ଓପିଟିସିଏଲ୍‌ରେ ଯୋଗଦେଲେ ୨୫୬

ଭୁବନେଶ୍ୱର, ୯।୧: ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମିକୁ ମଜଭୁତ କରିବା ଓ ରାଜ୍ୟବାସୀଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ୍‌ ସେବା ଯୋଗାଇବା ପାଇଁ ଓଡ଼ିଶା ସରକାର କୁଶଳୀ ଓ ଉତ୍କୃଷ୍ଟ ମାନବ ସମ୍ବଳ ବୃଦ୍ଧି କରୁଛନ୍ତି ା ଓପିଟିସିଏଲ୍‌ରେ ନୂତନ ଭାବେ ଯୋଗ ଦେଇଥିବା ୨୫୬ ଜଣ ପ୍ରଶିକ୍ଷାର୍ଥୀଙ୍କୁ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛିନ୍ତି ା ରାଜ୍ୟର ଶକ୍ତି କ୍ଷେତ୍ରକୁ ସମୃଦ୍ଧ କରିବା ପାଇଁ ଓଡ଼ିଶା ସରକାର ସବୁବେଳେ ପ୍ରଶାସନିକ ଏବଂ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ା ନିକଟରେ ୧୮ ଶହ କୋଟି ଟଙ୍କା ବ୍ୟୟରେ ଆଉ ୯୯ଟି ୩୩ କେଭି ସବ୍‌ଷ୍ଟେଶନ ନିର୍ମାଣ ପାଇଁ କ୍ୟାବିନେଟ୍‌ ମଞ୍ଜୁରୀ ଦିଆଯାଇଛି ା ଓଡ଼ିଶା ସରକାରଙ୍କ ୫-ଟି ମନ୍ତ୍ରକୁ ନିଜ ଚାକିରି ଜୀବନରେ ପାଳନ କରି ରାଜ୍ୟର ପ୍ରତିଟି ଲୋକଙ୍କୁ ଉତ୍ତମ ଓ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ ା ଓପିଟିସିଏଲ୍‌ ବିଗତ ୧୦ବର୍ଷରେ ୨୦୫୦ ନିଯୁକ୍ତି ପ୍ରଦାନ କରିଥିବା ବେଳେ ଚଳିତ ବର୍ଷ ୩୦୦ ଜଣଙ୍କୁ ନିଯୁକ୍ତି ଦେଇଛି। ନିଯୁକ୍ତି କ୍ଷେତ୍ରରେ ସ୍ବଚ୍ଛତା ଆଣିବା ପାଇଁ ଅନ୍‌ଲାଇନ କମ୍ପ୍ୟୁଟର ଟେଷ୍ଟ କରାଯିବା ସହ ଗେଟ୍‌ ଭଳି ପରୀକ୍ଷାର ମାର୍କ ଆଧାରରେ କର୍ମଚାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ବିଭାଗୀୟ ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି। ସେହିଭଳିକ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶକ୍ତି କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ କିପରି ସମ୍ବେଦନଶୀଳତା ଏବଂ ସମୟାନୁବର୍ତ୍ତିତା ଆବଶ୍ୟକ ତାହା ପ୍ରଶିକ୍ଷାର୍ଥୀମାନଙ୍କୁ କହିଥିଲେ ା ସମ୍ମାନିତ ଅତିଥି ଭାବେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ୧୯୨ ଜଣ ଜେଏମ୍‌ଓଟି ଏବଂ ୬୪ ଜଣ ଏମ୍‌ଓଟି ଯୋଗଦେଇଥିଲେ। ପ୍ରଶିକ୍ଷାର୍ଥୀମାନେ କମ୍‌ ସମୟରେ ସ୍ବଚ୍ଛତାର ସହ ନିଯୁକ୍ତି ପ୍ରକ୍ରିୟା ପାଇଁ ଓପିଟିସିଏଲ୍‌ ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଇଲେକ୍ଟ୍ରି ବିଲ୍‌ ନ ଦେଲେ ଜବତ ହେବ ଘରବାଡି ସମ୍ପତ୍ତି! କଠୋର ହେଲା ନିୟମ

ନୂଆଦିଲ୍ଲୀ,୧୭।୫: ରାଜ୍ୟବାସୀଙ୍କ ପାଇଁ ବଡ଼ ଖବର। ରାଜ୍ୟର ବିଜୁଳି ବିଭାଗ ଏବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି। ବିଦ୍ୟୁତ ନିଗମ ଦୀର୍ଘ ସମୟ ଧରି…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

SBI କର୍ମଚାରୀଙ୍କ ବଡ଼ ଷ୍ଟ୍ରାଇକ୍‌! ଦେଶବ୍ୟାପୀ ଦୁଇଦିନ ପାଇଁ ଠପ୍‌ ପଡିଯିବ ବ୍ୟାଙ୍କ ସେବା, ଜାଣନ୍ତୁ କେବେ?

ନୂଆଦିଲ୍ଲୀ,୧୫।୫: ଦେଶର ସର୍ୱବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)ରେ କାର୍ଯ୍ୟରତ କର୍ମଚାରୀମାନେ ସେମାନଙ୍କର ଦାବି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଅଲ…

ପେଟ୍ରୋଲ ପରେ ବଢିଯିବ କି ଗ୍ୟାସ ସିଲିଣ୍ଡରର ଦାମ୍‌? ଏବେ ସିଲିଣ୍ଡର ବୁକ କରିବାକୁ କେତେ ଖର୍ଚ୍ଚ ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୫: ୧ ମଇ, ୨୦୨୬ ଠାରୁ ୧୯ କିଲୋଗ୍ରାମର ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୯୩ ବୃଦ୍ଧି କରାଯାଇଛି। ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପରେ,…

ପେଟ୍ରୋଲ ରେଟ୍‌ ବଢିବା ପରେ କେଉଁଠି ଶସ୍ତାରେ ମିଳୁଛି ପେଟ୍ରୋଲ, ଜାଣନ୍ତୁ…

ନୂଆଦିଲ୍ଲୀ,୧୫।୫: ଆଜି, ୧୫ ମଇ ଠାରୁ, ସାରା ଦେଶରେ ପେଟ୍ରୋଲ, ଡିଜେଲ ଏବଂ ସିଏନଜିର ମୂଲ୍ୟ ବୃଦ୍ଧି ପାଇଛି। ପେଟ୍ରୋଲର ମୂଲ୍ୟ ଲିଟର ପିଛା ୩.୧୪ ବୃଦ୍ଧି…

ବଢିଲା ପେଟ୍ରୋଲ ରେଟ୍‌: ମାର୍କେଟକୁ ଆସିଲା ୪ଟି ସବୁଠୁ ଶସ୍ତା ଇଲେକ୍ଟ୍ରି କାର୍‌, ରେଟ୍‌ ଜାଣିଲେ…

ନୂଆଦିଲ୍ଲୀ,୧୫।୫: ପେଟ୍ରୋଲ ଏବଂ ଡିଜେଲର ବୃଦ୍ଧି ଏବେ ଲୋକଙ୍କ ବଜେଟକୁ ବ୍ୟାହତ କରିବା ଆରମ୍ଭ କରିଛି। ଦୈନନ୍ଦିନ ଯାତ୍ରୀମାନଙ୍କ ପାଇଁ, ମାସିକ ଇନ୍ଧନ ଖର୍ଚ୍ଚ ଏକ ବଡ଼…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା ପେଟ୍ରୋଲ-ଡିଜେଲ ରେଟ୍, ଭୁବନେଶ୍ବରରେ….

ନୂଆଦିଲ୍ଲୀ,୧୫।୫: ଯାହା ଭୟ ଥିଲା ସେୟା ହିଁ ଘଟିଲା। ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ ବଡ଼ ବୃଦ୍ଧି ଘଟିଛି । ପେଟ୍ରୋଲ ୩ଟଙ୍କା ୧୪…

LPG-କ୍ଷୀର ପରେ ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା, ଏହି ଜିନିଷର ବଢିଗଲା ଦାମ୍‌…

ନୂଆଦିଲ୍ଲୀ,୧୪।୫: ଏଲପିଜି ଗ୍ୟାସ ସିଲିଣ୍ଡର, ଅମୂଲ ଏବଂ ମଦର ଡେରୀ କ୍ଷୀରର ମୂଲ୍ୟ ବୃଦ୍ଧି ପରେ, ସାଧାରଣ ଲୋକଙ୍କୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ପ୍ରକୃତରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri