ହେଲିକପ୍ଟର ମନିକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୪: କୋଭିଡ୍‌-୧୯ ପ୍ରଭାବକୁ ଶେଷ କରିବା ଲାଗି ଏବେ ଲକ୍‌ଡାଉନ ଲାଗି ରହିଛି। ମଙ୍ଗଳବାର ଯାଏ ଲକ୍‌ଡାଉନ ଅବଧି ରହିଥିବା ବେଳେ ଏହାକୁ ବଢ଼ାଇବା ଲାଗି କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଦାବି ରଖିଛନ୍ତି। ଓଡ଼ିଶା ସମେତ ତେଲଙ୍ଗାନା ଏବଂ ପଞ୍ଜାବ ଭଳି ରାଜ୍ୟ ଲକ୍‌ଡାଉନ ଅବଧିକୁ ୩୦ ଏପ୍ରିଲ ଯାଏ ବଢାଇ ଦେଇଛନ୍ତି। ଏବେ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇଥିବାରୁ ଦେଶ ବୃହତ୍‌ ପରିମାଣର କ୍ଷତି ସହୁଛି। କ୍ଷତି ସହୁଥିବା ସେକ୍ଟରଗୁଡିକ ଆର୍ଥତ୍କ ପ୍ୟାକେଜ ଦାବି କରୁଛନ୍ତି। ଏଭଳି ସ୍ଥିତିରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ରିଜର୍ଭ ବ୍ୟାଙ୍କଠାରୁ ହେଲିକପ୍ଟର ମନି ନେଇ ଦାବି ରଖିଛନ୍ତି।

ଚନ୍ଦ୍ରଶେଖର ରାଓ କହିଛନ୍ତି ଯେ, ଏବେ ସରକାର ବିତ୍ତୀୟ ନିଅଣ୍ଟଠାରୁ ଧ୍ୟାନ ହଟାଇବାର ଆବଶ୍ୟକତା ରହିଛି। ବିତ୍ତୀୟ ନିଅଣ୍ଟକୁ ଜିଡିପି ଧାର୍ଯ୍ୟ ଲକ୍ଷ୍ୟର ୩% ପରିବର୍ତ୍ତେ ୫% କରିବା ନେଇ ସେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଛନ୍ତି। କ୍ୱାଣ୍ଟିଟେଟିଭ ଇଜିଂ ଦ୍ୱାରା ଏହାକୁ ମୋଟ ଜିଡିପିର ୫%କୁ ଜାରି କରିବା ଉପରେ ସେ ମତ ରଖିଛନ୍ତି। ଭାରତର ମୋଟ ଜିଡିପି ଏବେ ପ୍ରାୟ ୩ ଲକ୍ଷ କୋଟି ଡଲାର ରହିଛି। ଏହାର ୫% ବା ୧୫ ହଜାର କୋଟି ଡଲାର ବା ପ୍ରାୟ ୧୧ ଲକ୍ଷ କୋଟି ଟଙ୍କା ହେବ। ସୂଚନାଯୋଗ୍ୟ କ୍ୱାଣ୍ଟିଟେଟିଭ ଇଜିଂ ଦ୍ୱାରା ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ ନୋଟ୍‌ ଛପାଇଥାଏ। ଏହା ସରକାରଙ୍କ ବଣ୍ଡ କିଣିବା ସହ ସରକାରଙ୍କୁ ଟଙ୍କା ପ୍ରଦାନ କରିଥାଏ। ପରେ କେନ୍ଦ୍ର ସରକାରଙ୍କୁ ଏହି ଅର୍ଥ ଫେରାଇବାକୁ ପଡିଥାଏ।

‘ଆର୍‌ବିଆଇଠାରୁ ଋଣ ନେବାକୁ ରାଜ୍ୟକୁ ସୁବିଧା ମିଳୁ’
ବର୍ତ୍ତମାନର ସ୍ଥିତିରେ ରାଜ୍ୟଗୁଡିକ କରୋନା ବିରୋଧରେ ଲଢିବା ଲାଗି ନଗଦ ଅର୍ଥ ରାଶି ଉଠାଣ ନେଇ ସମସ୍ୟା ସାମ୍ନା କରୁଛନ୍ତି। ଏଭଳି ସମୟରେ ସରକାର ବିତ୍ତୀୟ ନୀତିର ପରିବର୍ତ୍ତନ କରନ୍ତୁ ବୋଲି କେରଳ ଅର୍ଥମନ୍ତ୍ରୀ ଥୋମାସ ଆଇଜାକ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଅଧିକ ନୋଟ୍‌ ଛାପିବା ଏବଂ ଆର୍‌ବିଆଇଠାରୁ ସିଧାସଳଖ ଋଣ କରିବା ସୁବିଧା ରାଜ୍ୟଗୁଡିକୁ ପ୍ରଦାନ କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

ହେଲିକପ୍ଟର ମନି କ’ଣ?
ସାରା ବିଶ୍ୱରେ ଏବେ ହେଲିକପ୍ଟର ମନି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି। ହେଲିକପ୍ଟର ମନି ଦ୍ୱାରା କେନ୍ଦ୍ରୀୟ ବ୍ୟାଙ୍କ ପୂର୍ବ ତୁଳନାରେ ବୃହତ୍‌ ପରିମାଣର ନୋଟ୍‌ ଛପାଇଥାଏ। ଏହାକୁ ସରକାରଙ୍କୁ ପ୍ରଦାନ କରାଯାଇଥାଏ। ଉକ୍ତ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟଗୁଡିକ ଲାଭ କରିଥିବା ଅର୍ଥ ଆଉ କେନ୍ଦ୍ରୀୟ ବ୍ୟାଙ୍କକୁ ରିଫଣ୍ଡ କରିବାକୁ ପଡି ନ ଥାଏ। ଆମେରିକୀୟ ଅର୍ଥନୀତିଜ୍ଞ ମିଲଟନ୍‌ ଫ୍ରାଏଡ୍‌ମ୍ୟାନ ଏହି ପ୍ରକ୍ରିୟାକୁ ହେଲିକପ୍ଟର ମନିର ନାମ ଦେଇଥିଲେ। ଅର୍ଥ ବ୍ୟବସ୍ଥାର ସ୍ଥିତି ଖରାପ ହେଲେ ସରକାର କେନ୍ଦ୍ରୀୟ ବ୍ୟାଙ୍କ ସହାୟତାରେ ମନି ସପ୍ଲାଇକୁ ବଢାଇ ଦେଇଥାନ୍ତି। ଏହାଦ୍ୱାରା ଚାହିଦା ବଢିବା ସହ ଦରଦାମରେ ମଧ୍ୟ ପରିବର୍ତ୍ତନ ଆସିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ମାନ, ଟ୍ରମ୍ପଙ୍କୁ ପୁଣି ଝଟ୍‌କା

ଷ୍ଟକହୋମ,୯।୧୦: ୨୦୨୬ ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଦକ୍ଷିଣ ଆଫ୍ରିକାର ବିଚାରପତି ତଥା ଭାରତୀୟ ତାମିଲ ବଂଶୋଦ୍ଭବ ନାଭାନେଥେମ ‘ନାଭି’ ପିଲ୍ଲାଇଙ୍କୁ ଏହି…

ବିଶ୍ବରେ ହଲଚଲ! H-1B ଭିସାଧାରୀଙ୍କୁ ଏଭଳି କହିଦେଲା ଆମେରିକା; କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୯ା୧୦: H-1B ଭିସାଧାରୀଙ୍କୁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ‘ଇଣ୍ଡେଞ୍ଚର୍ଡ ଲେବର’ ଅର୍ଥାତ୍‌ ‘ଚୁକ୍ତିବଦ୍ଧ ଶ୍ରମିକ’ ବୋଲି କହିବାକୁ ନେଇ ଭାରତ କଡ଼ା ଆପତ୍ତି ପ୍ରକାଶ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?