ତିନିମୁହାଣି ଫେରିଘାଟରେ ୨୫ ଫୁଟ୍‌ର ବଉଳା କୁମ୍ଭୀର: ପଦା କଲାଣି ଛେଳି, ମେଣ୍ଢା, ବତକ

ମହାକାଳପଡ଼ା, ୨୩ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗୋବରୀ ମାଉଥ ୱାନ୍‌ ବଉଳକଣି -ଜମ୍ବୁ – କେବି ଦାଣ୍ଡୁଆ ପଞ୍ଚାୟତର ସଙ୍ଗମସ୍ଥଳ ତିନି ମୁହାଣି ଫେରିଘାଟରେ ଏକ ୨୫ ଫୁଟ୍‌ରୁ ଅଧିକ ଲମ୍ବର ବିଶାଳ ବଉଳା କୁମ୍ଭୀର ଆତଙ୍କ ଖେଳାଇଛି। ଫଳରେ ଡଙ୍ଗାପାର ସମୟରେ କୁମ୍ଭୀରଟି ଡଙ୍ଗା ନିକଟରେ ଭାସୁଥିବା କୁହାଯାଉଛି। ନଦୀକୂଳ ବାସିନ୍ଦାଙ୍କ ଛେଳି, ମେଣ୍ଢା, ବତକ ଓ ଗୋରୁଙ୍କୁ ଆକ୍ରମଣ କରିବା ନ଼େଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ସ୍ଥାନୀୟ ଲୋକେ ନଦୀରୁ ମାଛ, କଙ୍କଡ଼ା ଧରି ପରିବାର ପ୍ରତିପୋଷଣ କରୁଥିଲେ। ଅଦ୍ୟାବଧି ଲୋକମାନେ ନଦୀକୁ ପ୍ରବେଶ କରିବା ପାଇଁ ଭୟ କରୁଛନ୍ତି। କେବଳ ଏହି କୁମ୍ଭୀର ନୁହେଁ , ସ୍ଥାନୀୟ ଅଞ୍ଚଳର ପଠାଣପେଟା, ଜମ୍ବୁ, ବେଣାକନ୍ଧା, ମିଲନମୋଡ଼, ତରପଦା, ରଡ଼ିଆ, ବଅଢ଼ି, ବାବର, ଇଟାକଣ୍ଡିଆ, ଏକଲପୁର ଘାଟ, ମାଳିଅଞ୍ଚ ଘାଟ, ବିଜୟନଗର ଘାଟ, ଦେଉଳପଡ଼ା, ଚଣ୍ଡିଆପଲ୍ଲୀ, ଓରତଘାଟ ଓ ଜାଲକଣା ଆଦି ଗ୍ରାମ ନିକଟ ଗୋବରୀ ନଦୀରେ ବହୁ ସଂଖ୍ୟାରେ ଛୋଟଠାରୁ ବଡ଼ ବଉଳା କୁମ୍ଭୀର ଦେଖିବାକୁ ମିଳିଛି ବୋଲି ସ୍ଥାନୀୟ ଲୋକେ କହିିଛନ୍ତି।
ବିଭାଗ ପକ୍ଷରୁ ବିଭିନ୍ନ ଘାଟକୂଳ ଗାଧୁଆତୁଠରେ ତାରଜାଲି ବାଡ଼ା ତିଆରି କରିଥିଲେ ମଧ୍ୟ ଏହା ନିମ୍ନମାନର ହୋଇଥିବା ଯୋଗୁ ଅନେକ ସ୍ଥାନରେ ତାହା ନଷ୍ଟହୋଇ ଗଲାଣି। ସେଥିପାଇଁ ବନ ବିଭାଗ ଅଧିକାରୀ ଦୃଷ୍ଟିଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଅପରପକ୍ଷରେ ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲରେ ୩ କୁମ୍ଭୀର ପ୍ରବେଶକରି ଆତଙ୍କ ସୃଷ୍ଟି କରୁଛନ୍ତି ବୋଲି ସ୍କୁଲଘେରି ଗ୍ରାମର ମନି ବିଶ୍ୱାସ, ଦିଲୀପ ମଣ୍ଡଳ ଓ କୃପାସିନ୍ଧୁ ହାଲ୍‌ଦାର ପ୍ରମୁଖ କହିଛନ୍ତିି।
ଏ ସମ୍ପର୍କରେ ମହାକାଳପଡ଼ା ରେଞ୍ଜ ଅଧିକାରୀ ଶାନ୍ତନୁ କୁମାର ଦଳାଇଙ୍କୁ ପଚାରିବାରୁ ବନ ବିଭାଗ ପକ୍ଷରୁ ନଦୀକୂଳ ଲୋକଙ୍କୁ ନଦୀକୁ ପ୍ରବେଶ ପାଇଁ ସଚେତନତା ସୃଷ୍ଟି କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ବଡ଼ କଥା କହିଦେଲେ ମୋଦି; LPGକୁ ପ୍ରାଥମିକତା, ତେଲକୁ ନେଇ କହିଲେ…

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଲୋକସଭାରେ ଅଭିଭାଷଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, “ପଶ୍ଚିମ ଏସିଆରେ…

ନନ୍ଦପୁର ବଜାରରେ ସିଓଟିପିଏ ଏନଫୋର୍ସମେଣ୍ଟ ଟିମ୍‌ :ଗୁଟଖା,ଫୁଡ ଲାଇସେନ୍ସ ଯାଞ୍ଚ

ନନ୍ଦପୁର,୨୩।୩: କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାରେ ସୋମବାର ସିଓଟିପିଏ ଏନଫୋର୍ସମେଣ୍ଟ ଟିମ ପହଞ୍ଚି ନନ୍ଦପୁର ବଜାରର ଏକାଧିକ ଦୋକାନରେ ଗୁଟଖା ବିକ୍ରି, ଫୁଡ ଲାଇସେନ୍ସ,…

ନନ୍ଦପୁର ପୋଲିସକୁ ସଫଳତା, ସମ୍ବାଇ ଜଙ୍ଗଲରୁ ମିଳିଲା ଗୁଣ୍ଠାପୁଟରୁ ଚୋରି ବୋଲେରୋ

ନନ୍ଦପୁର,୨୩।୩(ତୁଷାର କାନ୍ତ ମହାନ୍ତି): ଗାଡ଼ି ଚୋରି ଘଟଣାରେ କୋରାପୁଟ ଜିଲା ନନ୍ଦପୁର ଥାନା ପୋଲିସକୁ  ସଫଳତା ମିଳିଛି । ଗତ ୧୫ ତାରିଖ ରବିବାର ରାତ୍ର ଗୁଣ୍ଠାପୁଟ…

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

ଉତ୍କଟ ହେବାକୁ ଯାଉଛି ଗ୍ୟାସ ସଙ୍କଟ, ୧୪.୨ କିଲୋଗ୍ରାମ ସିଲିଣ୍ଡରରେ ଆଗକୁ ମିଳିବ ମାତ୍ର ଏତିକି କିଲୋ ଗ୍ୟାସ! ପ୍ରସ୍ତୁତ ହେଲାଣି ‘ପ୍ଲାନ ବି’

ନୂଆଦିଲ୍ଲୀ,୨୩।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ହେତୁ ହର୍ମୁଜ ପ୍ରଣାଳୀ ଅବରୋଧ ହେବା ଯୋଗୁ ଭାରତର ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ…

ଭାଜପାରେ ଯୋଗଦେବେ କି ରାଘବ ଚଢା: ସବୁ ଖୋଲି କହିଦେଲେ ସଂଜୟ ସିଂହ

ନୂଆଦିଲ୍ଲୀ,୨୩।୩: ଆମ ଆଦମୀ ପାର୍ଟି (ଆପ)ର ଏମ୍‌ପି ରାଘବ ଚଢା ଦଳ ଛାଡ଼ିବେ ବୋଲି ଜୋରସୋରରେ ଚର୍ଚ୍ଚା ଛାଲିଛି। ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କର ଦୀର୍ଘ ଅନୁପସ୍ଥିତି, ମଦ…

ମାମୁ ଘର ଆଗରେ ଖେଳୁଥିଲେ ଭୁଷୁଡ଼ିଲା  କାନ୍ଥ:  ଆଖିବୁଜିଲା  କୁନି ଝିଅ, ମା’ ବଡ଼ ଝିଅ…

ତିହିଡି଼,୨୩।୩(ସଞ୍ଜିତ ବଳ): ତିହିଡି଼ ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ କାଶୀପୁର ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି l ଗ୍ରାମର ନାରାୟଣ ବେହେରା…

ଗାଁରେ ପଶି ତାଣ୍ଡବ ରଚିଲା ଦନ୍ତା, ଭାଙ୍ଗିଲା ବାଇକ୍‌-ସାଇକେଲ୍‌

ବୌଦ୍ଧ,୨୩।୩: ବୌଦ୍ଧ ଜିଲା ବୌଦ୍ଧ ବନଖଣ୍ଡ ସୁବଳୟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri