Posted inଖେଳ

ବିସିସିଆଇ ଏବେ ମୁଣ୍ଡ ବିହୀନ

ନୂଆଦିଲ୍ଲୀ, ୨୮।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏବେ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ସଭାପତି ଭାବେ ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ସୋମବାର(ଜୁଲାଇ ୨୭) ଶେଷ ହୋଇଛି। ଉପସଭାପତି ୪ ମାସ ତଳୁ ଇସ୍ତଫା ଦେଇ ସାରିଛନ୍ତି। କ୍ରିକେଟ ବୋର୍ଡର ସମ୍ପାଦକ ଜୟ ଶାହାଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି। ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରି ଏବଂ ଜେନେରାଲ ମ୍ୟାନେଜର (କ୍ରିକେଟ) ସବା କରିମଙ୍କ ଇସ୍ତଫା ଗୃହୀତ ହୋଇ ସାରିଛି। ଫଳରେ ବିସିସିଆଇ ଏବେ ସାମୟିକ ମୁଣ୍ଡ ବିହୀନ ହୋଇ ଯାଇଛି।
ଲୋଧା କମିଟି ସଂସ୍କାର ଅନୁସାରେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭଙ୍କ ସଭାପତି କାର୍ଯ୍ୟକାଳ ସୋମବାର ଶେଷ ହେଉଛି। ଗତବର୍ଷ ଅକ୍ଟୋବରରେ ଗାଙ୍ଗୁଲି ଏହି ଦାୟିତ୍ୱ ଗ୍ରହଣ କରିଥିଲେ। ପୂର୍ବରୁ ସେ କ୍ରିକେଟ ଆସୋସିଏଶନ ଅଫ୍‌ ବେଙ୍ଗଲର ପଦପଦବୀରେ ରହିଥିଲେ। ଫଳରେ ସେ କ୍ରିକେଟ ପ୍ରଶାସକଭାବେ କ୍ରମାଗତ ୬ ବର୍ଷ ଧରି କାର୍ଯ୍ୟ କରି ସାରିଛନ୍ତି। ନିୟମ ଅନୁସାରେ ବିସିସିଆଇ ସେଟ୍‌-ଅପ୍‌କୁ ଫେରିବାକୁ ହେଲେ ତାଙ୍କୁ ୩ ବର୍ଷ ବ୍ରେକ୍‌ ନେବାକୁ ପଡ଼ିବ। ଉଭୟ ଗାଙ୍ଗୁଲି ଓ ଶାହ ସେମାନଙ୍କ କାର୍ଯ୍ୟକାଳକୁ ପୂରା ୩ ବର୍ଷ ପାଇଁ ବଢ଼ାଇବାକୁ ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେଇଥିଲେ। ମାତ୍ର ଏହି ମାମଲାରେ ହଠାତ୍‌ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ଗତ ସପ୍ତାହରେ ମନା କରି ଦେଇଥିଲେ। ଲୋଧା ସଂସ୍କାର ଅନୁସାରେ କୌଣସି ଅଧିକାରୀ ରାଜ୍ୟ ଆସୋସିଏଶନ କିମ୍ବା ବିସିସିଆଇରେ କ୍ରମାଗତ ୬ ବର୍ଷ କାର୍ଯ୍ୟ କରିପାରିବ। ଏହାପରେ ୩ ବର୍ଷ କୁଲିଂ ପିରିୟଡ ବାଧ୍ୟତାମୂଳକ। ବିସିସିଆଇ ପଦ ଗ୍ରହଣ ବେଳେ ଗାଙ୍ଗୁଲି ଓ ଶାହଙ୍କ କାର୍ଯ୍ୟକାଳ ମାତ୍ର ୧୦ ଓ ୯ ମାସ ରହିଥିଲା। ତେବେ ଏହି ମାମଲାରେ ଏବେ ନ୍ୟାୟିକ ମତ ଭିନ୍ନ ହେବାରେ ଲାଗିଛି। କୋର୍ଟରେ ଶୁଣାଣି ଶେଷ ହେବା ପର୍ଯ୍ୟନ୍ତ ଉଭୟ ଗାଙ୍ଗୁଲି ଓ ଶାହ ସେମାନଙ୍କ ଦାୟିତ୍ୱରେ ଅପରିବର୍ତ୍ତିତ ରହିବା ଉଚିତ ବୋଲି ମତପ୍ରକାଶ ପାଇଛି।
ବିସିସିଆଇ ସଭାପତି ଗାଙ୍ଗୁଲି ଏବଂ ସମ୍ପାଦକ ଭାବେ ଶାହଙ୍କ ମାମଲା ସୁପ୍ରିମକୋର୍ଟରେ ଥିବାରୁ ସେମାନଙ୍କ କୁଲିଙ୍ଗ୍‌ -ଅଫ୍‌ ପିରିୟଡ଼କୁ ତାଙ୍କ ଓକିଲ ବିରୋଧ କରିବେ ନାହିଁ ବୋଲି ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ସ୍ପଟ୍‌ ଫିକ୍ସିଂ ମାମଲା ପିଟିସନର ଆଦିତ୍ୟ ବର୍ମା କହିଛନ୍ତି। ସେହିପରି ବିସିସିଆଇ ସଭାପତି ଭାବେ ଗାଙ୍ଗୁଲି ଦୀର୍ଘସମୟ ଭିତ୍ତିରେ ରହିବା ଉଚିତ ବୋଲି ମତ ଦେଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ତଥା ବ୍ୟାଟିଂ ଗ୍ରେଟ୍‌ ସୁନୀଲ ଗାଭାସ୍କର। ବିସିସିଆଇକୁ ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିବାକୁ ଗାଙ୍ଗୁଲିଙ୍କର ଦକ୍ଷତା ରହିଛି ବୋଲି ସେ କହିଛନ୍ତି। ଚଳିତ ଶତାବ୍ଦୀ ପ୍ରାରମ୍ଭରେ ଭାରତୀୟ ଦଳର ପୁନଃରୁଦ୍ଧାରରେ ଗାଙ୍ଗୁଲିଙ୍କ ବଡ଼ ଭୂମିକା ରହିଥିଲା। ଦଳ ଉପରେ ପ୍ରଶଂସକମାନେ ପୁନଃ ଆସ୍ଥା ସ୍ଥାପନ କରିଥିଲେ। ତେଣୁ ଉଭୟ ଗାଙ୍ଗୁଲି ଓ ଶାହ ୨୦୨୩ ବିଶ୍ୱକପ ପର୍ଯ୍ୟନ୍ତ ସେମାନଙ୍କ ଦାୟିତ୍ୱରେ ରହିବା ଉଚିତ ବୋଲି ଗାଭାସ୍କର ଏକ ସ୍ତମ୍ଭରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

RCBକୁ ପଛରେ ପକାଇ ମହାରେକର୍ଡ କଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୪।୪: ଚେନ୍ନାଇ ସୁପର କିଙ୍ଗସ IPLରେ ଏପରି ଏକ ସଫଳତା ହାସଲ କରିଛି ଯାହା ପୂର୍ବରୁ ଅନ୍ୟ କୌଣସି ଦଳ କରିପାରି ନାହିଁ। ଚେନ୍ନାଇ ଏବେ ଇଣ୍ଡିଆନ…

ପଡ଼ିଆକୁ ହାତ ମିଳାଇବାକୁ ଆସିଥିଲେ ନେହେରା, ହେଲେ ଏମିତି କଲେ ବୈଭବ ସୂର୍ଯ୍ୟବଂଶୀ ଭିଡ଼ିଓ ଦେଖିଲେ ମନ ଖୁସି ହୋଇଯିବ

ନୂଆଦିଲ୍ଲୀ,୪।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗରେ ଏକ ଚମତ୍କାର ଆରମ୍ଭ କରିଥିବା ବୈଭବ ସୂର୍ଯ୍ୟବଂଶୀ ଶନିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ମଇଦାନକୁ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri