ପିଏମ୍‌ଏମ୍‌ଓ୍ବାଇରେ ୨୩.୨ ଲକ୍ଷ କୋଟି ମଞ୍ଜୁର

ନୂଆଦିଲ୍ଲୀ,୯।୪: ଗତ ୮ ବର୍ଷ ମଧ୍ୟରେ ଦେଶର ଲକ୍ଷାଧିକ କ୍ଷୁଦ୍ର ଓ ମଧ୍ୟମ ବର୍ଗର ଉଦ୍ୟୋଗୀମାନେ ଉନ୍ନତି କରିଥିବା ବେଳେ ଦେଶର ଅର୍ଥନୀତିରେ ମଧ୍ୟ ପ୍ରମୁଖ ଯୋଗଦାନ ହାସଲ କରିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମତପ୍ରକାଶ କରିଛନ୍ତି। ବିଶେଷକରି ଉକ୍ତ ଯୋଜନାର ୮ମ ବାର୍ଷିକ ପୂର୍ତ୍ତି ଉତ୍ସବ ଉପଲକ୍ଷେ ଶନିବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଅର୍ଥମନ୍ତ୍ରୀ କହିଥିଲେ, ୨୦୨୩ ମାର୍ଚ୍ଚ ୨୪ ମଧ୍ୟରେ ଦେଶର ବ୍ୟାଙ୍କିଙ୍ଗ୍‌ ଓ ଫାଇନାନ୍ସିଆଲ ସଂସ୍ଥା ଦ୍ୱାରା ପ୍ରାୟ ୪୧ ଲକ୍ଷ ହିତାଧିକାରୀଙ୍କୁ ୨୩ ଲକ୍ଷ କୋଟି ଟଙ୍କାରୁ ଅଧିକ ପରିମାଣର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା(ପିଏମ୍‌ଏମ୍‌ଓ୍ବାଇ)ରେ ୨୩.୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ଦେଶର ୪୦.୮୨ ଲକ୍ଷ ହିତାଧିକାରୀଙ୍କୁ ବିଭିନ୍ନ ଆର୍ଥିକ ସଂସ୍ଥା ଦ୍ୱାରା ଋଣ ମଞ୍ଜୁର କରାଯାଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିଭଳି ଦେଶରେ ରୋଜଗାର ସୃଷ୍ଟି କରୁଥିବା କାର୍ଯ୍ୟକଳାପ ପାଇଁ ମାଇକ୍ରୋ ଉଦ୍ୟୋଗୀମାନଙ୍କୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହଜ ବନ୍ଧକମୁକ୍ତ ଋଣକୁ ସହଜ କରିବାକୁ ପିଏମ୍‌ଏମ୍‌ଓ୍ବାଇ ଲକ୍ଷ୍ୟ ରଖିଛି। ଏହି ଯୋଜନା ଅଧୀନରେ ଅର୍ଥର ଆବଶ୍ୟକତା ଏବଂ ବ୍ୟବସାୟର ପରିପକ୍ୱତା ଉପରେ ଆଧାରକରି ଋଣକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଉଛି ଶିଶୁ (୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ), କିଶୋର (୫୦,୦୦୦ ରୁ ଅଧିକ ଏବଂ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ) ଏବଂ ତରୁଣ (୫ ଲକ୍ଷରୁ ଅଧିକ ଏବଂ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ) ଅନ୍ତର୍ଭୁକ୍ତ ରହିଛି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସମୃଦ୍ଧ ତଥା ସମ୍ମାନର ଜୀବନ ସୁନିଶ୍ଚିତ କରିବାରେ ପିଏମ୍‌ଏମ୍‌ଓ୍ବାଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏପରିକି ଆଜି ଯେତେବେଳେ ଆମେ ପିଏମ୍‌ଏମ୍‌ଓ୍ବାଇ ମୁଦ୍ରା ଯୋଜନାର ୮ ବର୍ଷ ପାଳନ କରୁଛୁ, ସେତେବେଳେ ମୁଁ ଏଥିରୁ ଉପକୃତ ହୋଇଥିବା ସମସ୍ତ ଉଦ୍ୟୋଗୀଙ୍କୁ ସାଧୁବାଦ ଜଣାଉଛି। ବିଶେଷକରି ମୋଟ ଋଣର ପ୍ରାୟ ୬୯ % ମହିଳା ଉଦ୍ୟୋଗୀଙ୍କୁ ଋଣ ମଞ୍ଜୁର କରାଯାଇଛି ଏବଂ ୫୧% ଋଣ ଏସସି, ଏସଟି ଏବଂ ଓବିସି ବର୍ଗର ଋଣଦାତାଙ୍କୁ ଅନୁମତି ଦିଆଯାଇଛି।
ସୂଚନାଯୋଗ୍ୟ, ୨୦୧୫ ଏପ୍ରିଲ ୮ରେ ଆନୁଷ୍ଠାନିକ ଭାବେ ସାରା ଦେଶରେ ପିଏମ୍‌ଏମ୍‌ଓ୍ବାଇର ଶୁଭାରମ୍ଭ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?