୨୫ରୁ କୂର୍ମୀ କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ମହାସଭା: ଘୁମୁସର ବୀର ଚକରାଙ୍କ ଇତିହାସ ଜାଣିବେ

ଭଞ୍ଜନଗର,୭।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ନିଖିଳ ଉତ୍କଳ କୁର୍ମି କ୍ଷତ୍ରିୟ ସଂସ୍ଥାର ଦ୍ୱାଦଶତମ ପ୍ରଦେଶ ମହାସଭା ଅନୁଷ୍ଟିତ ହେବ। ୪ ଦିନ ଧରି ହେବାକୁ ଥିବା ସମ୍ମିଳନୀରେ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ କର୍ମକର୍ତ୍ତା ଯୋଗଦେବେ। ତେଣୁ କାର୍ଯ୍ୟକ୍ରମ କିଭଳି ସଫଳ ହେବ ସେଥିପାଇଁ ଭଞ୍ଜନଗର ବିଧାୟକ ତଥା ବାରୁଡ଼ା ଅଞ୍ଚଳ ସଭାପତି ପ୍ରଦ୍ୟୁମ୍ନ କୁମାର ନାୟକ ବାରମ୍ବାର ସମୀକ୍ଷା କରୁଛନ୍ତି। ତେଣୁ ବିଧାୟକ ଶନିବାର ତିଳିସିଙ୍ଗି, ବାରୁଡ଼ା, ଲେମ୍ଭେଇ ପ୍ରମୁଖ ଗ୍ରାମ ପରିଦର୍ଶନ କରି ମହାସଭାକୁ ଆସିବାକୁ ଥିବା କର୍ମକର୍ତ୍ତା କିଭଳି ରହିବେ ତାହାର ତଦାରଖ କରିଥିଲେ। ଏଥିସହ ଚକରା ଘାଟି ପରିଦର୍ଶନ କରିଥିଲେ। ମହାସଭା ସମୟରେ ରାଜ୍ୟ ଓ ରାଜ୍ୟ ବାହାରୁ ଆସିବାକୁ ଥିବା କର୍ମକର୍ତ୍ତାମାନେ ଚକରା ଘାଟି ପରିଦର୍ଶନ କରି ଘୁମୁସର ବୀର ଚକରାଙ୍କ ଇତିହାସ ଉପରେ ଜାଣିବେ। ତେଣୁ ଏଥିପାଇଁ ମଧ୍ୟ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଶନିବାର ସମୀକ୍ଷା ସମୟରେ ରାଜ୍ୟର ଧରାକୋଟ, ଶେରଗଡ଼, ସୋରଡା, ଜିଲୁଣ୍ଡି, କରଚୁଲି, ସାକିରି, ଫୁଲବାଣୀ, ଭବାନୀପାଟଣା, ଛାମୁଣ୍ଡା, ବାରୁଡ଼ା ପ୍ରମୁଖ ଅଞ୍ଚଳର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ବିଧାୟକଙ୍କ ସହ ଆଲୋଚନା କରିଥିଲେ । ଆସନ୍ତା ସମ୍ମିଳନୀରେ ମହିଳା ସଶକ୍ତିକରଣ, ନାରୀ , ଶିକ୍ଷା, ଯୁବ ବିକାଶ, ଜାତିର ସଂଗଠନ, ସାମାଜିକ ସ୍ଥିତି, ରାଜନୀତି ସ୍ଥିତି, ଯୌତୁକ ପ୍ରଥା ସମ୍ପୂର୍ଣ ଉଚ୍ଛେଦ ପ୍ରମୁଖ ବିଷୟରେ ଆଲୋଚନା ହେବାର ସମ୍ଭାବନା ରହିଛି। ବିଧାୟକଙ୍କ ଗସ୍ତ ସମୟରେ ପ୍ରଦେଶ ସଭାପତି ସୂର୍ଯ୍ୟ ନାରାୟଣ ପ୍ରଧାନ, ପ୍ରଦେଶ ସମ୍ପାଦକ ବିଶନାଥ ରାଉତ, ରାଷ୍ଟ୍ରୀୟ ସଦସ୍ୟ ଗଙ୍ଗାଧର ନାୟକ, ରାଷ୍ଟ୍ରୀୟ ସଚିବ ନେତାଜୀ ବିଷୋୟୀ, ପ୍ରଦେଶ ସଭ୍ୟ ସୂର୍ଯ୍ୟ ନାରାୟଣ ନାୟକ, ବଂଶୀଧର ନାୟକ, ବୈଦ୍ୟନାଥ ପ୍ରଧାନ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ଭବାନୀ ଶଙ୍କର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଦେଶ ମହାସଭାରେ ରାଷ୍ଟ୍ରୀୟ ଅଖିଳ ଭାରତୀୟ କୁର୍ମୀ କ୍ଷତ୍ରିୟ ମହାସଭା ଅଧକ୍ଷ ଡ. ବିଜୟ ସିଂ ନିରଞ୍ଜନ, ସଂଯୋଜକ ଏଲ ପି ପଟେଲ, ରାଷ୍ଟ୍ରୀୟ ଅଖିଳ ଭାରତୀୟ କୁର୍ମି କ୍ଷତ୍ରିୟ ମହିଳା ଅଧ୍ୟକ୍ଷା ଲତା ଚନ୍ଦ୍ରକର, ଯୁବ ସଚିବ ଅରୁଣ କୁମାର ପଟେଲ ପ୍ରମୂଖ ଯୋଗଦେବା ପାଇଁ ସ୍ବୀକୃତି ପ୍ରଦାନ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ନେଲା ୫ ମଇଁଷିଙ୍କ ଜୀବନ: ବିଭାଗୀୟ ଅବହେଳାକୁ ଦାୟୀ କଲେ ଗ୍ରାମବାସୀ

ଖଜୁରିପଡ଼ା,୩୦ା୧(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା…

ବହୁ ଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ହତ୍ୟା ମାମଲାର ରାୟ ପ୍ରକାଶ: ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର,୩୦ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣାରେ କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ବ୍ରହ୍ମପୁର ଅତିରିକ୍ତ…

ୱାର୍ଡସଭ୍ୟଙ୍କୁ ଦୁର୍ବ୍ୟବହାର: କର୍ମଚାରୀ କଲେ ଆନ୍ଦୋଳନ

ଖଡ଼ିଆଳ, ୩୦ା୧ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡିଆଳ ଏନ୍‌ଏସିର ଜଣେ ୱାର୍ଡସଭ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ଶୁକ୍ରବାର କର୍ମଚାରୀମାନେ କଲମ ଛାଡ ଆନ୍ଦୋଳନ…

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା…

ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା…

୪ ମନ୍ଦିରରୁ ଏକାବେଳକେ ଚୋରି କଲେ ଦୁର୍ବୃତ୍ତ: ନେଇଗଲେ …

ଆନନ୍ଦପୁର,୩୦।୧(ସୁଶାନ୍ତ କୁମାର ସାହୁ): ଏକ ସାଙ୍ଗରେ ଚାରୋଟି ମନ୍ଦିରର ଚୋରି। ମନ୍ଦିର ତାଲା ଭାଙ୍ଗି ଲୁଟିନେଲେ ଦେବା ଦେବୀଙ୍କ ସୁନା ରୁପା ଅଳଙ୍କାର। ସହ ଦାନ ବାକ୍ସ।…

୧, ୨ କି ୩ ନୁହେଁ, ୯ଟି ଶୁଭ ସଂଯୋଗରେ ଆସିବ ଏଥର ବଜେଟ୍‌

ନୂଆଦିଲ୍ଲୀ,୩୦।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଦିବସ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଗୁରୁତ୍ୱପୂର୍ଣ୍ଣ…

ଧାର ଟଙ୍କା ମାଗିବାରୁ ଗୁଳିମାଡ଼, ନଷ୍ଟ ହେଲା ବ୍ୟକ୍ତିଙ୍କ ଆଖି

ଭୁବନ,୩୦ା୧(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ବାରୁଆ (ଖ) ଗ୍ରାମର ପଞ୍ଚାନନ ରାଉତ ଧାନ କିଣିବା ପାଇଁ ଦେଇଥିବା ଟଙ୍କା ମାଗିବାରୁ ଗୁରୁବାର ରାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri