ହେଲିକପ୍ଟର ମନିକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୪: କୋଭିଡ୍‌-୧୯ ପ୍ରଭାବକୁ ଶେଷ କରିବା ଲାଗି ଏବେ ଲକ୍‌ଡାଉନ ଲାଗି ରହିଛି। ମଙ୍ଗଳବାର ଯାଏ ଲକ୍‌ଡାଉନ ଅବଧି ରହିଥିବା ବେଳେ ଏହାକୁ ବଢ଼ାଇବା ଲାଗି କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଦାବି ରଖିଛନ୍ତି। ଓଡ଼ିଶା ସମେତ ତେଲଙ୍ଗାନା ଏବଂ ପଞ୍ଜାବ ଭଳି ରାଜ୍ୟ ଲକ୍‌ଡାଉନ ଅବଧିକୁ ୩୦ ଏପ୍ରିଲ ଯାଏ ବଢାଇ ଦେଇଛନ୍ତି। ଏବେ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇଥିବାରୁ ଦେଶ ବୃହତ୍‌ ପରିମାଣର କ୍ଷତି ସହୁଛି। କ୍ଷତି ସହୁଥିବା ସେକ୍ଟରଗୁଡିକ ଆର୍ଥତ୍କ ପ୍ୟାକେଜ ଦାବି କରୁଛନ୍ତି। ଏଭଳି ସ୍ଥିତିରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ରିଜର୍ଭ ବ୍ୟାଙ୍କଠାରୁ ହେଲିକପ୍ଟର ମନି ନେଇ ଦାବି ରଖିଛନ୍ତି।

ଚନ୍ଦ୍ରଶେଖର ରାଓ କହିଛନ୍ତି ଯେ, ଏବେ ସରକାର ବିତ୍ତୀୟ ନିଅଣ୍ଟଠାରୁ ଧ୍ୟାନ ହଟାଇବାର ଆବଶ୍ୟକତା ରହିଛି। ବିତ୍ତୀୟ ନିଅଣ୍ଟକୁ ଜିଡିପି ଧାର୍ଯ୍ୟ ଲକ୍ଷ୍ୟର ୩% ପରିବର୍ତ୍ତେ ୫% କରିବା ନେଇ ସେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଛନ୍ତି। କ୍ୱାଣ୍ଟିଟେଟିଭ ଇଜିଂ ଦ୍ୱାରା ଏହାକୁ ମୋଟ ଜିଡିପିର ୫%କୁ ଜାରି କରିବା ଉପରେ ସେ ମତ ରଖିଛନ୍ତି। ଭାରତର ମୋଟ ଜିଡିପି ଏବେ ପ୍ରାୟ ୩ ଲକ୍ଷ କୋଟି ଡଲାର ରହିଛି। ଏହାର ୫% ବା ୧୫ ହଜାର କୋଟି ଡଲାର ବା ପ୍ରାୟ ୧୧ ଲକ୍ଷ କୋଟି ଟଙ୍କା ହେବ। ସୂଚନାଯୋଗ୍ୟ କ୍ୱାଣ୍ଟିଟେଟିଭ ଇଜିଂ ଦ୍ୱାରା ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ ନୋଟ୍‌ ଛପାଇଥାଏ। ଏହା ସରକାରଙ୍କ ବଣ୍ଡ କିଣିବା ସହ ସରକାରଙ୍କୁ ଟଙ୍କା ପ୍ରଦାନ କରିଥାଏ। ପରେ କେନ୍ଦ୍ର ସରକାରଙ୍କୁ ଏହି ଅର୍ଥ ଫେରାଇବାକୁ ପଡିଥାଏ।

‘ଆର୍‌ବିଆଇଠାରୁ ଋଣ ନେବାକୁ ରାଜ୍ୟକୁ ସୁବିଧା ମିଳୁ’
ବର୍ତ୍ତମାନର ସ୍ଥିତିରେ ରାଜ୍ୟଗୁଡିକ କରୋନା ବିରୋଧରେ ଲଢିବା ଲାଗି ନଗଦ ଅର୍ଥ ରାଶି ଉଠାଣ ନେଇ ସମସ୍ୟା ସାମ୍ନା କରୁଛନ୍ତି। ଏଭଳି ସମୟରେ ସରକାର ବିତ୍ତୀୟ ନୀତିର ପରିବର୍ତ୍ତନ କରନ୍ତୁ ବୋଲି କେରଳ ଅର୍ଥମନ୍ତ୍ରୀ ଥୋମାସ ଆଇଜାକ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଅଧିକ ନୋଟ୍‌ ଛାପିବା ଏବଂ ଆର୍‌ବିଆଇଠାରୁ ସିଧାସଳଖ ଋଣ କରିବା ସୁବିଧା ରାଜ୍ୟଗୁଡିକୁ ପ୍ରଦାନ କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

ହେଲିକପ୍ଟର ମନି କ’ଣ?
ସାରା ବିଶ୍ୱରେ ଏବେ ହେଲିକପ୍ଟର ମନି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି। ହେଲିକପ୍ଟର ମନି ଦ୍ୱାରା କେନ୍ଦ୍ରୀୟ ବ୍ୟାଙ୍କ ପୂର୍ବ ତୁଳନାରେ ବୃହତ୍‌ ପରିମାଣର ନୋଟ୍‌ ଛପାଇଥାଏ। ଏହାକୁ ସରକାରଙ୍କୁ ପ୍ରଦାନ କରାଯାଇଥାଏ। ଉକ୍ତ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟଗୁଡିକ ଲାଭ କରିଥିବା ଅର୍ଥ ଆଉ କେନ୍ଦ୍ରୀୟ ବ୍ୟାଙ୍କକୁ ରିଫଣ୍ଡ କରିବାକୁ ପଡି ନ ଥାଏ। ଆମେରିକୀୟ ଅର୍ଥନୀତିଜ୍ଞ ମିଲଟନ୍‌ ଫ୍ରାଏଡ୍‌ମ୍ୟାନ ଏହି ପ୍ରକ୍ରିୟାକୁ ହେଲିକପ୍ଟର ମନିର ନାମ ଦେଇଥିଲେ। ଅର୍ଥ ବ୍ୟବସ୍ଥାର ସ୍ଥିତି ଖରାପ ହେଲେ ସରକାର କେନ୍ଦ୍ରୀୟ ବ୍ୟାଙ୍କ ସହାୟତାରେ ମନି ସପ୍ଲାଇକୁ ବଢାଇ ଦେଇଥାନ୍ତି। ଏହାଦ୍ୱାରା ଚାହିଦା ବଢିବା ସହ ଦରଦାମରେ ମଧ୍ୟ ପରିବର୍ତ୍ତନ ଆସିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସୁପାରିସ ସତ୍ତ୍ୱେ ବିଚାରପତି ନିଯୁକ୍ତ କରୁନି କେନ୍ଦ୍ର

ନୂଆଦିଲ୍ଲୀ,୨୩ା୩: ବିଚାରପତି ନିଯୁକ୍ତି ପାଇଁ ସୁପାରିସ ସତ୍ତ୍ୱେ ପ୍ରାର୍ଥୀମାନଙ୍କ ବରିଷ୍ଠତାକୁ କେନ୍ଦ୍ର ସରକାର ବିଚାରକୁ ନେଉନାହାନ୍ତି। ଏଥିଯୋଗୁ ସେମାନଙ୍କ କ୍ୟାରିୟର ପ୍ରଭାବିତ ହେଉଛି। ସୁପ୍ରିମକୋର୍ଟ କଲେଜିୟମ୍‌...

ସିଲିଣ୍ଡର ଫାଟିବାରୁ ଗୋଟିଏ ପରିବାରର ୩ସଦସ୍ୟଙ୍କ ମୃତ୍ୟୁ, ୬ଆହତ

ଭୋପାଳ,୨୫।୧୦: ମଧ୍ୟପ୍ରଦେଶ ଗ୍ବାଲିୟରରେ ଗୁରୁବାର ବିଳମ୍ବିତ ରାତିରେ ସିଲିଣ୍ଡର ଫାଟିବାରୁ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୩ସଦସ୍ୟଙ୍କ ମୃତ୍ୟୁ...

ଭୋପାଳ ସହରର କାଜି କହିଲେ ମହିଳା ପିନ୍ଧନ୍ତୁ ବୁର୍ଖା, ହିଜାବ

ଭୋପାଳ,୧୨ ।୨: କର୍ନାଟକର ଉଡୁପି ସହରରେ ଆରମ୍ଭ ହୋଇଥିବା ହିଜାବ ଏବେ ପ୍ରାୟ ସାରା ଦେଶରେ ପ୍ରସାର ହୋଇଗଲାଣି । ଏବେ ମୁସଲମାନ ମହିଳାଙ୍କ ହିଜାବକୁ...

ରାଜନୈତିକ ଦଳ ବାଟରେ କଣ୍ଟା ସାଜିଛନ୍ତି ବିଦ୍ରୋହୀ ପ୍ରାର୍ଥୀ…

ଲକ୍ଷ୍ନୌ, ୧୩।୨ : ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନରେ ବିଦ୍ରୋହୀଙ୍କ ଭୂମିକା ଯୋଗୁ ସ୍ଥିତି ଖରାପ ହେବାରେ ଲାଗିଛି। ବିଦ୍ରୋହୀ ପ୍ରାର୍ଥୀ ଭାଜପା, ଏସ୍‌ପି, ବିଏସ୍‌ପି ଏବଂ...

ସୁହେଲଦେବ ସ୍ମାରକର ଶିଳାନ୍ୟାସ କଲେ ମୋଦି

ନୂଆଦିଲ୍ଲୀ,୧୬ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭିଡିଓ କନଫରେନସିଂ ଜରିଆରେ ଶ୍ରାବସ୍ତିର ମହାନ ଯୋଦ୍ଧା ମହାରାଜା ସୁହେଲଦେବଙ୍କ ୪.୨୦ ମିଟର ଉଚ୍ଚ ପ୍ରତିମାର ନିର୍ମାଣ...

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବାକୁ ଯାଉଛନ୍ତି ଯୋଗୀ

ଲକ୍ଷ୍ନୋ,୨୬।୯: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳ ରବିବାର ସନ୍ଧ୍ୟାରେ ସମ୍ପ୍ରସାରଣ ହେବ। ଏନେଇ ରାଜ୍ୟପାଳ ଆନନ୍ଦିବେନ ପଟେଲ ଲକ୍ଷୋ୍ନରେ ପହଞ୍ଚି ସାରିଛନ୍ତି। ପ୍ରାୟ ୭ରୁ ୮...

କରୋନା ସଂକ୍ରମଣ ଯୋଗୁ ବନ୍ଦ ହୋଇପଡ଼ିଥିବା ଦିଲ୍ଲୀ ଏମ୍ସର ଓପିଡ଼ି ସେବା ପୁଣି ଆରମ୍ଭ

ନୂଆଦିଲ୍ଲୀ,୨୫।୬: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି...

୪ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ପଦୋନ୍ନତି

ନୂଆଦିଲ୍ଲୀ,୧୯ା୯: ୪ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ପ୍ରଦାନ କରାଯାଇଛି। ଫଳରେ ସର୍ବୋଚ୍ଚ ଅଦାଲତ ବିଚାରପତି ସଂଖ୍ୟା ୩୪ରେ ପହଞ୍ଚତ୍ଛି। ପଦୋନ୍ନତି...

Advertisement
Archives

Model This Week