ପୂର୍ବତଟ ରେଳପଥରେ ୨୪୧.୫୧ ଏମ୍‌ଟି ପଣ୍ୟ କାରବାର

ଭୁବନେଶ୍ୱର,୩।୪: ଭାରତୀୟ ରେଲଓ୍ବେର ପ୍ରମୁଖ ଜୋନ୍‌ ପୂର୍ବତଟ ରେଳପଥ ୨୦୨୨-୨୩ ଆର୍ଥିକବର୍ଷର ପଣ୍ୟ ପରିବହନରେ ଏକ ନୂତନ ରେକର୍ଡ ସ୍ଥାପନ କରିଛି। ଏପରିକି ରେଳପଥ ଲକ୍ଷ୍ୟଧାର୍ଯ୍ୟଠାରୁ ଅଧିକ ୨୪୧.୫୧ ମିଲିଅନ ଟନ୍‌ ପଣ୍ୟ ପରିବହନ କରିଛି। ସେହିଭଳି ପୂର୍ବତଟ ରେଳପଥ ୨୦୨୧-୨୨ ବର୍ଷ ତୁଳନାରେ ୨୦୨୨-୨୩ ବର୍ଷରେ ୯.୩୭ ମିଲିଅନ ଟନ୍‌ ଅଧିକ ପଣ୍ୟ ପରିବହନ କରିଛି। ଏପରିକି ୨୦୨୧-୨୨ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ମୋଟ ୨୩୨.୧୩ ମିଲିଅନ ଟନ୍‌ ପଣ୍ୟ ପରିବହନ କରିଥିଲା। ଅପରପକ୍ଷରେ ପୂର୍ବତଟ ରେଳପଥ ଭାରତୀୟ ରେଲଓ୍ବେର ଏକମାତ୍ର ରେଳପଥ, ଯାହା ୨୦୨୨-୨୩ ଆର୍ଥିକ ବର୍ଷର ଧାର୍ଯ୍ୟଲକ୍ଷ୍ୟ ୨୨୦ମିଲିଅନ ଟନ୍‌, ୨୩୦ ମିଲିଅନ ଟନ୍‌ ଏବଂ ୨୪୦ ମିଲିଅନ ଟନ୍‌ ପଣ୍ୟ ପରିବହନର ମାଇଲଖୁଣ୍ଟ ଅତିକ୍ରମ କରିଛି।

ଏପରିକି ରେଳ ମନ୍ତ୍ରଣାଳୟ ପକ୍ଷରୁ ୨୪୦.୬୦ ମିଲିଅନ ଟନ୍‌ ପଣ୍ୟ ପରିବହନ କରିବାକୁ ପୂର୍ବତଟ ରେଳପଥ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଥିଲା, ଯାହା ୨୦୨୨-୨୩ ଆର୍ଥିକ ବର୍ଷରେ ସଫଳତାର ସହ ରେଳପଥ ଉକ୍ତ ଲକ୍ଷ୍ୟ ହାସଲ କରିଛି। ଏ ନେଇ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ରେଳପଥର ସମସ୍ତ ରେଳ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ୩ଟି ଡିଭିଜନର ପରିଶ୍ରମୀ ତଥା ଉତ୍ସର୍ଗୀକୃତ କର୍ମଚାରୀଙ୍କୁ ଉକ୍ତ ସଫଳତାର ପୂର୍ଣ୍ଣ ଶ୍ରେୟ ଦେଇଛନ୍ତି। ଏହା ବ୍ୟତୀତ କୋଇଲା ଖଣି, ବନ୍ଦର, ଇସ୍ପାତ କାରଖାନା, ସିମେଣ୍ଟ, ଆଲୁମିନା ପ୍ଲାଣ୍ଟ, ପେଟ୍ରୋଲିୟମ କମ୍ପାନୀ ଏବଂ ଖାଦ୍ୟ ନିଗମ ସମେତ ସମସ୍ତ ହିତାଧିକାରୀଙ୍କ ଉଦ୍ୟମ ଏବଂ ସହଯୋଗ ଯୋଗୁ ଏହି ସଫଳତା ହାସଲ ହୋଇପାରିଛି ବୋଲି ଶର୍ମା କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri