ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ଘୋଷଣା କରାଯାଇଛି। ଏମ୍ଭି-୨୬ ଓ ରାଖେଲଗୁଡ଼ା ଗାଁରେ ଗଣ୍ଡଗୋଳ ପରେ ପ୍ରଶାସନ ଏହି କଟକଣା ଲଗାଇଛି। ଆଜି ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି।

ଏମ୍ଭି-୨୬ ଗାଁରେ ଘର, ଗାଡ଼ି ଭଙ୍ଗାରୁଜା ସହ ନିଆଁ ଲଗାଇ ଦେଇଛନ୍ତି। ପୋଲିସ ଉପସ୍ଥିତ ସତ୍ତ୍ବେ ପୁରୁଷ, ମହିଳା ଏକାଠି ହୋଇ ଭଙ୍ଗାରୁଜା କରିଛନ୍ତି। କାଲି ପୋଡ଼ାଜଳା ପରେ ଭିନ୍ନ ଭିନ୍ନ ସ୍ଥାନରେ ଉଭୟ ଗୋଷ୍ଠୀ ଏକତ୍ରିତ ହୋଇଛନ୍ତି। ଖେଲଗୁଡ଼ାରେ ପାରମ୍ପାରିକ ଅସ୍ତଶସ୍ତ୍ର ଧରି ଏକାଠି ହେଲେ ଗୋଟିଏ ଗୋଷ୍ଠୀ । ମାଲକାନଗିରି ସହରରେ ଅନ୍ୟ ଏକ ଗୋଷ୍ଠୀର ବହୁ ସଂଖ୍ୟାରେ ମେଳି ବାନ୍ଧିଛନ୍ତି।

Dharitri – The Largest & Most Trusted Odia Daily