Posted inଖେଳ

ବିସିସିଆଇ ଏବେ ମୁଣ୍ଡ ବିହୀନ

ନୂଆଦିଲ୍ଲୀ, ୨୮।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏବେ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ସଭାପତି ଭାବେ ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ସୋମବାର(ଜୁଲାଇ ୨୭) ଶେଷ ହୋଇଛି। ଉପସଭାପତି ୪ ମାସ ତଳୁ ଇସ୍ତଫା ଦେଇ ସାରିଛନ୍ତି। କ୍ରିକେଟ ବୋର୍ଡର ସମ୍ପାଦକ ଜୟ ଶାହାଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି। ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରି ଏବଂ ଜେନେରାଲ ମ୍ୟାନେଜର (କ୍ରିକେଟ) ସବା କରିମଙ୍କ ଇସ୍ତଫା ଗୃହୀତ ହୋଇ ସାରିଛି। ଫଳରେ ବିସିସିଆଇ ଏବେ ସାମୟିକ ମୁଣ୍ଡ ବିହୀନ ହୋଇ ଯାଇଛି।
ଲୋଧା କମିଟି ସଂସ୍କାର ଅନୁସାରେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭଙ୍କ ସଭାପତି କାର୍ଯ୍ୟକାଳ ସୋମବାର ଶେଷ ହେଉଛି। ଗତବର୍ଷ ଅକ୍ଟୋବରରେ ଗାଙ୍ଗୁଲି ଏହି ଦାୟିତ୍ୱ ଗ୍ରହଣ କରିଥିଲେ। ପୂର୍ବରୁ ସେ କ୍ରିକେଟ ଆସୋସିଏଶନ ଅଫ୍‌ ବେଙ୍ଗଲର ପଦପଦବୀରେ ରହିଥିଲେ। ଫଳରେ ସେ କ୍ରିକେଟ ପ୍ରଶାସକଭାବେ କ୍ରମାଗତ ୬ ବର୍ଷ ଧରି କାର୍ଯ୍ୟ କରି ସାରିଛନ୍ତି। ନିୟମ ଅନୁସାରେ ବିସିସିଆଇ ସେଟ୍‌-ଅପ୍‌କୁ ଫେରିବାକୁ ହେଲେ ତାଙ୍କୁ ୩ ବର୍ଷ ବ୍ରେକ୍‌ ନେବାକୁ ପଡ଼ିବ। ଉଭୟ ଗାଙ୍ଗୁଲି ଓ ଶାହ ସେମାନଙ୍କ କାର୍ଯ୍ୟକାଳକୁ ପୂରା ୩ ବର୍ଷ ପାଇଁ ବଢ଼ାଇବାକୁ ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେଇଥିଲେ। ମାତ୍ର ଏହି ମାମଲାରେ ହଠାତ୍‌ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ଗତ ସପ୍ତାହରେ ମନା କରି ଦେଇଥିଲେ। ଲୋଧା ସଂସ୍କାର ଅନୁସାରେ କୌଣସି ଅଧିକାରୀ ରାଜ୍ୟ ଆସୋସିଏଶନ କିମ୍ବା ବିସିସିଆଇରେ କ୍ରମାଗତ ୬ ବର୍ଷ କାର୍ଯ୍ୟ କରିପାରିବ। ଏହାପରେ ୩ ବର୍ଷ କୁଲିଂ ପିରିୟଡ ବାଧ୍ୟତାମୂଳକ। ବିସିସିଆଇ ପଦ ଗ୍ରହଣ ବେଳେ ଗାଙ୍ଗୁଲି ଓ ଶାହଙ୍କ କାର୍ଯ୍ୟକାଳ ମାତ୍ର ୧୦ ଓ ୯ ମାସ ରହିଥିଲା। ତେବେ ଏହି ମାମଲାରେ ଏବେ ନ୍ୟାୟିକ ମତ ଭିନ୍ନ ହେବାରେ ଲାଗିଛି। କୋର୍ଟରେ ଶୁଣାଣି ଶେଷ ହେବା ପର୍ଯ୍ୟନ୍ତ ଉଭୟ ଗାଙ୍ଗୁଲି ଓ ଶାହ ସେମାନଙ୍କ ଦାୟିତ୍ୱରେ ଅପରିବର୍ତ୍ତିତ ରହିବା ଉଚିତ ବୋଲି ମତପ୍ରକାଶ ପାଇଛି।
ବିସିସିଆଇ ସଭାପତି ଗାଙ୍ଗୁଲି ଏବଂ ସମ୍ପାଦକ ଭାବେ ଶାହଙ୍କ ମାମଲା ସୁପ୍ରିମକୋର୍ଟରେ ଥିବାରୁ ସେମାନଙ୍କ କୁଲିଙ୍ଗ୍‌ -ଅଫ୍‌ ପିରିୟଡ଼କୁ ତାଙ୍କ ଓକିଲ ବିରୋଧ କରିବେ ନାହିଁ ବୋଲି ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ସ୍ପଟ୍‌ ଫିକ୍ସିଂ ମାମଲା ପିଟିସନର ଆଦିତ୍ୟ ବର୍ମା କହିଛନ୍ତି। ସେହିପରି ବିସିସିଆଇ ସଭାପତି ଭାବେ ଗାଙ୍ଗୁଲି ଦୀର୍ଘସମୟ ଭିତ୍ତିରେ ରହିବା ଉଚିତ ବୋଲି ମତ ଦେଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ତଥା ବ୍ୟାଟିଂ ଗ୍ରେଟ୍‌ ସୁନୀଲ ଗାଭାସ୍କର। ବିସିସିଆଇକୁ ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିବାକୁ ଗାଙ୍ଗୁଲିଙ୍କର ଦକ୍ଷତା ରହିଛି ବୋଲି ସେ କହିଛନ୍ତି। ଚଳିତ ଶତାବ୍ଦୀ ପ୍ରାରମ୍ଭରେ ଭାରତୀୟ ଦଳର ପୁନଃରୁଦ୍ଧାରରେ ଗାଙ୍ଗୁଲିଙ୍କ ବଡ଼ ଭୂମିକା ରହିଥିଲା। ଦଳ ଉପରେ ପ୍ରଶଂସକମାନେ ପୁନଃ ଆସ୍ଥା ସ୍ଥାପନ କରିଥିଲେ। ତେଣୁ ଉଭୟ ଗାଙ୍ଗୁଲି ଓ ଶାହ ୨୦୨୩ ବିଶ୍ୱକପ ପର୍ଯ୍ୟନ୍ତ ସେମାନଙ୍କ ଦାୟିତ୍ୱରେ ରହିବା ଉଚିତ ବୋଲି ଗାଭାସ୍କର ଏକ ସ୍ତମ୍ଭରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

ଅଶାଳୀନ ମନ୍ତବ୍ୟ ଦେଲେ ଫ୍ୟାନ୍‌: ସମସ୍ତଙ୍କୁ ଚକିତ କଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତିକ୍ରିୟା

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ୍ ଅଲ୍-ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଜଣେ ଫ୍ୟାନ୍‌ଙ୍କ ଅଶାଳୀନ ଆଚରଣର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଖ୍ରୀଷ୍ଟମାସ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

VHT 2025: ବିଜୟ ହଜାରେ ଟ୍ରଫିରୁ ବାଦ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ, କାରଣ…

ନୂଆଦିଲ୍ଲୀ,୨୫।୧୨: ବୈଭବ ସୂର୍ଯ୍ୟବଂଶୀଙ୍କ ଫ୍ୟାନ୍ସଙ୍କୁ ଝଟକା । ଅଣ୍ଡର-୧୯ ଏସିଆ କପରେ ଏକ ଚମତ୍କାର ଇନିଂସ ଖେଳିବା ପରେ, ବୈଭବ ବିଜୟ ହଜାରେ ଟ୍ରଫିରେ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri