ଝାରସୁଗୁଡ଼ାରେ ୨୩,୩୮୯.୪୩ କୋଟିର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୨୦।୧ (ଅଭୟ ଦାଶ): ଓଡ଼ିଶା ସରକାରଙ୍କ ସହଯୋଗରେ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ଓଡ଼ିଶା ଚାପ୍ଟର ପକ୍ଷରୁ ପ୍ରଥମ ଥର ପାଇଁ ଓଡ଼ିଶାର ଝାରସୁଗୁଡ଼ାଠାରେ ସିଆଇଆଇ ୨୪ତମ ଏଣ୍ଟରପ୍ରାଇଜ୍‌ ଓଡ଼ିଶା ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ଏହି ମହତ୍ତ୍ୱକାଂକ୍ଷୀ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ସହିତ ୨୩,୩୮୯.୪୩ କୋଟି ଟଙ୍କାର ନିବେଶ ପ୍ରସ୍ତାବ (ପୁଞ୍ଜିନିବେଶ ପ୍ରତିଶ୍ରୁତି) ଥିବା ୧୧ଟି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ଉକ୍ତ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୧୫,୧୬୮ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଉକ୍ତ ସମ୍ମିଳନୀରେ ବହୁ ସଂଖ୍ୟାର ଜି୨ବି ଓ ବି୨ବି ବୈଠକ ଆୟୋଜନ ହେବା କାର୍ଯ୍ୟକ୍ରମ ଥିବାରୁ ପୁଞ୍ଜିନିବେଶ ପ୍ରସ୍ତାବ ପରିମାଣ ଆହୁରି ବଢ଼ିବ ବୋଲି ଆୟୋଜକଙ୍କ ପକ୍ଷରୁ ଆଶା କରାଯାଉଛି।
ଉଲ୍ଲେଖଯୋଗ୍ୟ, ୨୦୨୪ ଜାନୁଆରୀ ୧୯ରୁ ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୨୪ତମ ଏଣ୍ଟରପ୍ରାଇଜ୍‌ ଓଡ଼ିଶା-୨୦୨୪କୁ ଝାରସୁଗୁଡ଼ା ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜନ କରାଯାଇଛି।
ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି, ଶିଳ୍ପ ବିକାଶକୁ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚାଇବା ଲାଗି ଆମ ପ୍ରତିବଦ୍ଧତାର ପ୍ରମାଣ ହେଉଛି ଏହି କାର୍ଯ୍ୟକ୍ରମ। ଏହାଦ୍ୱାରା ରାଜ୍ୟରେ ଅନ୍ତର ଦୂର ହେବ ଏବଂ ଅଭିବୃଦ୍ଧି ଆହୁରି ସୁଦୃଢ଼ ହେବ। ବିଶେଷକରି ଝାରସୁଗୁଡ଼ା, ରାଉରକେଲା କିମ୍ବା ସମ୍ବଲପୁର ନୁହେଁ ଦେଶରେ ବିକାଶର ମୂଳଦୁଆ ଭାବେ ସାରା ଓଡ଼ିଶା ବର୍ତ୍ତମାନ ଉଭା ହୋଇଛି। ବିଗତ ୨ ଦଶନ୍ଧି ଧରି ଏହି ଅଞ୍ଚଳ ସମୃଦ୍ଧ ଓଡ଼ିଶାର ପ୍ରତୀକ ହୋଇପାରିଛି। ସାରା ଭାରତରେ ଓଡ଼ିଶା ବର୍ତ୍ତମାନ ଏକ ମାନୁଫାକ୍ଚରିଂ ମହାଶକ୍ତିରେ ପରିଣତ ହୋଇଛି। ରାଜ୍ୟରେ ବିପୁଳ ଖଣି ସମ୍ବଳ ରହିଥିବା ବେଳେ ମାନବ ସମ୍ବଳ ଆମ ପାଇଁ ମଧ୍ୟ ବିଶେଷ ଗୁରୁତ୍ୱପୂର୍ଣ୍ଣ ହୋଇଛି। ଝାରସୁଗୁଡ଼ା, ସମ୍ବଲପୁର ଓ ରାଉରକେଲା ସହ କୋରାପୁଟକୁ ଯୋଡ଼ୁଥିବା ବିଜୁ ଅର୍ଥନୈତିକ କରିଡର ଏହି ଅଞ୍ଚଳରେ ଉଦ୍ୟୋଗୀମାନଙ୍କ ପାଇଁ ଆଗକୁ ବଢ଼ିବା ଲାଗି ବିପୁଳ ସୁଯୋଗ ପ୍ରଦାନ କରିବ।
ଏହି ଅବସରରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି,ଭାରତୀୟ ଅର୍ଥନୀତି ଦ୍ରୁତଗତିରେ ଆଗକୁ ବଢ଼ୁଥିବା ବେଳେ କିଛି ବର୍ଷ ଭିତରେ ଏହା ୫ ଟ୍ରିଲିଅନ ଏବଂ କିଛି ବର୍ଷ ମଧ୍ୟରେ ୨୫-୩୦ ଡଲାର ଅର୍ଥନୀତିରେ ପରିଣତ ହେବାକୁ ଯାଉଛି ବୋଲି ବିଭିନ୍ନ ସଂସ୍ଥା ଆକଳନ କରିଛନ୍ତି। ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି,ଝାରସୁଗୁଡ଼ା ବର୍ତ୍ତମାନ ଓଡ଼ିଶାର ଶିଳ୍ପାୟନ ଓ ଅର୍ଥନୈତିକ ପ୍ରଗତିର ପ୍ରତିନିଧିତ୍ୱ କରୁଛି। ଓଡ଼ିଶାକୁ ଆସୁଥିବା ପୁଞ୍ଜିନିବେଶର ସିଂହ ଭାଗ ଝାରସୁଗୁଡ଼ା ଓ ଏହାର ଆଖପାଖ ଅଞ୍ଚଳରେ ନିବେଶ ହେଉଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ କହିଛନ୍ତି, ଦ୍ରୁତଗତିରେ ବହୁ ଆଗକୁ ବଢ଼ିବା ଲାଗି ଝାରସୁଗୁଡ଼ା ପାଖରେ ବ୍ୟାପକ ସୁଯୋଗ ରହିଛି। ଓଡ଼ିଶାର ଶିଳ୍ପ ମାନଚିତ୍ରରେ ଏହା ସ୍ବତନ୍ତ୍ର ସ୍ଥାନ ହାସଲ କରିଛି। ପଶ୍ଚିମ ଓଡ଼ିଶାରେ ଥିବା ୧୧ଟି ଜିଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକତା ପ୍ରଦାନ କରିଛନ୍ତି। ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଶଶିଶେଖର ମହାନ୍ତି କହିଛନ୍ତି, ଭାରତର ୪୦ତମ ଧନୀ ଜିଲା ଝାରସୁଗୁଡ଼ାରେ ପ୍ରଥମ ଥର ପାଇଁ ଆୟୋଜନ କରାଯାଇଥିବା ଏଣ୍ଟରପ୍ରାଇଜ୍‌ ଓଡ଼ିଶା-୨୦୨୪ରେ ବି୨ବି, ଜି୨ବି ବୈଠକ ଆୟୋଜନ କରାଯିବ। ଉକ୍ତ କାର୍ଯ୍ୟକ୍ରମରେ ୧୦୦ ପ୍ରଦର୍ଶନକାରୀ, ୧୫୦ ସିଇଓ ଓ ସିଏକ୍ସଓ ଯୋଗ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri