ବିନା କଏଲ୍‌ରେ ଦୂର ହେବ ମଶା

ସନ୍ଧ୍ୟା ହେବା ପରେ ଅନେକଙ୍କ ଘରେ ମଶାଙ୍କ ସମସ୍ୟା ଦେଖିବାକୁ ମିଳିଥାଏ। ସେଥିପାଇଁ ଅନେକେ ମଶା ଦୂରକରିବା ପାଇଁ ବଜାରରେ ମିଳୁଥିବା ଲିକ୍ୟୁଡି, କଏଲ୍‌ ତଥା ଧୂପ ଆଦିର ବ୍ୟବହାର କରିଥାନ୍ତି । ଏହା କିଛି ସମୟ ପାଇଁ ଘରୁ ମଶା ଦୂର କରିଥାଏ ସତ, କିନ୍ତୁ ସେଥିରୁ ବାହାରୁ ଥିବା କେମିକାଲଯୁକ୍ତ ଧୂଆଁ ମଣିଷ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ସେଥିପାଇଁ ଜାଣନ୍ତୁ କିଛି ଘରୋଇ ଉପାୟରେ ମଶା ଦୂର କରିବାର ଟିପ୍ସ…

କତାକୁ ଜଳାଇ ସେଥିରେ କିଛି ଜୁଆଣି ପକେଇ ଦେଲେ ଯେଉଁ ଧୂଆଁ ବାହାରିବ ତାକୁ ସବୁ ଘରେ ଖେଳେଇ ଦିଅନ୍ତୁ ।
ଏହା ଦ୍ୱାରା ବହୁ ଶୀଘ୍ର ଘରୁ ମଶା ପଳେଇବେ ।

କତା ଧୂଆଁରେ ମଧ୍ୟ ମଶା ଦୂର ହୋଇଯାଇଥାନ୍ତି ।

କିଛି କର୍ପୂର ଗୁଣ୍ଡ ମିଶାଇ ଏହି ମିଶ୍ରଣକୁ ତେଜପତ୍ରରେ ଲଗାଇ ଜଳାନ୍ତୁ। ଏଥିରୁ ଯେଉଁ ଧୂଆଁ ବାହାରେ ସେଥିରେ ବି ମଶା ସବୁ ଘରୁ ଶୀଘ୍ର ବାହାରିଯାନ୍ତି ।

ତା’ଛଡ଼ା ଏହି ନିମ୍ବ ତେଲ ଓ କର୍ପୂର ଗୁଣ୍ଡର ମିଶ୍ରଣକୁ ଦୀପ ଆକାରରେ ଜଳାଇଲେ ରାତିସାରା ଘରେ ମଶା ହୋଇ ନ ଥାନ୍ତି।

ସମୟରେ ଘରର ସବୁ ଝରକା କବାଟ ବନ୍ଦ କରି ୩ରୁ ୪ଟି କର୍ପୂରକୁ ଜଳାଇ ଦେଲେ ଘର ଭିତରେ ଥିବା ମଶା ସବୁ ମରି ଯାଇଥାନ୍ତି।