Aedes albopictus Mosquito. Super macro close up a Mosquito sucking human blood,
ଭୁବନେଶ୍ୱର, ୨୨ା୭(ବ୍ୟୁରୋ): ଭୁବନେଶ୍ୱରରେ ଭୟଙ୍କର ରୂପ ନେଲାଣି ଡେଙ୍ଗୁ। ଗତ ୧୫ ତାରିଖ ସୁଦ୍ଧା ସହରରୁ ୧୧୩ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ଶେଷ ୬ଦିନରେ ଆଉ ୧୨୨ଜଣ ସଂକ୍ରମିତ ହୋଇଛନ୍ତି। ଫଳରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୩୫ରେ ପହଞ୍ଚତ୍ଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନାଅନୁଯାୟୀ, ମଙ୍ଗଳବାର ସୁଦ୍ଧା ରାଜ୍ୟରୁ ୩୦୧ଜଣ ଡେଙ୍ଗୁ ରୋଗୀ ବାହାରିଥିବାବେଳେ କେବଳ ଭୁବନେଶ୍ୱରରୁ ୧୯୨ଜଣ ରହିଛନ୍ତି। ତେବେ ବୁଧବାର ସହରରୁ ୪୩ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ବିଏମ୍ସିର ଚିନ୍ତା ବଢ଼ିଛି। ଶୈଳଶ୍ରୀ ବିହାର, ନୀଳାଦ୍ରିବିହାର, କଳ୍ପନା, ସାଲିଆସାହି, ମାର୍କେଟ ବିଲ୍ଡିଂ ଆଦି ଅଞ୍ଚଳରେ ଡେଙ୍ଗୁ ସ୍ଥିତି ଅଧିକ ଜଟିଳ ରହିଛି। ବିଭିନ୍ନ ମଶା ବଂଶ ବୃଦ୍ଧି ସ୍ଥଳରୁ ୪୨୧ ଲାର୍ଭା ଠାବ କରାଯାଇଛି। ବିଏମ୍ସି ପକ୍ଷରୁ ଲୋକଙ୍କୁ ସଚେତନତା ଜାରି ରହିବା ସହ ବିଭିନ୍ନ ଅଞ୍ଚଳରୁ ଗଛ କଟା ସହ ସଫେଇ କାର୍ଯ୍ୟ ଚାଲିଛି। ସେହିପରି ଘରକୁ ଘର ବୁଲି ବୁକ୍ଲେଟ ବଣ୍ଟନ କରାଯାଇ ସଚେତନତା ସୃଷ୍ଟି କରାଯାଉଥିବା ବିଏମ୍ସି ସୂଚନା ଦେଇଛି।