ସାମ୍ନାକୁ ଆସିଲା ମନ୍ତ୍ରୀଙ୍କ ଲିଷ୍ଟ, ଏହି ବିଧାୟକମାନେ ଆଜି ନେବେ ଶପଥ

ନୂଆଦିଲ୍ଲୀ, ୧୨।୬: ଓଡ଼ିଶା ସମେତ ଆଜି ଅନ୍ଧ୍ର ପ୍ରଦେଶରେ ସରକାର ଗଠନ ହେବ । ଶପଥ ଗ୍ରହଣ କରିବେ ଦୁଇ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ। ଟିଡିପି ମୁଖ୍ୟ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁ ବୁଧବାର ଚତୁର୍ଥଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ରାଜ୍ୟର ଦାୟିତ଼୍ବ ସମ୍ଭାଳିବେ । ତାଙ୍କ ସହିତ ୨୪ ଜଣ ନେତାଙ୍କ ନାମ ମଧ୍ୟ ମନ୍ତ୍ରୀ ପଦ ପାଇଁ ଫାଇନାଲ୍‌ ହୋଇଛି । ଏମାନଙ୍କ ମଧ୍ୟରେ ଚନ୍ଦ୍ରବାବୁଙ୍କ ପୁଅ ନାରା ଲୋକେଶ ଏବଂ ଜନସେନା ମୁଖ୍ୟ ପୱନ କଲ୍ୟାଣ ରହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଭାଜପା ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଅନ୍ୟ କେତେକ ନେତା ମଧ୍ୟ ଏହି ଶପଥ ଗ୍ରହଣ ସମାରୋହରେ ସାମିଲ୍‌ ହେବା ନେଇ ଜଣାପଡ଼ିଛି ।

୧୧.୨୭ ମିନିଟ୍‌ରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ନାଇଡ଼ୁ କ୍ୟାବିନେଟ୍‌ରେ ଜାତିଗତ ସମୀକରଣର ଧ୍ୟାନ ମଧ୍ୟ ରଖାଯାଇଛି । ସାଧାରଣ ବର୍ଗର ୧୩, ପଛୁଆ ବର୍ଗର ୭, ସଂରକ୍ଷିତ ବର୍ଗରୁ ୨ ଜଣ ଏବଂ ସଂରକ୍ଷିତ ଜନଜାତି ବର୍ଗରୁ ଜଣଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯାଇଥିବା ବେଳେ ସଂଖ୍ୟାଲଘୁରୁ ଜଣଙ୍କୁ ମନ୍ତ୍ରୀ ପଦ ମିଳିବା ନେଇ ଜଣାପଡ଼ିଛି । ତେବେ ଏହି ଲିଷ୍ଟ୍‌ରେ ଏମାନଙ୍କ ନାମ ରହିଛି-
-ପୱନ କଲ୍ୟାଣ
– ନାରା ଲୋକେଶ
– କିଞ୍ଜାରାପୁ ଆଚେନ ନାଇଡୁ
– କୋଲୁ ରବିନ୍ଦ୍ର
– ନାଡେଣ୍ଡଲା ମନୋହର
– ପି ନାରାୟଣ
– ୱାଙ୍ଗଲାପୁଡି ଅନୀତା
– ସତ୍ୟ କୁମାର ଯାଦବ
– ଡ ନିମଲା ରାମ ନାଇଡୁ
– ଏନ୍‌ଏମ୍‌ ଫାରୁକ
– ଅନାମ ରାମନାରାୟଣ ରେଡ୍ଡୀମ୍‌
– ପାୟାଭୁଲା କେଶବ
– ଅନଗନି ସତ୍ୟ ପ୍ରସାଦ
– କୋଲୁସୁ ପାର୍ଥସାରାଡି
– ଡୋଲା ବାଲଭେରାନଜାନେ ସ଼୍ବାମୀ
– ଗୋଟିପତି ରବି କୁମାର
– କାଣ୍ଡୁଲା ଦୁର୍ଗେଶ
– ଗୁମାଡି ସାନ୍ଧାରାଣୀ
– ବିସି ଜନାର୍ଦ୍ଦନ ରେଡ୍ଡୀ
– ଟିଜି ଭାରତ
– ଏସ୍‌ ସବିତା
– ଭାସାମସେଟୀ ସୁଭାଷ
– କୋଣ୍ଡାପାଲ୍ଲୀ ଶ୍ରୀନିବାସ
-ମାଣ୍ଡିପାଲ୍ଲୀ ରାମା ପ୍ରସାଦ ରେଡ୍ଡୀ


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri