Posted inଖେଳ

୨୧୭ ରନ୍‌, ୧୭ ଉଇକେଟ୍‌: ପ୍ରଥମ ଦିନରେ ପ୍ରଧାନ୍ୟ ବିସ୍ତାର କଲେ ବୋଲର୍‌

ପର୍ଥ,୨୨।୧୧: ପର୍ଥ ଟେଷ୍ଟର ପ୍ରଥମ ଦିନରେ ଖେଳ ଶେଷ ହୋଇଛ। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୭ ଉଇକେଟ ହରାଇ ୬୭ ରନ ସଂଗ୍ରହ କରିଛି। ଭାରତ ପ୍ରଥମ ଇନିଂସରେ ୧୫୦ ରନ ସଂଗ୍ରହ କରିଥିଲା। ଫଳରେ ଅଷ୍ଟ୍ରେଲିଆ ଏବେ ୮୩ ରନ ପଛରେ ରହିଛି। ଭାରତୀୟ ବ୍ୟାଟିଂ ଫ୍ଲପ ହୋଇ ୧୫୦ ରନରେ ଅଲଆଉଟ ହେବା ପରେ ଲାଗୁଥିଲା ଯେ, ଅଷ୍ଟ୍ରେଲିଆ ନିୟନ୍ତ୍ରଣରେ ଅଛି, କିନ୍ତୁ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ଆହୁରି ଖରାପ ଥିଲା। ଏପର୍ଯ୍ୟନ୍ତ କୌଣସି କଙ୍ଗାରୁ ବ୍ୟାଟ୍ସମ୍ୟାନ ୨୦ ଅଙ୍କରୁ ଅଧିକ ଯିବାକୁ ସକ୍ଷମ ହୋଇ ନାହାଁନ୍ତି। ଜସପ୍ରୀତ ବୁମ୍‌ରା ଏପର୍ଯ୍ୟନ୍ତ ଭାରତ ପାଇଁ ୪ଟି ଉଇକେଟ ନେଇଛନ୍ତି। ପ୍ରଥମ ଦିନରେ ଦ୍ରୁତ ବୋଲରମାନେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ମୋଟ ୨୧୭ ରନ ସ୍କୋର କରାଯାଇଥିଲା ଏବଂ ୧୭ ଉଇକେଟ ପଡିଥିଲା।

ଅଷ୍ଟ୍ରେଲିଆ ଦଳ ପ୍ରଥମ ଇନିଂସରେ ୭ ଉଇକେଟ୍‌ ହରାଇ ୬୭ ରନ୍‌ କରିଛି। ଆଲେକ୍ସ କେରେ ଏବଂ ମିଚେଲ ଷ୍ଟାର୍କ କ୍ରିଜରେ ଅଛନ୍ତି। ଭାରତ ପକ୍ଷରୁ ଜଶପ୍ରୀତ ବୁମ୍‌ରା ଚମତ୍କାର ବୋଲିଂ କରି ୪ ଉଇକେଟ୍‌ ନେଇଥିଲେ।

ପ୍ୟାଟ କମିନ୍ସ (୩) ବୁମରାଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ। ଏହାପୂର୍ବରୁ ମାର୍ନୁସ ଲାବୁସାଗ୍ନେ (୨), ମିଚେଲ ମାର୍ଶ (୬), ଟ୍ରାଭିସ ହେଡ (୧୧), ଷ୍ଟିଭ ସ୍ମିଥ (୦), ଉସମାନ ଖ୍ବାଜା (୮ ରନ) ଏବଂ ନାଥାନ ମ୍ୟାକସ୍ବେନି (୧୦ ରନ) ଆଉଟ ହୋଇଥିଲେ। ଏପର୍ଯ୍ୟନ୍ତ ଜସପ୍ରୀତ ବୁମ୍‌ରା ୪ଟି ଉଇକେଟ ନେଇଥିବା ବେଳେ ମହମ୍ମଦ ସିରାଜ ଭାରତ ୨ ଉଇକେଟ ନେଇଛନ୍ତି। ହର୍ଷିତ ରାଣା ୧ ଉଇକେଟ ପାଇଥିଲେ।

ଟିମ ଇଣ୍ଡିଆ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା, କିନ୍ତୁ ଦଳର ପ୍ରାରମ୍ଭିକ ବ୍ୟାଟିଂ ବିର୍ଯ୍ୟୟ ଘଟିଥିଲା। ୭୩ ରନ ସ୍କୋର କରି ଦଳ ୬ ଉଇକେଟ ହରାଇଥିଲା। ଯଶସ୍ବୀ ଜୟସ୍ବାଲ ଏବଂ ଦେବଦତ୍ତ ପଡିକଲ ଖାତା ଖୋଲିପାରି ନ ଥିଲେ। ବିରାଟ କୋହଲି ୫ ରନ ସ୍କୋର କରିବା ପରେ ଧ୍ରୁବ ଜୁରେଲ ୧୧ ରନ ସ୍କୋର କରିବା ପରେ ଏବଂ ୱାଶିଂଟନ ସୁନ୍ଦର ୪ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ।

ଡେବ୍ୟୁଟାଣ୍ଟ ନୀତୀଶ ରେଡ୍ଡୀ ୪୧ ରନ (୫୯ବଲ) ଏବଂ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ୭୮ ବଲରେ ୩୭ ରନ ସଂଗ୍ରହ କରିଥିଲେ। ସପ୍ତମ ଉଇକେଟ ପାଇଁ ଉଭୟଙ୍କ ମଧ୍ୟରେ ୪୮ ରନ ଭାଗିଦାରୀ ହୋଇଥିଲା। କେ.ଏଲ ରାହୁଲ ୭୪ ବଲରେ ୨୬ ରନ କରିଥିଲେ। ଜୋଶ ହାଜଲେଉଡ ଅଷ୍ଟ୍ରେଲିଆରୁ ୪ ଉଇକେଟ ନେଇଥିଲେ। ପ୍ୟାଟ କମିନ୍ସ, ମିଚେଲ ମାର୍ଶ ଏବଂ ମିଚେଲ ଷ୍ଟାର୍କ ୨-୨ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଗୋ ବିମାନ ରଦ୍ଦ ପରେ ବି କେମିତି ଧଡାଧଡ ବିକ୍ରି ହେଉଛି ଟିକେଟ! ୩ ଗୁଣା ଅଧିକ ଦାମରେ ବି କିଣୁଛନ୍ତି ଲୋକେ

ନୂଆଦିଲ୍ଲୀ,୬।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଅନେକ ଦିନ ଧରି ସଂଘର୍ଷ କରୁଛି। ଡିସେମ୍ବର ୨ରୁ ବିମାନ ବାତିଲ ଚାଲିଛି। ଇଣ୍ଡିଗୋ ପ୍ରତିଦିନ ୫୦୦ରୁ ଅଧିକ ବିମାନ ବାତିଲ...

ଶେଷରେ ଟସ୍‌ ଜିତିଲା ଭାରତ: ଖୁସିକୁ ରୋକି ନ ପାରି ରାହୁଲ କରିଦେଲେ…

ନୂଆଦିଲ୍ଲୀ,୬।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଦିନିକିଆରେ ଭାରତୀୟ ଅଧିନାୟକ କେଏଲ ରାହୁଲ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ୨୦...

ଏହିସବୁ ଭାରତୀୟ ଖାଦ୍ୟ ଖାଇଲେ ପୁଟିନ୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୨।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ରାଜ୍ୟ ଭୋଜିରେ କଶ୍ମୀର ଅଖରୋଟ ଗୁଚ୍ଚି ଦୁନ ଚେଟିନ ଏବଂ...

ପୁଟିନ ଫେରୁ ଫେରୁ ପୂରଣ ହେଲା ଭାରତର ବଡ଼ ଇଚ୍ଛା, ପ୍ରମାଦ ଗଣିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଛାଡିବା ପରେ ଏକ ବଡ଼ ଖବର ଆସିଛି। ଏହି ନୂତନ ବିକାଶ ସ୍ବଦେଶୀ ଯୁଦ୍ଧ ବିମାନ କାର୍ଯ୍ୟକ୍ରମକୁ...

ଗୃହରକ୍ଷୀବାହିନୀ ପୋଲିସର ଅଭିନ୍ନ ଅଙ୍ଗ: ଜନସାଧାରଣଙ୍କ ହୋଇଛନ୍ତି ଆସ୍ଥାଭାଜନ

ବଲାଙ୍ଗୀର, ୬।୧୨(ସୁନିଲ କୁମାର ମହାନ୍ତି): ଓଡ଼ିଶା ଗୃହରକ୍ଷୀ ବାହିନୀର ୬୩ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ବଲାଙ୍ଗୀର ରିଜର୍ଭ ପୋଲିସ ପରେଡ ପଡିଆଠାରେ ଶନିବାର ପାଳିତ ହୋଇଯାଇଛି...

ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରଲର: ଜାତୀୟ ରାଜପଥ ରକ୍ତଚଞ୍ଜିତ

ବଣାଇଁ, ୬।୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ଗମଲେଇ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ କିଛି ସମୟ ପୂର୍ବରୁ ଘଟିଛି ଏକ ମର୍ମନ୍ତୁଦ...

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri