟ କରାଯାଇପାରିବ। ସେହିପରି ସାଉଦି ଆରବର କିମ୍ବଦନ୍ତୀ ମହମ୍ମଦ ଅବୋଦା ମଧ୍ୟ ଉକ୍ତ ଉତ୍ସବରେ ଏକ ଅବିଶ୍ୱସନୀୟ ପ୍ରଦର୍ଶନ କରିବେ। ଏହି ଆଇକନିକ୍‌ ଗାୟକଙ୍କୁ ଦେଖିବା ପାଇଁ ଏଇଡି ୨୯୫ରୁ ପ୍ଲାଟିନଲିଷ୍ଟରେ ଟିକେଟ କ୍ରୟ କରାଯାଇପାରିବ। ଅପରପକ୍ଷରେ ଡିଏସ୍‌ଏସ୍‌ର ପ୍ରଯୋଜକ ର଼୍ୟାକ୍‌ବ୍ୟାଙ୍କ ମାଷ୍ଟରକାର୍ଡ ଏବଂ ବିଭିନ୍ନ ଷ୍ଟ୍ରାଟେଜିକ ପାର୍ଟନରଙ୍କ ସହାୟତାରେ ଅନ୍ତର୍ଭୁକ୍ତ ଏଆଇ ଫୁଟାଏମ ମଲସ, ଏଆଇ ସିଫ,ଏଆଇ ଜାରୁନି ଗ୍ରୁପ୍‌, ଏଡବ୍ଲ୍ୟୁ ରୋଷ୍ଟାମାନି ଗ୍ରୁପ୍‌, ବ୍ଲୁ ୱାଟରସ, ସିଟିୱାକ, ଏମିରଟସ ଏୟାରଲାଇନ, ଏନକ, ଇଟିସଲଟ,ନାକେଲ ମଲ୍‌, ଡ୍ରାଗନ ଓ ଆଉଟଲେଡ୍‌ ଭିଲେଜ ପ୍ରମୁଖ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri