କୋକାକୋଲାରୁ ଛଟେଇ ହେବେ ୨,୨୦୦ କର୍ମଚାରୀ

ନୂଆଦିଲ୍ଲୀ: ପ୍ରମୁଖ ମୃଦୁପାନୀୟ କମ୍ପାନୀ କୋକାକୋଲା ପୁଣି ଥରେ ୨,୨୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଜଣାପଡିଛି। ଏଥିରେ ଆମେରିକାର ୧୨୦୦ ନିଯୁକ୍ତି ମଧ୍ୟ ସାମିଲ ରହିଛି। କମ୍ପାନୀ ଏହାର ପୁନର୍ଗଠନ ଯୋଜନା ମୁତାବକ ଏଭଳି ପଦକ୍ଷେପ ହାତକୁ ନେଇଛି। ଏହା ପୂର୍ବରୁ କମ୍ପାନୀ ଉତ୍ତର ଆମେରିକାରେ ଥିବା ଏହାର ଏକ ୟୁନିଟରୁ ୪୦% କର୍ମଚାରୀଙ୍କୁ ଛଟେଇ କରିଥିଲା। ଆଗାମୀ ଦିନଗୁଡିକରେ ମଧ୍ୟ ଛଟେଇ ହୋଇପାରେ ବୋଲି କମ୍ପାନୀ ମତ ରଖିଛି। କରୋନା ଯୋଗୁ କମ୍ପାନୀର ବିକ୍ରି ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। କମ୍ପାନୀର ମୁଖପାତ୍ର କହିଛନ୍ତି, ସାରା ବିଶ୍ୱରେ କାମ କରୁଥିବା ଏହାର ମୋଟ କର୍ମଚାରୀଙ୍କ ମଧ୍ୟରୁ ୨.୬%ଙ୍କୁ ଛଟେଇ କରାଯିବା ଯୋଜନା ରହିଛି। ସୂଚନାଯୋଗ୍ୟ, ତୃତୀୟ ତ୍ରୈମାସରେ କୋକାକୋଲାର ଲାଭ ୩୩% ହ୍ରାସ ଫଳରେ କମ୍ପାନୀ ଚାପଗ୍ରସ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସଶକ୍ତିକରଣ ନିମନ୍ତେ ଜେଏସ୍‌ପିଏଲ୍‌ ପୁରସ୍କୃତ

ଭୁବନେଶ୍ୱର,୧୪-୧୧: ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ(ଜେଏସ୍‌ପିଏଲ୍‌) ମହିଳା ସଶକ୍ତିକରଣ ଦିଗରେ ବିଭିନ୍ନ ଉଲ୍ଲେଖନୀୟ ଯୋଗଦାନ ଲାଗି ପୁରସ୍କୃତ ହୋଇଛି। କମ୍ପାନୀକୁ ଓମେନ୍‌ ଆଚିଭର୍ସ ପୁରସ୍କାରରେ...

ନାଚୁରାଲ୍‌ ଗ୍ୟାସ୍‌ ଆବଣ୍ଟନ ବନ୍ଦ କଲେ ସରକାର

ନୂଆଦିଲ୍ଲୀ,୧୮।୪: ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ ପକ୍ଷରୁ ଘରୋଇ କ୍ଷେତ୍ରରୁ ସିଟି ଗ୍ୟାସ୍‌ ଡିଷ୍ଟ୍ରିବ୍ୟୁଟର (ସିଜିଡି) କ୍ଷେତ୍ର ପାଇଁ ପ୍ରାକୃତିକ ଗ୍ୟାସ୍‌ର ନୂତନ ଆବଣ୍ଟନ ବନ୍ଦ କରି ଦିଆଯାଇଛି।...

ପିଏମ୍‌ଓଙ୍କ ହସ୍ତକ୍ଷେପ ଲୋଡ଼ିଲା ଏଏଆଇ

ନୂଆଦିଲ୍ଲୀ,୨୪।୩: ଦେଶର ଶିଳ୍ପଗୁଡ଼ିକର ସୁରକ୍ଷା ଓ ଏହାର ସମାଧାନ ଲାଗି ଭାରତୀୟ ଆଲୁମିନିୟମ ସଂଘ (ଏଏଆଇ) ପକ୍ଷରୁ ନିକଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ସମେତ କେନ୍ଦ୍ର କୋଇଲା...

ପାନ୍‌ , ଆଧାର ତଥ୍ୟ ନ ଦେଲେ କଟିବ ୨୦% ଟିଡିଏସ୍‌

ନୂଆଦିଲ୍ଳୀ,୨୬-୧: ଟାକ୍ସ ଡିଡକ୍ସନ ଆଟ୍‌ ସୋର୍ସ (ଟିଡିଏସ୍‌) ନିୟମରେ ସରକାର ପରିବର୍ତ୍ତନ କରିଛନ୍ତି। ନୂଆ ନିୟମ ମୁତାବକ କୌଣସି କର୍ମଚାରୀଙ୍କ ବେତନ ଟିଡିଏସ୍‌ କଟିବା ଯୋଗ୍ୟ...

ଧନକୁବେରଙ୍କ ତାଲିକାରେ ଅମ୍ବାନୀକୁ ପଛରେ ପକାଇଲେ ଆଦାନୀ

ନୂଆଦିଲ୍ଲୀ,୧୨।୪: ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀ  ବିଶ୍ୱର  ଷଷ୍ଠ ଧନୀ ବ୍ୟକ୍ତି ଭାବେ ବିବେଚିତ ହୋଇଛନ୍ତି। ଆଦାନୀ ଗ୍ରୁପ୍‌ କମ୍ପାନୀର ଶେୟାରରେ ଜବରଦସ୍ତ ଆୟ...

ସୁଧ ହାର କମାଇଲା ଏସ୍‌ବିଆଇ

ନୂଆଦିଲ୍ଲୀ,୮।୫: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ପକ୍ଷରୁ ଏହାର ବେଞ୍ଚମାର୍କ ସୁଧହାରକୁ ୧୫ ବେସିସ୍‌ ପଏଣ୍ଟ ହ୍ରାସ କରାଯାଇଛି। ଋଣ ଉପରେ ଏହି ସୁଧ...

୮୭୯ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ

ମୁମ୍ବାଇ,୨।୬: ଦେଶର ଅର୍ଥ ବ୍ୟବସ୍ଥାକୁ ଅନ୍‌ଲକ୍‌ କରିବା ଲାଗି ସରକାରଙ୍କ ଘୋଷଣାର ପ୍ରଭାବ ଶେୟାର ବଜାର ଉପରେ ପଡ଼ିଛି। ସୋମବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସୂଚକାଙ୍କ...

ଇନ୍‌ଫୋସିସ୍‌ ସିଇଓଙ୍କୁ ମିଳିଛି ୨୪.୬୭ କୋଟିର ପ୍ୟାକେଜ

ବେଙ୍ଗାଲୁରୁ,୨୧-୫: ଆଇଟି କମ୍ପାନୀ ଇନ୍‌ଫୋସିସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ସଲିଲ୍‌ ପାରେଖଙ୍କୁ ଆର୍ଥିକ ବର୍ଷ ୨୦୧୮-୧୯ରେ ୨୪.୬୭ କୋଟି ଟଙ୍କାର ଦରମା ପ୍ୟାକେଜ ମିଳିଥିଲା। କମ୍ପାନୀ...

Advertisement
Archives

Model This Week