କରୋନା ଭୟ: ମୃତଦେହ ଛୁଇଁଲେନି ଗ୍ରାମବାସୀ

ସିମୁଳିଆ, ୪ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଜାମୁଝାଡି ପଞ୍ଚାୟତ ଖଟନଗର ଅଞ୍ଚଳରେ ରବିବାର ଅପରାହ୍ନରେ ମୃତ୍ୟୁ ହୋଇଥିବା ଶ୍ରୀଧର ଦଳାଇ(୫୦) ନାମକ ବ୍ୟକ୍ତିଙ୍କ ମୃତଦେହକୁ କରୋନା ଭୟରେ ଗ୍ରାମବାସୀ ନ ଛୁଇଁବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଫଳରେ ମୃତଦେହ ୨୦ଘଣ୍ଟା ପର୍ଯ୍ୟନ୍ତ ପଡିରହିଥିଲା। ସୋମବାର ଅପରାହ୍ନରେ ଶ୍ରୀଧରଙ୍କ ମୃତଦେହକୁ ତାଙ୍କ ବନ୍ଧୁବାନ୍ଧବ ଓ ପଞ୍ଚାୟତର ପ୍ରଶାନ୍ତ କୁମାର ପଣ୍ଡା, ଅକ୍ଷୟ ବିଶ୍ୱାଳ, ଶ୍ରୀଧର ମହାନ୍ତି, ଅମରେଶ ମହାକୁଡ ପ୍ରମୁଖ ସ୍ବେଚ୍ଛାସେବୀ ଯୁବକଙ୍କ ସହଯୋଗରେ ଶବ ସଂସ୍କାର କରାଯାଇଥିଲା ା
କୋଲକାତାରୁ ଫେରିଥିବା ଶ୍ରୀଧରଙ୍କ ସ୍ବାବ ଟେଷ୍ଟ କରାଯାଇ ନ ଥିବା ଅଭିଯୋଗ ହୋଇଛି ା ଏ ସମ୍ପର୍କରେ ସ୍ଥାନୀୟ ଗ୍ରାମବାସୀଙ୍କ ସମେତ ଆଇନ ସଚେତକ ନୀଳାମ୍ବର ମିଶ୍ର କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ କୈଫୟତ ମାଗିଛନ୍ତି ା ଉଲ୍ଲେଖଯୋଗ୍ୟ, ଜାମୁଝାଡି ଖଟନଗର ଅଞ୍ଚଳର ଶ୍ରୀଧର ଦଳାଇ ଗତ ୨୮ତାରିଖରେ କୋଲକାତାରୁ ନିଜ ଅଞ୍ଚଳକୁ ଆସିଥିଲେ। ପରେ ଗ୍ରାମବାସୀଙ୍କ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳର ଅଙ୍ଗନୱାଡି କର୍ମୀ ସୀତାଞ୍ଜଳି ସାହୁ ସିମୁଳିଆ ସ୍ବାସ୍ଥ୍ୟ ବିଭାଗକୁ ଜଣାଇଥିଲେ ା ତେବେ ସ୍ବାସ୍ଥ୍ୟ ବିଭାଗ ତାଙ୍କ ସ୍ବାବ ଟେଷ୍ଟ କରାଯାଇ ନ ଥିଲା କିମ୍ବା ତାଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇ ନ ଥିଲା ା ଗତ ରବିବାର ଶ୍ରୀଧର ଅସୁସ୍ଥ ହୋଇପଡିବା ପରେ ଅଙ୍ଗନୱାଡି କର୍ମୀ ୧୦୪ ଆମ୍ବୁଲାନ୍ସ ଡକାଇ ବାଲେଶ୍ୱର ଜିଲା ମେଡିକାଲକୁ ପଠାଇଥିଲେ। କରୋନା ଭୟରେ ଶ୍ରୀଧରଙ୍କ ପରିବାରରୁ କାହାରିକୁ ନିଆଯାଇ ନ ଥିଲା। ପରେ ଅପରାହ୍ନରେ ଶ୍ରୀଧରଙ୍କ ମୃତ୍ୟୁ ଘଟିଥିବା ସୂଚନା ଦିଆଯିବା ସହିତ ମେଡିକାଲ ଗାଡି ଆସି ଶ୍ରୀଧରଙ୍କ ପତ୍ନୀ କବିତାଙ୍କୁ ନେଇଯାଇଥିଲା ା ଏ ସମ୍ପର୍କରେ ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡା. ବିଜୟ କୁମାର ପଣ୍ଡାଙ୍କୁ ପଚାରିବାରୁ ଶ୍ରୀଧର ଜଣ୍ଡିସ ସହିତ ହେପାଟାଇଟିସ କୋମାରେ ମୃତ୍ୟୁବରଣ କରିଥିବା କହିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ସସ୍ମିତା ଦାସଙ୍କୁ ପଚାରିବାରୁ ଶ୍ରୀଧର ହୋମ କ୍ୱାରାଣ୍ଟାଇନରେ ଥିଲେ ା ସେ ସୁସ୍ଥ ଥିବାରୁ ତାଙ୍କ ସ୍ବାବ ଟେଷ୍ଟ କରାଯାଇ ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri