ସ୍କାନରରେ ୨୫୦ ଶିକ୍ଷକଙ୍କ ଜାଲ୍‌ ପ୍ରମାଣପତ୍ର

ଛତ୍ରପୁର,୩୦ା୩(ଡି.ଏନ.ଏ): ଗଞ୍ଜାମ ଜିଲାରେ ଜାଲ୍‌ ଶିକ୍ଷାଗତଠାରୁ ଆରମ୍ଭ କରି ଜାତିଗତ ଓ ବିଭିନ୍ନ ପ୍ରମାଣପତ୍ର ଦାଖଲ କରି ଶିକ୍ଷକ ନିଯୁକ୍ତି ପାଇଛନ୍ତି। ଏନେଇ ଦୀର୍ଘ ବର୍ଷ ପୂର୍ବରୁ ଖୋଳତାଡ ଚାଲିଥିବାବେଳେ ତଦନ୍ତର ଶିଥିଳତା ଯୋଗୁଁ ଏହାର ସୁଫଳ ମିଳିପାରୁନି। ବିଭିନ୍ନ ଅଭିଯୋଗକୁ ଭିତ୍ତିକରି ଜାଲ ଶିକ୍ଷକମାନଙ୍କ ତାଲିକା ମଧ୍ୟ ବାରମ୍ବାର ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ଗଞ୍ଜାମ ଜିଲାପାଳ, ଜିଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀମାନଙ୍କ ନିକଟକୁ ଆସୁଛି। ଏହାର ଯାଞ୍ଚ କରି ଜାଲ ପ୍ରମାଣପତ୍ର ଦାଖଲ କରି ନିଯୁକ୍ତି ପାଇଥିବା ଶିକ୍ଷକ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସୁରୂପ କାର୍ଯ୍ୟରୁ ଅନ୍ତର, ସ୍ଥାନୀୟ ଥାନାରେ ଏତଲା ଦେବାକୁ ନିର୍ଦ୍ଦେଶ ଆସୁଛି। ମାତ୍ର ଗଞ୍ଜାମ ଜିଲା ଶିକ୍ଷା ବିଭାଗ ପକ୍ଷରୁ ହାତଗଣତି କାର୍ଯ୍ୟାନୁଷ୍ଠାନ ହେଉଛି। ଗଞ୍ଜାମ ଜିଲାରେ ଜାଲ ପ୍ରମାଣପତ୍ର ଦେଇ ଚାକିରି ପାଇଥିବା ୨୫୦ ଜଣ ଶିକ୍ଷକ ଏବେ ଶିକ୍ଷା ବିଭାଗର ସ୍କାନରରେ ଅଛନ୍ତି। ଏମାନଙ୍କ ଶିକ୍ଷାଗତ ଓ ବିଭିନ୍ନ ପ୍ରମାଣପତ୍ର ଯାଞ୍ଚ ପାଇଁ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ଓ ବୋର୍ଡକୁ ପଠାଯାଇଥିବା ନେଇ ବୁଧବାର ଛତ୍ରପୁରଠାରେ ଗଞ୍ଜାମ ଜିଲା ଶିକ୍ଷା ଅଧିକାରୀ ବିନିତା ସେନାପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତିଞ୍‌, ଯାହାର ପ୍ରମାଣପତ୍ର ଜାଲ ଜଣାପଡିବା ପରେ ତୁରନ୍ତ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ସେ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲାର ୩୭ ଜଣ ଶିକ୍ଷକଙ୍କୁ ଚାକିରିରୁ ବିଦା କରାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ଯାଞ୍ଚ ପ୍ରକ୍ରିୟା ସାରିବାକୁ ରାଜ୍ୟ ଶିକ୍ଷା ବିଭାଗ ନିକଟରୁ ଚିଠି ଆସିଥିବା ଜିଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ପ୍ରମାଣପତ୍ର ଯାଞ୍ଚ ପାଇଁ ଆବଶ୍ୟକ ଅର୍ଥ ମଧ୍ୟ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ଓ ବୋର୍ଡକୁ ଦେବା ଲାଗି ବ୍ୟବସ୍ଥା ହୋଇଛି। ଅନ୍ୟ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ବୋର୍ଡରୁ ପ୍ରମାଣପତ୍ର ଯାଞ୍ଚ ରିପୋର୍ଟ ଆସିବାରେ ବିଳମ୍ବ ହେଉଥିବା ଜଣାଯାଇଛି।

ସୂଚନାଯୋଗ୍ୟ ଗଣଶିକ୍ଷା ବିଭାଗର ସ୍କାନରରେ ଥିବା ସମ୍ପୃକ୍ତ ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ କଡାକଡି କରିବା ପାଇଁ ଗଞ୍ଜାମ ଜିଲା ଶିକ୍ଷା ଅଧିକାରୀଙ୍କୁ ପୁଣି ନିର୍ଦ୍ଦେଶ ସମ୍ବନ୍ଧୀୟ ଚିଠି ଆସିଛି। ଚିହ୍ନଟ ଜାଲ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଥାନାରେ ମାମଲା ଦାୟର କରିବାକୁ ନିର୍ଦ୍ଦେଶ ଆସିଛି। ଯାଞ୍ଚ ଓ ତଦନ୍ତରେ ବିଳମ୍ବ ଯୋଗୁଁ କେତେକ ଜାଲ ପ୍ରମାଣପତ୍ର ଦାଖଲ କରି ନିଯୁକ୍ତି ପାଇଥିବା ଶିକ୍ଷକମାନେ କୋର୍ଟକୁ ଯାଇ ସ୍ଥଗିତାଦେଶ ଆଣିବାରେ ସକ୍ଷମ ହେଉଛନ୍ତି। ଏପରିକି କେତେକ ଜାଲ ପ୍ରମାଣପତ୍ର ଦାଖଲ କରି ହୋଇଥିବା ଶିକ୍ଷକଙ୍କ ନାଁରେ ସ୍ଥାନୀୟ ବ୍ଲକ ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ସ୍ଥାନୀୟ ଥାନାରେ ଏତଲା ମଧ୍ୟ ଦିଆଯାଉଛି। ମାତ୍ର ଥାନାରୁ ହିଁ ପିଆର୍‌ ବଣ୍ଡରେ ଛାଡି ଦିଆଯାଉଛି। ଆହୁରି କେତେକ ଶିକ୍ଷକ ଇସ୍ତଫା ଦେଇ ନିକୁ ସୁରକ୍ଷିତ କରୁଛନ୍ତି। ଏପରିକି ଜାଲ ପ୍ରମାଣପତ୍ର ଜଣାପଡିବା ପରେ ସମ୍ପୃକ୍ତ ଶିକ୍ଷକମାନଙ୍କୁ ଚାକିରିରୁ ବିଦା କରାଯାଇଛି। ମାତ୍ର ତାଙ୍କର ଚାକିରି କାଳରେ ପାଇଥିବା ଦରମା ବାବଦରେ ଅର୍ଥ ସେମାନଙ୍କ ଠାରୁ ଆଦାୟ ମଧ୍ୟ କରାଯାଉ ନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍‌ କରି…

ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri