ଚା’ ବଗିଚା ପାଇଁ ୨୨୦୦ ଏକର ଜାଗା ଚିହ୍ନଟ, ଆଜି ଜିଲାସ୍ତରୀୟ ବୈଠକରେ…

କେନ୍ଦୁଝର,୯ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ତରମାକାନ୍ତ ଚା’ ବଗିଚା ପୁନରୁଦ୍ଧାର କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଗତକାଲି କୋଲକାତାସ୍ଥିତ ଟି’ ବୋର୍ଡ ଇଣ୍ଡିଆର ୨ ଜଣିଆ ସଦସ୍ୟ ଉକ୍ତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ଆଜି ଜିଲା କମିଟିରେ ମତ ଉପସ୍ଥାପନା କରିଛନ୍ତି। ଜିଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ମିନି କନ୍‌ଫରେନ୍ସ ହଲରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ସେନାପତି ଆଲୋଚନା କରି ତରମାକାନ୍ତ ଟି’ ବଗିଚାର ବର୍ତ୍ତମାନସ୍ଥିତ ନେଇ ପ୍ରାରମ୍ଭିତ ସୂଚନା ଦେଇଥିଲେ ଏବଂ କେଉଁ କେଉଁ ସ୍ଥାନରେ ନୂତନ ଭାବେ ବନୀକରଣ କରାଯାଇପାରିବ ସେ ସମ୍ପର୍କରେ ସୂଚନା ଦେଇଥିଲେ। ନୋଡାଲ ଅଫିସରଟି ପ୍ଲାଣ୍ଟେସନ ତଥା ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ ବୈଠକରେ ଆଲୋଚନା କରିଥିଲେ। କୋଲକାତାସ୍ଥିତଟି ବୋର୍ଡ ଇଣ୍ଡିଆର ଡେପୁଟି ଡାଇରେକ୍ଟର ଅନୁପମ ଦାସ, ଡେଭଲପମେଣ୍ଟ ଅଫିସର ଶୁଭାଶିଷ କୁମାର ସ୍ବାଇଁ ଚା’ ଚାଷ ନେଇ ବୈଷୟିକ ପରାମର୍ଶ ଦେଇଥିେଲେ। ଏହି ବୈଠକରେ ଡିଏଫଓ ଧନରାଜ ଏଚ୍‌ଡି, ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ସୌମେନ୍ଦ୍ର ନାରାୟଣ ପାଣିଗ୍ରାହୀ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡକ୍ଟର ସୁକାନ୍ତ କୁମାର ସାହୁ,ଜଳ ବିଭାଜିକା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦୀପ କୁମାର ରାଉତ,ବାଂଶପାଳ ତହସିଲଦାର ବିକାଶ ଚନ୍ଦ୍ର ସାହୁ ,ବାଂଶପାଳ ବିଡିଓ ରାଜା ରଣଜିତ୍‌ ବଳ ପ୍ରମୁଖ ଉପସ୍ଥିତ ରଖି ମତ ରଖିଥିଲେ। ଜିଲା ପ୍ରଶାସନ ପକ୍ଷରୁ ଜଳ ବିଭାଜିକା, ରାଜସ୍ବ ବିଭାଗ ଓ ବନବିଭାଗ ମିଳିତ ଭାବେ ଚା’ ବାଗାନ ଅଞ୍ଚଳକୁ ଯାଇ ଜମିଜମାର ସ୍ଥିତାବସ୍ଥା ଅନୁଧ୍ୟାନ କରିବା ସହ ସୀମା ନିର୍ଦ୍ଧାରଣ କରି ଏହାର ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରିବେ। ପୂର୍ବରୁ ଉକ୍ତ ଚା’ ବାଗାନ କୁଶକଳା, ତରମାକାନ୍ତ, କଲଣ୍ଡା, ସିଂପୁର ଏବଂ ଅଡାଳ ଗ୍ରାମର ୨୨୦୦ ଏକର ଜମିରେ ଚା’ ଚାଷ କରାଯାଇଥିଲା। ପ୍ରସ୍ତାବିତ ନୂତନ ଚା’ ବଗିଚା ପାଇଁ କୁଶକଳା ଏବଂ ଅଡାଳରେ ଜମି ଚିହ୍ନଟ ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କାଲିଠାରୁ ବସ୍‌-ଟ୍ରକ୍‌ ଡ୍ରାଇଭରଙ୍କ ବଡ଼ ଆନ୍ଦୋଳନ ଡାକରା, ୩ଦିନ ଯାଏ ଯାତାୟତ ଠପ୍‌!

ମୁମ୍ୱାଇ,୫।୩: ମହାରାଷ୍ଟ୍ର ପରିବହନକାରୀ କାର୍ଯ୍ୟ କମିଟି (ଏମ-ଟିଏସ) ଶୁକ୍ରବାର ଠାରୁ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଘୋଷଣା କରିଛି। ମାର୍ଚ୍ଚ ୨ ତାରିଖରେ MSRTC ମୁଖ୍ୟାଳୟରେ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ! ଇରାନ ବିରୋଧରେ ଯୁଦ୍ଧକୁ ଡେଇଁଲା ଭାରତର ଏହି ବନ୍ଧୁରାଷ୍ଟ୍ର…

ନୂଆଦିଲ୍ଲୀ,୫।୩: ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ, ଆଗାମୀ ଦିନରେ ଇରାନ କ୍ଷେପଣାସ୍ତ୍ର ଘାଟି ବିରୋଧରେ ଆମେରିକାର ଆକ୍ରମଣରେ ବ୍ରିଟେନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ। ପ୍ରାରମ୍ଭିକ ଦ୍ୱିଧା…

ଅଧରାତିରେ କୂଅରେ ପଡ଼ିଗଲା ଦନ୍ତା ହାତୀ: ଆଉ ତା’ପରେ…

କେନ୍ଦୁଝର,୫।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ରେଞ୍ଜ ଅନ୍ତର୍ଗତ ବନାଯୋଡ଼ି ଗାଁରେ ଜଣେ ବ୍ୟକ୍ତିଙ୍କ ପୁରୁଣା ପଥର କୂଅରେ ଗତ କାଲି ରାତିରେ ଏକ ବୟସ୍କ…

ଆଜି ରାଜ୍ୟ ସଭା ପାଇଁ ନାମାଙ୍କନ: ୫ ପ୍ରାର୍ଥୀ କରିବେ ଦାଖଲ

ଭୁବନେଶ୍ୱର,୫।୩: ଓଡ଼ିଶାରେ ଖାଲି ପଡ଼ିଥିବା ରାଜ୍ୟ ସଭା ଆସନ ପାଇଁ ଗୁରୁବାର ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ। ଓଡ଼ିଶାରୁ ଏଥର ୪ ପ୍ରାର୍ଥୀ ରାଜ୍ୟ ସଭାକୁ…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କୁ ମିଳିଲା ଖୁସି ଖବର: ମିଳିଗଲା…

ଓ୍ବାଶିଂଟନ୍‌,୫।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଞ୍ଚ ଦିନରୁ ଅଧିକ ସମୟ ଧରି ଚାଲିଛି। ଏହା ସତ୍ତ୍ୱେ ଆକ୍ରମଣ ହ୍ରାସ ପାଇବା ପରିବର୍ତ୍ତେ…

ଟି୨୦ ବିଶ୍ୱକପରେ ଇତିହାସ ରଚିଲେ ଫିନ ଆଲେନ: ଭାଙ୍ଗିଲେ ୫ ବଡ଼ ରେକର୍ଡ

କୋଲକାତା,୫।୩: ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଫିନ ଆଲେନ ୨୦୨୬ ଟି୨୦ ବିଶ୍ୱକପ ର ପ୍ରଥମ ସେମିଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୩ ବଲ୍‌ରେ ଶତକ ହାସଲ କରି…

ଆଜି ଭାରତ-ଇଂଲଣ୍ଡ ସେମିଫାଇନାଲ୍‌: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ମୁମ୍ବାଇ,୫।୩: ସେମିଫାଇନାଲ ଯାତ୍ରାରେ ପଛରେ ପଡ଼ିଯାଇଥିବା ଭାରତୀୟ ଦଳ ଏବେ ଇଂଲଣ୍ଡର ସ୍ପିନ ବୋଲିଂର ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। ଗୁରୁବାର ୱାଙ୍ଖେଡେ ଷ୍ଟାଡିୟମରେ ଟି-୨୦ ବିଶ୍ୱକପ ସେମିଫାଇନାଲ…

ଫିନ ଆଲେନଙ୍କ ବିସ୍ଫୋରକ ଶତକ: ଟି୨୦ ବିଶ୍ୱକପ ଫାଇନାଲ୍‌ରେ ନ୍ୟୁଜିଲାଣ୍ଡ

କୋଲକାତା,୪।୩: ନ୍ୟୁଜିଲାଣ୍ଡ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲରେ ପହଞ୍ଚିଛି। ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ୮ ଉଇକେଟ୍‌ରେ ପରାସ୍ତ କରି ଦ୍ୱିତୀୟଥର ପାଇଁ ଟି୨୦ ବିଶ୍ୱକପର ଫାଇନାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri