୨୧୭୧ ବୋତଲ କଫ୍‌ସିରପ୍‌ ଜବତ: ଦମ୍ପତିଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୨୨ା୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାରକୁ ନେଇ ଜନଅସନ୍ତୋଷ ଲାଗିରହିଛି। ଅନ୍ୟପଟେ ଏହାକୁ ନେଇ ଲୋକେ ବିଷୋଦ୍‌ଗାର କରିବା ପରେ ପୋଲିସ ଧରପଗଡ଼ ଅଭିଯାନକୁ ଜୋର୍‌ଦାର କରିଛି। ସୋମବାର ସକାଳେ ସ୍ଥାନୀୟ ଟାଉନ ଥାନା ପୋଲିସ ବରଗଡ଼ ସହରସ୍ଥିତ ବିଶିପଡ଼ା ଛକ ନିକଟରୁ ବିପୁଳ ପରିମାଣର କଫ୍‌ସିରପ ଜବତ କରିଛି। ଏଥିରେ ସମ୍ପୃକ୍ତ ଦମ୍ପତିଙ୍କ ସମେତ ୭ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ ନଂ-୭ ବିଶିପଡ଼ାର ନିଖିଳ ପାଢ଼ୀ(୨୯), ଝାରସୁଗୁଡ଼ା ଜିଲା ବନହରପାଲି ଥାନା ବନ୍ଧବାହାଲ ଗ୍ରାମର ମୂଳବାସିନ୍ଦା ତଥା ବର୍ତ୍ତମାନ ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ ନଂ-୭ ବିଶିପଡ଼ାରେ ରହୁଥିବା ନରେଶ ବିଶାର(୩୯), ସ୍ତ୍ରୀ ଖୁସ୍‌ବୁ(୩୦), ବରଗଡ଼ ଜିଲା ଅମ୍ବାଭୋନା ଥାନା ଭୁକ୍ତାର ବବଲୁ ସୁନା(୩୦), ଚିଚୋଲିର ଘନଶ୍ୟାମ ନାଏକ(୩୬), ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ ନଂ-୧୬ ଡ୍ୟାମ୍‌ କଲୋନୀର ବିକାଶ ଥପା(୩୧) ଏବଂ ପଦ୍ମପୁର ଥାନା ସାମପିଆର ମୂଳବାସିନ୍ଦା ତଥା ବର୍ତ୍ତମାନ ବରଗଡ଼ ବିଶିପଡ଼ାରେ ରହୁଥିବା ବିଶାଳ ସୁନା(୩୬)। ସେମାନଙ୍କ ପାଖରୁ ୨୧୭୧ ବୋତଲ କଫସିରପ୍‌, ୬ ମୋବାଇଲ ଫୋନ୍‌ ଏବଂ ନଗଦ ୭୪,୧୦୦ ଟଙ୍କା ଜବତ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ପରେ ସେମାନଙ୍କୁ ସ୍ଥାନୀୟ କାରାଗାରକୁ ପଠାଇ ଦିଆଯାଇଛି। ସେମାନଙ୍କ ବିରୋଧରେ ବରଗଡ଼ ଟାଉନ ଥାନାରେ ଏକ ମାମଲା(ନଂ.୩୫୯/୨୫) ରୁଜୁ ହୋଇଛି। ସେହିପରି ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସ ତନାଘନା ଚଳାଇଛି।
ଏ ନେଇ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବରଗଡ଼ ଏସ୍‌ପି ପି.ଏସ୍‌. ମୀନା ସୂଚନା ଦେଇ କହିଥିଲେ, ନିଶା କାରବାର ରୋକିବା ପାଇଁ ବରଗଡ଼ ପୋଲିସ ସବୁବେଳେ ସଜାଗ ରହିଛି। ବିଭିନ୍ନ ସୂଚନାକୁ ଆଧାରକରି ପୋଲିସ ନିଶାଦ୍ରବ୍ୟ ଜବତ ସହିତ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ଗତ କିଛିଦିନ ତଳେ ପୋଲିସକୁ ବଡ଼ଧରଣର ସଫଳତା ମିଳିଥିଲା ଏବଂ ୫୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ ହୋଇଥିଲା। ସେହିପରି ସୋମବାର ସକାଳେ ବିଶିପଡ଼ାର ଗିରଫ ଅଭିଯୁକ୍ତ ଦମ୍ପତି ନରେଶ ଏବଂ ଖୁସ୍‌ବୁଙ୍କ ଘର ପାଖରେ ବିପୁଳ ପରିମାଣର କଫ୍‌ସିରପ ଅନ୍‌ଲୋଡ୍‌ ହୋଇ ରହିଥିବା ସୂଚନା ମିଳିଥିଲା। ସୂଚନା ପାଇବା ମାତ୍ରେ ପୋଲିସର ଏକ ଟିମ୍‌ ସେଠାରେ ପହଞ୍ଚିଥିଲା। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ସେଠାରୁ କଫସିରପ ଜବତ ସହ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା। ସେହିପରି ଖସିଯାଇଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତନାଘନା ଜାରି ରଖିଛି। ଏଭଳି ନିଶା କାରବାରରେ ପୂର୍ବରୁ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ଉପରେ ମଧ୍ୟ ପୋଲିସର ନଜର ରହିଛି ଏବଂ ସେଭଳି ନିଶାଦ୍ରବ୍ୟ ଚାଲାଣ ସୂଚନା ମିଳିଲେ କାର୍ଯ୍ୟାନୁଷ୍ଠାନ ହେଉଛି ବୋଲି ଏସ୍‌ପି ମୀନା କହିଥିଲେ। ଏହାସହିତ ବସ୍‌ଷ୍ଟାଣ୍ଡ, ପାର୍କ ଆଦି ଜନଗହଳି ସ୍ଥାନରେ ପୋଲିସ ପାଟ୍ରୋଲିଂ କରୁଥିବାବେଳେ ସାଦା ପୋଷାକରେ ମଧ୍ୟ ମୁତୟନ ରହୁଛନ୍ତି। ଲୋକମାନେ ଯେଭଳି ସୁରକ୍ଷିତ ରହିପାରିବେ, ସେଥିପ୍ରତି ପୋଲିସ ସବୁବେଳେ ଗୁରୁତ୍ୱ ଦେଇଆସୁଛି ବୋଲି ଏସ୍‌ପି ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

୧୩ହଜାର ଟଙ୍କା ଶସ୍ତା ହେଲା ସୁନା; ଏକ୍ସପର୍ଟ କଲେ ବଡ଼ ଭବିଷ୍ୟବାଣୀ, ଆଗକୁ…

ନୂଆଦିଲ୍ଲୀ,୨୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ, ଏହି ସପ୍ତାହରେ ସୁନା ଏବଂ ରୂପା ମୂଲ୍ୟରେ ତୀବ୍ର…

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

ବିପଦରେ ଲଣ୍ଡନ, ପ୍ୟାରିସ, ବର୍ଲିନ: ଚେତାଇଲା IDF, ଘନ ଘନ ମିସାଇଲ ମାଡ଼ରେ… 

ଜେରୁଜେଲାମ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଇରାନର ବଢୁଥିବା ସାମରିକ ଶକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ…

ଗୋରକ୍ଷକ ଫାର୍ସା ବାବାଙ୍କୁ ଜାଣିଶୁଣି ଟ୍ରକ୍‌ ମଡ଼ାଇ ହତ୍ୟା ଅଭିଯୋଗ: ରାସ୍ତାରୋକୋ କରି ଲୋକେ…

ମଥୁରା,୨୨ା୩: ଉତ୍ତରପ୍ରଦେଶର ମଥୁରା ନିକଟ ଆଗ୍ରା-ଦିଲ୍ଲୀ ରାଜପଥରେ ଏକ ଟ୍ରକ୍‌ ମାଡ଼ିଯିବାରୁ ଫାର୍ସା ବାବା ଭାବେ ପରିଚିତ ଗୋରକ୍ଷକ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ଘଟିଛି। ଶନିବାର ଭୋର ୪ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri