ରେଡ୍‌ ଜୋନ୍‌ରେ ୨୫ ଜିଲା

ଭୁବନେଶ୍ୱର, ୧୧।୫(ବ୍ୟୁରୋ): ରାଜ୍ୟରେ ଗତ କିଛିଦିନ ହେବ ଦୈନିକ କରୋନା ସଂକ୍ରମଣ ପ୍ରାୟ ୧୦ହଜାର ପାଖାପାଖି ରହୁଛି। ତେଣୁ ସଂକ୍ରମଣ ଏବେ ସ୍ଥିର ରହିଛି ବୋଲି କୁହାଯାଉଛି। ଯଦିଓ ସଂକ୍ରମଣ ବୃଦ୍ଧି ପାଉନି କିନ୍ତୁ ସେଭଳି ହ୍ରାସ ମଧ୍ୟ ପାଇନାହିଁ। ବିଭିନ୍ନ ଜିଲାରେ କରୋନା କାୟା ବିସ୍ତାର କରିଚାଲିଛି। ଏବେ ସୁଦ୍ଧା ସକ୍ରିୟ ରୋଗୀ ସଂଖ୍ୟାରେ ରାଜ୍ୟର ୨୫ ଜିଲା ରେଡ୍‌ ଜୋନ୍‌ରେ ସାମିଲ ହୋଇସାରିଲାଣି। ସେଥିମଧ୍ୟରେ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧୨,୭୪୨ଜଣ ସକ୍ରିୟ ରୋଗୀ ଥିବାବେଳେ ସୁନ୍ଦରଗଡ଼ରେ ଏହି ସଂଖ୍ୟା ୧୦ହଜାର ଟପିଛି। ସୁନ୍ଦରଗଡ଼ରେ ସକ୍ରିୟ ରୋଗୀ ସଂଖ୍ୟା ୧୦,୦୩୯ ସହ ରାଜ୍ୟର ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି କେନ୍ଦୁଝର, ଗଜପତି, କନ୍ଧମାଳ, ଦେବଗଡ଼ ଓ ମାଲକାନଗିରି ଆଦି ୫ ଜିଲା ୟେଲୋ ଜୋନ୍‌ରେ ରହିଛି। ଯଦି ବର୍ତ୍ତମାନ ଭଳି ଦୈନିକ ସଂକ୍ରମଣ ଚିହ୍ନଟ ଜାରି ରହେ, ତେବେ ଖୁବ୍‌ଶୀଘ୍ର ଏସବୁ ଜିଲା ମଧ୍ୟ ରେଡ୍‌ ଜୋନ୍‌ରେ ସାମିଲ ହୋଇଯିବ ବୋଲି ଆଶଙ୍କା କରାଯାଉଛି।
ଅନ୍ୟପକ୍ଷରେ ରାଜ୍ୟରେ ଗତ ୨୪ଘଣ୍ଟାରେ ୧୦,୦୩୧ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧,୩୨୯ଜଣ ଥିବାବେଳେ ସୁନ୍ଦରଗଡ଼ରୁ ୮୨୪, କଟକ ୭୨୦, ପୁରୀ ୭୦୮, ଅନୁଗୋଳ ୪୫୬, ବରଗଡ଼ ୪୫୦, କଳାହାଣ୍ଡି ୪୩୩, ଝାରସୁଗୁଡ଼ା ୪୧୮, ଯାଜପୁର ୩୨୮, ନୂଆପଡ଼ା ୩୧୧, ନବରଙ୍ଗପୁର ୩୦୬, ସମ୍ବଲପୁରରୁ ୩୦୨ଜଣ ରହିଛନ୍ତି। ବାକି ସବୁ ଜିଲାରେ ସଂକ୍ରମିତ ସଂଖ୍ୟା ୩ଶହ ତଳକୁ ରହିଛି। ରାଜ୍ୟରେ ଏବେ ମୋଟ ପଜିଟିଭ୍‌ ସଂଖ୍ୟା ୫,୪୪,୮୭୩ରେ ପହଞ୍ଚତ୍ଛି। ସେହିପରି ରାଜ୍ୟରେ ଆଉ ୧୭ଜଣଙ୍କ ଜୀବନ ନେଇଛି କରୋନା। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା, କଳାହାଣ୍ଡି, ସୁନ୍ଦରଗଡ଼ ଓ ରାୟଗଡ଼ାରେ ୩ଜଣ ଲେଖାଏ, ପୁରୀରୁ ୨, ଅନୁଗୋଳ, ଢେଙ୍କାନାଳ, ବଲାଙ୍ଗୀରରୁ ଜଣେ ଲେଖାଏ ରହିଛନ୍ତି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୨,୧୯୭କୁ ଛୁଇଁଛି। ଅନ୍ୟପଟେ ସଂକ୍ରମଣ ବୃ୍‌ଦ୍ଧି ଭିତରେ ଆଶ୍ୱସ୍ତିକର ଖବର ମିଳିଛି। ସୋମବାର ରାଜ୍ୟରେ ସର୍ବାଧିକ ୯,୭୦୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧,୭୮୭ଜଣ ରହିଛନ୍ତି। ଫଳରେ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୪,୫୭,୫୬୯କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri