ରୁଷିଆରେ ଫସିଛନ୍ତି ଏୟାର ଇଣ୍ଡିଆର ୨୩୨ ଯାତ୍ରୀ

ମସ୍କୋ/ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୮ା୬: ଦିଲ୍ଲୀରୁ ଆମେରିକାର ସାନ୍‌ଫ୍ରାନ୍ସିସ୍କୋ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆର ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ରୁଷିଆର ମଗଦାନସ୍ଥିତ ଗୁଲାଗରେ ବିମାନଟି ଜରୁରୀ ଅବତରଣ କରିଛି। ଫଳରେ ଫ୍ଲାଇଟ୍‌ ଏଆଇ୧୭୩ରେ ଥିବା ସମସ୍ତ ୨୧୬ ଯାତ୍ରୀ ଓ ୧୬ କ୍ରିଉ ସେଠାରେ ଫସିରହିଛନ୍ତି। ଟାଟା ଗ୍ରୁପ୍‌ ମାଲିକାନରେ ଥିବା ଘରୋଇ କ୍ୟାରିୟରଟି ଗୁଲାଗ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଥିବା ମଙ୍ଗଳବାର ରାତିରେ କମ୍ପାନୀ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ସମସ୍ତ ଯାତ୍ରୀ ବିଦେଶୀ। ସେମାନଙ୍କ ମଧ୍ୟରେ ୪୦ ଆମେରିକୀୟ ଓ କେତେଜଣ କାନାଡା ନାଗରିକ ଥିବା ଏୟାରପୋର୍ଟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବିଶେଷଜ୍ଞମାନେ ଉକ୍ତ ବିମାନକୁ ଯାଞ୍ଚ କରିବା ପରେ କହିଛନ୍ତି, ଯାତ୍ରା ଜାରି ରଖିବା ପାଇଁ ଅନ୍ୟ ଏକ ଫ୍ଲାଇଟ୍‌ ଆବଶ୍ୟକ। ଯାତ୍ରୀମାନଙ୍କୁ ମଗଦାନସ୍ଥିତ ଏକ ହୋଟେଲରେ ରଖାଯାଇଛି। ତେବେ ଗୋଟିଏ ରୁମ୍‌ରେ ୨୦ ଜଣ ଯାତ୍ରୀ ବିଶ୍ରାମ ନେଉଥିବା ବେଳର ଫଟୋ ସାମ୍ନାକୁ ଆସିଛି। ଅନ୍ୟପକ୍ଷେ ଏୟାର ଇଣ୍ଡିଆ ବୁଧବାର ଏକ ବିମାନକୁ ମଗଦାନକୁ ପଠାଇଛି। ସେଥିରେ ଯାତ୍ରୀଙ୍କ ପାଇଁ ଆବଶ୍ୟକ ଖାଦ୍ୟ ଓ ଅନ୍ୟ ଜରୁରୀ ସାମଗ୍ରୀ ପଠାଯାଇଛି। ଉକ୍ତ ବୋଲିଂ ୭୭୭ ବିମାନ ସମସ୍ତ ଯାତ୍ରୀଙ୍କୁ ନେଇ ଗୁରୁବାର ସାନ୍‌ଫ୍ରାନ୍ସିସ୍କୋ ଅଭିମୁଖେ ଯାତ୍ରା ଆରମ୍ଭ କରିବ। ଇତିମଧ୍ୟରେ ସ୍ଥିତି ଉପରେ ଓ୍ବାଶିଂଟନ୍‌ର ନଜର ରହିଥିବା ଆମେରିକା ପରରାଷ୍ଟ୍ର ବିଭାଗ ଉପମୁଖପାତ୍ର ବେଦାନ୍ତ ପଟେଲ (ଭାରତୀୟ ବଂଶୋଦ୍ଭବ) ସୂଚନା ଦେଇଛନ୍ତି। ଉତ୍ତରପୂର୍ବ ରୁଷିଆର ଓଖୋସ୍କ ସାଗର ଉପକୂଳରେ ମଗଦାନ ଅବସ୍ଥିତ। ଏହି ବନ୍ଦର ସହର ରାଜଧାନୀ ମସ୍କୋରୁ ୧୦,୧୬୭ କି.ମି. ଦୂରରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri