Posted inଫୁରସତ

ଭୂତଳ ଜଳ ସଞ୍ଚାଳନରୁ ଭୂକମ୍ପ

ନୂଆଦିଲ୍ଲୀ: ଭୂକମ୍ପ ଏବଂ ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟର କାରଣ ସମ୍ପର୍କରେ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଥିଲେ ମଧ୍ୟ ଗବେଷଣାଲବ୍ଧ ତଥ୍ୟ ପର୍ଯ୍ୟାପ୍ତ ନୁହେଁ। ତେବେ ନିକଟରେ ଅନ୍ତର୍ଜାତୀୟସ୍ତରରେ କରାଯାଇଥିବା ଏକ ଅଧ୍ୟୟନରୁ ଭୂଗର୍ଭରେ ଥିବା ପାଣିର ଗତିବିଧି ସୁନାମି ଏବଂ ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟର କାରଣ ବୋଲି ଜଣାପଡ଼ିଛି। ଟେକ୍ଟୋନିକ୍‌ ପ୍ଲେଟ୍‌ ଉପରେ ଚାଲିଥିବା ଗବେଷଣାରୁ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି ବୋଲି ‘ନେଚର ଜର୍ନଲ’ରେ କୁହାଯାଇଛି।
ଭୂପୃଷ୍ଠରେ ଜଳଚକ୍ର ଭଳି ପୃଥିବୀ ଆଭ୍ୟନ୍ତରରେ କାର୍ବନ ଡାଇଅକ୍ସସାଇଡ୍‌ ଏବଂ ସଲ୍‌ଫର ଚକ୍ର ଅନବରତ ଚାଲିଛି। ସବୁଜ ଗ୍ରହର ବିକାଶରେ ଏହି ପଦାର୍ଥର ଅନେକ ଯୋଗଦାନ ରହିଛି। ମହାଦୀପ ନିର୍ମାଣ, ଜୀବନ ଆରମ୍ଭ, ଖଣିଜ ସୃଷ୍ଟି, ଆଗ୍ନେୟଗିରି ବିସ୍ଫୋରଣ, ଭୂମିକମ୍ପ ସହ ଏଭଳି ମୌଳିକ ପଦାର୍ଥ ପ୍ରତ୍ୟକ୍ଷ ଭାବେ ଜଡ଼ିତ।
ସବଡକ୍ସନ କ୍ଷେତ୍ର (ଯେଉଁଠି ଟେକ୍ଟୋନିକ୍‌ ପ୍ଲେଟ୍‌ ପରସ୍ପର ସହ ମିଶିଛି) ଦେଇ ଅଧିକ ମାତ୍ରାରେ ପାଣି ଭୂଗର୍ଭ ଭିତରକୁ ପ୍ରବେଶ କରିଥାଏ। ଆଗ୍ନେୟ ଉଦ୍‌ଗିରଣ ସମୟରେ ଏହି ଜଳ ବାମ୍ଫ ଆକାରରେ ପୁଣି ଥରେ ବାୟୁମଣ୍ଡଳକୁ ଫେରିଥାଏ। ବେଳେବେଳେ ଦୁଇ ପ୍ଲେଟ୍‌ ପିଟି ହୋଇ ପରସ୍ପର ମଧ୍ୟରେ ଚଢ଼ିଯାଇଥାନ୍ତି। ବିଶେଷକରି ଆଗ୍ନେୟଗିରି ଉଦ୍‌ଗିରଣ ସମୟରେ ଏହି ପ୍ରକ୍ରିୟା ବେଶ୍‌ ଦ୍ରୁତ ହୋଇଥାଏ। ତେବେ ଏହି ପ୍ରକ୍ରିୟାରେ କେତେମାତ୍ରାରେ ପାଣି ପ୍ରବେଶ କରେ ସେ ସମ୍ପର୍କରେ ଠିକ୍‌ ସୂଚନା ମିଳିପାରିନାହିଁ।
ବ୍ରିଷ୍ଟଲ ୟୁନିଭର୍ସିଟି ଅଧୀନ ସ୍କୁଲ ଅଫ୍‌ ସାଇନ୍ସର ବିଶେଷଜ୍ଞ ତଥା ଏହି ଅଧ୍ୟୟନ ସହିତ ଜଡ଼ିତ ପ୍ରମୁଖ ଲେଖକ ଡ. ଜର୍ଜ କୁପର କହିଛନ୍ତି, ଡିଡକ୍ସନ ଜୋନ୍‌ରେ ସୃଷ୍ଟି ହୋଇଥିବା ଫାଟ ଦେଇ ବିପୁଳ ପରିମାଣର ସମୁଦ୍ର ପାଣି ଭୂତଳକୁ ଚାଲିଯାଏ। ଭୂଗର୍ଭର ଉଚ୍ଚ ତାପମାତ୍ରାରେ ଏହି ପାଣି ବାମ୍ଫରେ ପରିଣତ ହୋଇଯାଏ। ଏହା ଉପରକୁ ଆସିବାକୁ ବାଟ ଖୋଜେ। ଟେକ୍ଟୋନିକ୍‌ ପ୍ଲେଟ୍‌ର ମିଳନ ବିନ୍ଦୁର ଫାଙ୍କା ରାସ୍ତା ଦେଇ ଏହା ଉପରକୁ ଉଠିବାକୁ ଚେଷ୍ଟାକରେ। ବିଶେଷକରି ଏହି ପ୍ଲେଟ୍‌ ସହିତ ସଂଯୁକ୍ତ ଆଗ୍ନେୟଗିରି ମୁହଁ ଦେଇ ଏହା ଭୂପୃଷ୍ଠକୁ ଉଠିଥାଏ। ଶକ୍ତିଶାଳୀ ବାମ୍ଫର ଚାପ ଯୋଗୁ ପୃଥିବୀ ଭିତରେ ଥିବା ଲାଭା ବି ଆଗ୍ନେୟଗିରି ମୁହଁ ଦେଇ ବାହାରକୁ ଆସିଯାଏ। ଏହି ସମୟରେ ହେଉଥିବା ପ୍ରଚଣ୍ଡ ବିସ୍ଫୋରଣ ଭୂକମ୍ପ ଏବଂ ଏହାର ତୀବ୍ରତା ଅନୁଯାୟୀ ପ୍ରଳୟଙ୍କରୀ ସୁନାମି ସୃଷ୍ଟି କରେ ବୋଲି କୁପର ସୂଚନା ଦେଇଛନ୍ତି।
ଟେକ୍ଟୋନିକ୍‌ ପ୍ଲେଟ୍‌ର ବଦଳୁଥିବା ଗତିବିଧି ଉପରେ ଗବେଷଣା କରୁଥିବା ବିଶେଷଜ୍ଞ ଦଳ ଭୂଗର୍ଭରେ ଚାଲିଥିବା ପ୍ରତିକ୍ରିୟା, ଭୂକମ୍ପ ଝଟ୍‌କାର ତୀବ୍ରତା, ଚଟାଣର ରାସାୟନିକ ବିଶ୍ଳେଷଣ, ପରିସଂଖ୍ୟାନ ମଡେଲକୁ ନେଇ ବହୁ ତଥ୍ୟ ସଂଗ୍ରହ କରିଛନ୍ତି। ଅଧ୍ୟୟନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ସମୁଦ୍ରର ଅଥଳ ଗଭୀରରେ ଥିବା ସର୍ପେଣ୍ଟାଇନ୍‌ ନାମକ ଖଣିଜ ସମୁଦ୍ର ପାଣି ସହ ଭୂଗର୍ଭକୁ ଯାଉଛି। ଏହାର ସିଧାସଳଖ ସମ୍ପର୍କ ଆଗ୍ନେୟଗିରି ଉଦ୍‌ଗିରଣ ସହିତ ରହିଛି ବୋଲି ସେମାନେ ଜାଣିବାକୁ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମଳ ପୂର୍ବରୁ ଚାଷୀମୁଣ୍ଡରେ ଚଡ଼କ: ଧାନ ଫସଲରେ ରୋଗପୋକ, ମଉଳି ଯାଉଛି ଅମଳ ଆଶା

ବରଗଡ଼,୮ା୧୦(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି ବୋଲି କୁହାଯାଏ। ହେଲେ ଏଠାରେ ଧାନଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ସମସ୍ୟା ଏଠାରେ ସାଧାରଣରେ…

ବରଗଡ଼ରେ ବନ୍ଦକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ: ଗାଡ଼ି ଚଳାଚଳ ଠପ୍‌

ବରଗଡ଼,୮।୧୧(ପ୍ରେମାନନ୍ଦ ଖମାରୀ): ଗୁରୁବାର ଓଡ଼ିଶା ବନ୍ଦ ଡାକରାକୁ ବରଗଡ଼ରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି। ସକାଳୁ ଦୋକାନ, ବଜାର ବନ୍ଦ ରହିଛି । ଗାଡ଼ି ଚଳାଚଳ ଠପ ପଡିଥିବା…

ନାନା ପାଟେକରଙ୍କ ଦେହାନ୍ତର ସାତ ଦିନ ପୂର୍ବରୁ ଏକ ଟୁଇଟ କରିଥିଲେ ପରେଶ ରାୱଲ; କ’ଣ ଥିଲା ସେଥିରେ?ଯାହା ଏବେ ହେଉଛି ଭାଇରାଲ

ମୁମ୍ବାଇ,୮।୧୦: ବରିଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଗୁରୁବାର ସକାଳେ ଗୋଆସ୍ଥିତ ବାସଭବନରେ ଏହି ଲୋକପ୍ରିୟ ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ଏବଂ…

ନାନା ପାଟେକରଙ୍କ ପତ୍ନୀ କିଏ? ଛାଡ଼ପତ୍ର ନ ନେଇ ୩୫ ବର୍ଷ ଧରି ଅଲଗା ରହିବାର କାରଣ କହିଥିଲେ…

ମୁମ୍ବାଇ,୮।୧୦: ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକର ୭୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ୮ ଅକ୍ଟୋବର ୨୦୨୬ରେ ଗୋଆସ୍ଥିତ ତାଙ୍କ ବାସଭବନରେ ତାଙ୍କୁ ହୃଦଘାତ…

ନାନା ପାଟେକରଙ୍କ ପରିବାରରେ କିଏ କିଏ ଅଛନ୍ତି? ପତ୍ନୀଙ୍କଠାରୁ ଅଲଗା ରହୁଥିଲା ବେଳେ ଜଣେ ପୁଅଙ୍କର ମୃତ୍ୟୁ ହୋଇସାରିଛି

ମୁମ୍ବାଇ,୮।୧୦: ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକର ୭୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ମଣିପାଲ ହସ୍ପିଟାଲର ଅଙ୍କୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଶେଖର ସାଲକର…

୪ ଦଫା ଦାବିରେ ଓଡ଼ିଶା ବନ୍ଦ, ପଦ୍ମପୁରରେ କଂଗ୍ରେସର ପିକେଟିଂ

ପଦ୍ମପୁର, ୮।୧୦ (ପ୍ରଦୀପ୍ତ ଦାଶ): ୪ ଦଫା ଦାବି ନେଇ କଂଗ୍ରେସ ଓ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ଗୁରୁବାର ସକାଳୁ…

ଆସିଲା ନାନା ପାଟେକରଙ୍କ ମୃତ୍ୟୁର ଅସଲ କାରଣ! ଡାକ୍ତର କହିଲେ…

ମୁମ୍ବାଇ,୮।୧୦: ବରିଷ୍ଠ ଅଭିନେତା ନାନା ପାଟେକର ଗୁରୁବାର ସକାଳ ୫ଟା୨୦ ସମୟରେ ପରଲୋକ ହୋଇଛି। ହୃଦଘାତ (କାର୍ଡିଆକ ଆରେଷ୍ଟ) ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଇଛି।…

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?