Posted inଫୁରସତ

ଭୂତଳ ଜଳ ସଞ୍ଚାଳନରୁ ଭୂକମ୍ପ

ନୂଆଦିଲ୍ଲୀ: ଭୂକମ୍ପ ଏବଂ ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟର କାରଣ ସମ୍ପର୍କରେ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଥିଲେ ମଧ୍ୟ ଗବେଷଣାଲବ୍ଧ ତଥ୍ୟ ପର୍ଯ୍ୟାପ୍ତ ନୁହେଁ। ତେବେ ନିକଟରେ ଅନ୍ତର୍ଜାତୀୟସ୍ତରରେ କରାଯାଇଥିବା ଏକ ଅଧ୍ୟୟନରୁ ଭୂଗର୍ଭରେ ଥିବା ପାଣିର ଗତିବିଧି ସୁନାମି ଏବଂ ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟର କାରଣ ବୋଲି ଜଣାପଡ଼ିଛି। ଟେକ୍ଟୋନିକ୍‌ ପ୍ଲେଟ୍‌ ଉପରେ ଚାଲିଥିବା ଗବେଷଣାରୁ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି ବୋଲି ‘ନେଚର ଜର୍ନଲ’ରେ କୁହାଯାଇଛି।
ଭୂପୃଷ୍ଠରେ ଜଳଚକ୍ର ଭଳି ପୃଥିବୀ ଆଭ୍ୟନ୍ତରରେ କାର୍ବନ ଡାଇଅକ୍ସସାଇଡ୍‌ ଏବଂ ସଲ୍‌ଫର ଚକ୍ର ଅନବରତ ଚାଲିଛି। ସବୁଜ ଗ୍ରହର ବିକାଶରେ ଏହି ପଦାର୍ଥର ଅନେକ ଯୋଗଦାନ ରହିଛି। ମହାଦୀପ ନିର୍ମାଣ, ଜୀବନ ଆରମ୍ଭ, ଖଣିଜ ସୃଷ୍ଟି, ଆଗ୍ନେୟଗିରି ବିସ୍ଫୋରଣ, ଭୂମିକମ୍ପ ସହ ଏଭଳି ମୌଳିକ ପଦାର୍ଥ ପ୍ରତ୍ୟକ୍ଷ ଭାବେ ଜଡ଼ିତ।
ସବଡକ୍ସନ କ୍ଷେତ୍ର (ଯେଉଁଠି ଟେକ୍ଟୋନିକ୍‌ ପ୍ଲେଟ୍‌ ପରସ୍ପର ସହ ମିଶିଛି) ଦେଇ ଅଧିକ ମାତ୍ରାରେ ପାଣି ଭୂଗର୍ଭ ଭିତରକୁ ପ୍ରବେଶ କରିଥାଏ। ଆଗ୍ନେୟ ଉଦ୍‌ଗିରଣ ସମୟରେ ଏହି ଜଳ ବାମ୍ଫ ଆକାରରେ ପୁଣି ଥରେ ବାୟୁମଣ୍ଡଳକୁ ଫେରିଥାଏ। ବେଳେବେଳେ ଦୁଇ ପ୍ଲେଟ୍‌ ପିଟି ହୋଇ ପରସ୍ପର ମଧ୍ୟରେ ଚଢ଼ିଯାଇଥାନ୍ତି। ବିଶେଷକରି ଆଗ୍ନେୟଗିରି ଉଦ୍‌ଗିରଣ ସମୟରେ ଏହି ପ୍ରକ୍ରିୟା ବେଶ୍‌ ଦ୍ରୁତ ହୋଇଥାଏ। ତେବେ ଏହି ପ୍ରକ୍ରିୟାରେ କେତେମାତ୍ରାରେ ପାଣି ପ୍ରବେଶ କରେ ସେ ସମ୍ପର୍କରେ ଠିକ୍‌ ସୂଚନା ମିଳିପାରିନାହିଁ।
ବ୍ରିଷ୍ଟଲ ୟୁନିଭର୍ସିଟି ଅଧୀନ ସ୍କୁଲ ଅଫ୍‌ ସାଇନ୍ସର ବିଶେଷଜ୍ଞ ତଥା ଏହି ଅଧ୍ୟୟନ ସହିତ ଜଡ଼ିତ ପ୍ରମୁଖ ଲେଖକ ଡ. ଜର୍ଜ କୁପର କହିଛନ୍ତି, ଡିଡକ୍ସନ ଜୋନ୍‌ରେ ସୃଷ୍ଟି ହୋଇଥିବା ଫାଟ ଦେଇ ବିପୁଳ ପରିମାଣର ସମୁଦ୍ର ପାଣି ଭୂତଳକୁ ଚାଲିଯାଏ। ଭୂଗର୍ଭର ଉଚ୍ଚ ତାପମାତ୍ରାରେ ଏହି ପାଣି ବାମ୍ଫରେ ପରିଣତ ହୋଇଯାଏ। ଏହା ଉପରକୁ ଆସିବାକୁ ବାଟ ଖୋଜେ। ଟେକ୍ଟୋନିକ୍‌ ପ୍ଲେଟ୍‌ର ମିଳନ ବିନ୍ଦୁର ଫାଙ୍କା ରାସ୍ତା ଦେଇ ଏହା ଉପରକୁ ଉଠିବାକୁ ଚେଷ୍ଟାକରେ। ବିଶେଷକରି ଏହି ପ୍ଲେଟ୍‌ ସହିତ ସଂଯୁକ୍ତ ଆଗ୍ନେୟଗିରି ମୁହଁ ଦେଇ ଏହା ଭୂପୃଷ୍ଠକୁ ଉଠିଥାଏ। ଶକ୍ତିଶାଳୀ ବାମ୍ଫର ଚାପ ଯୋଗୁ ପୃଥିବୀ ଭିତରେ ଥିବା ଲାଭା ବି ଆଗ୍ନେୟଗିରି ମୁହଁ ଦେଇ ବାହାରକୁ ଆସିଯାଏ। ଏହି ସମୟରେ ହେଉଥିବା ପ୍ରଚଣ୍ଡ ବିସ୍ଫୋରଣ ଭୂକମ୍ପ ଏବଂ ଏହାର ତୀବ୍ରତା ଅନୁଯାୟୀ ପ୍ରଳୟଙ୍କରୀ ସୁନାମି ସୃଷ୍ଟି କରେ ବୋଲି କୁପର ସୂଚନା ଦେଇଛନ୍ତି।
ଟେକ୍ଟୋନିକ୍‌ ପ୍ଲେଟ୍‌ର ବଦଳୁଥିବା ଗତିବିଧି ଉପରେ ଗବେଷଣା କରୁଥିବା ବିଶେଷଜ୍ଞ ଦଳ ଭୂଗର୍ଭରେ ଚାଲିଥିବା ପ୍ରତିକ୍ରିୟା, ଭୂକମ୍ପ ଝଟ୍‌କାର ତୀବ୍ରତା, ଚଟାଣର ରାସାୟନିକ ବିଶ୍ଳେଷଣ, ପରିସଂଖ୍ୟାନ ମଡେଲକୁ ନେଇ ବହୁ ତଥ୍ୟ ସଂଗ୍ରହ କରିଛନ୍ତି। ଅଧ୍ୟୟନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ସମୁଦ୍ରର ଅଥଳ ଗଭୀରରେ ଥିବା ସର୍ପେଣ୍ଟାଇନ୍‌ ନାମକ ଖଣିଜ ସମୁଦ୍ର ପାଣି ସହ ଭୂଗର୍ଭକୁ ଯାଉଛି। ଏହାର ସିଧାସଳଖ ସମ୍ପର୍କ ଆଗ୍ନେୟଗିରି ଉଦ୍‌ଗିରଣ ସହିତ ରହିଛି ବୋଲି ସେମାନେ ଜାଣିବାକୁ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri