୨୪,୯୬୫ କୋଟି ନିବେଶ କଲେଣି ବିଦେଶୀ ନିବେଶକ

ନୂଆଦିଲ୍ଲୀ,୨୨।୨: ଭାରତୀୟ ପୁଞ୍ଜି ବଜାରରେ ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ)ଙ୍କ ନିବେଶ ବଢିଚାଲିଛି। ଏହି ବର୍ଗର ନିବେଶକ ଚଳିତ ମାସ ଅଦ୍ୟାବଧି ସୁଦ୍ଧା ପୁଞ୍ଜି ବଜାରରେ ୨୪,୯୬୫ କୋଟି ଟଙ୍କା ନିବେଶ କଲେଣି। ସାଧାରଣ ବଜେଟରେ ରହିଥିବା ପ୍ରସ୍ତାବ ଏବଂ ଘରୋଇ ବଜାର ଉଚ୍ଚ ଅଭିବୃଦ୍ଧି ହାସଲ କରିବ ବୋଲି ଆଶା କରାଯାଉଥିବାରୁ ଏହାର ଉତ୍ତମ ପ୍ରଭାବ ବିଦେଶୀ ନିବେଶକଙ୍କ ଉପରେ ପଡିଛି। ଷ୍ଟକ ବଜାର ଡିପୋଜିଟୋରି ଡାଟା ମୁତାବକ, ଏହି ନିବେଶକମାନେ ଇକ୍ୱିଟିରେ ୨୪,୨୦୪ କୋଟି ଟଙ୍କା ନିବେଶ କରିଛନ୍ତି। ସେହିଭଳି ଡେଟ୍‌ ସେଗମେଣ୍ଟରେ ନିବେଶକ ୭୬୧ କୋଟି ଲଗାଇଛନ୍ତି। ମୋଟ ଉପରେ ନିବେଶ ୨୪,୯୬୫ କୋଟି ଟଙ୍କା ଛୁଇଁଛି। ଏହା ପୂର୍ବ ମାସରେ ଏଫ୍‌ପିଆଇ ନିବେଶ ୧୪,୬୪୯ କୋଟି ଟଙ୍କା ରହିଥିଲା। ଏହି ପରିପ୍ରେକ୍ଷୀରେ ଗ୍ରୋ କମ୍ପାନୀର ସିଓଓ ହର୍ଷ ଜୈନ କହିଛନ୍ତି, ଘରୋଇ ବଜାରର ଅଭିବୃଦ୍ଧି ଆସନ୍ତା ଆର୍ଥତ୍କ ବର୍ଷରେ ଉନ୍ନତ ରହିବ ବୋଲି ନିବେଶକ ଆଶା କରୁଛନ୍ତି। ଅନ୍ତର୍ଜାତୀୟ ବଜାରକୁ ନେଇ ମଧ୍ୟ ନିବେଶକ ବେଶ ଆଶାବାଦୀ ରହିଛନ୍ତି। ସେହିଭଳି ଏଲ୍‌କେପି ସିକ୍ୟୁରିଟିଜର ରିସର୍ଚ୍ଚ ମୁଖ୍ୟ ଏସ୍‌.ରଙ୍ଗନାଥନ କହିଛନ୍ତି, ଭାରତୀୟ ବଜାରରେ ନିବେଶ ନେଇ ଏଫ୍‌ପିଆଇ ବେଶ ଆଶାବାଦି। ୨୦୨୧ରେ ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ହୋଇପାରିବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଆକଳନ କରିଛି। ମୋଟାମୋଟି ଭାବେ କହିବାକୁ ଗଲେ ବିଦେଶୀ ନିବେଶକ ବଜାର ଉପରେ ଆଶା ଉନ୍ନତ ରହିଥିବାରୁ ନିବେଶ ବଢାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ପାଇଁ ଆସିବ ପେନସନ ବ୍ୟବସ୍ଥା

ନୂଆଦିଲ୍ଲୀ,୩୦-୫: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ସ୍କିମ୍‌ ଜରିଆରେ ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ୧୨ କୋଟି ଚାଷୀ ପରିବାରଙ୍କୁ ସହାୟତା ପ୍ରଦାନ କରିବା ପରେ...

ରେକର୍ଡ ଭାଙ୍ଗି ଚାଲିଛି ତେଲ ଦର

ଭୁବନେଶ୍ୱର: ତେଲ ଦରରେ ଲଗାତର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇ ଚାଲିଛି। ପେଟ୍ରୋଲ ଏବଂ ଡିଜେଲ ଦର କମିବା ଦେଖାଯାଉନାହିଁ। ଗତ ସପ୍ତାହରେ ଇନ୍ଧନ ଦର...

୧୧ଦିନ ହେଲା ବୃଦ୍ଧି ପାଉଛି ତେଲ ଦର

ନୂଆଦିଲ୍ଲୀ,୧୮।୬: ଦେଶରେ ତେଲ ଦର କ୍ରମାଗତ ଭାବରେ ୧୧ ଦିନ ହେଲା ବୃଦ୍ଧି ପାଉଛି। ଜୁନ ୭ ରୁ ୧୭ ମଧ୍ୟରେ ଘରୋଇ ବଜାରରେ ତେଲ...

ରେଳ ଭିତ୍ତିଭୂମି ବିକାଶ ଉପରେ ଫୋକସ

ନୂଆଦିଲ୍ଲୀ,୬-୭: ବଜେଟରେ କେନ୍ଦ୍ର ସରକାର ରେଳ ଭିତ୍ତିଭୂମି ବିକାଶ ଉପରେ ଫୋକସ ରଖିଛନ୍ତି। ୨୦୧୮ରୁ ୨୦୩୦ ସୁଦ୍ଧା ଦେଶର ରେଳ ଭିତ୍ତିଭୂମିରେ ୫୦ ଲକ୍ଷ କୋଟି...

ଶ୍ରମିକ ଧର୍ମଘଟ: ରାଜ୍ୟରେ ୧୦୦ କୋଟିର କାରବାର କ୍ଷତିଗ୍ରସ୍ତ

ଭୁବନେଶ୍ୱର: ଶ୍ରମିକ ଧର୍ମଘଟ ପ୍ରଭାବ ଯୋଗୁ ରାଜ୍ୟର ପ୍ରମୁଖ ସ୍ଥାନଗୁଡ଼ିକରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଅନ୍ୟ ସବୁ ସ୍ଥାନରେ ଆଂଶିକ ବନ୍ଦ ରହିଥିବା...

ଜେଟ୍‌ଲୀଙ୍କୁ ଝୁରିଲା ଶିଳ୍ପ ଜଗତ

ନୂଆଦିଲ୍ଲୀ, ୨୫-୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପି ନେତା ଅରୁଣ ଜେଟଲୀଙ୍କ ମୃତ୍ୟୁରେ ଦେଶର ଶିଳ୍ପ ଜଗତ ପକ୍ଷରୁ ଗଭୀର ଶୋକପ୍ରକାଶ କରାଯାଇଛି। ଦେଶ ଜଣେ...

ଲୋକଙ୍କ ସ୍ବାସ୍ଥ୍ୟଠାରୁ ଆର୍ଥତ୍କ ପ୍ରସଙ୍ଗ ବଡ଼ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୬: ଲୋକଙ୍କ ସ୍ବାସ୍ଥ୍ୟଠାରୁ ଆର୍ଥତ୍କ ପ୍ରସଙ୍ଗ ବଡ଼ ନୁହେଁ। ଲକ୍‌ଡାଉନ ସମୟରେ ଘୋଷଣା ହୋଇଥିବା ଲୋନ୍‌ ମୋରାଟୋରିୟମ ମାମଲା ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟ ଗୁରୁବାର...

ବଢ଼ିବ ଚିନି ଦାମ: ଉତ୍ପାଦନ କମିଛି ୨୨ ପ୍ରତିଶତ

ନୂଆଦିଲ୍ଲୀ,୪।୩: ଚଳିତ ବର୍ଷ ଦେଶରେ ଚିନି ଉତ୍ପାଦନ ୨୨ ପ୍ରତିଶତ କମିଛି। ଗତ ୫ ମାସ ଧରି ଏଭଳି ସ୍ଥିତି ଜାରି ରହିଛି। ତେଣୁ ଆଗାମୀ...

Play 250+ Trending Games
Archives

Model This Week

Why Dharitri