Coronavirus virus outbreak and coronaviruses influenza background as dangerous flu strain cases as a pandemic medical health risk concept with disease cells as a 3D render
ଝାରସୁଗୁଡ଼ା,୨୭।୩: ଝାରସୁଗୁଡ଼ା ଜିଲା ବଢେଇମୁଣ୍ଡା ଇଞ୍ଜିନିୟରିଂ ସ୍କୁଲରୁ ଶନିବାର ୨୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୧୩ ଶିକ୍ଷକ ଏବଂ ୮ଜଣ ଛାତ୍ର ଥିବା ଜଣାପଡିଛି। ଏହା ଜଣାପଡିବା ପରେ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ତହସିଲଦାର ଦିଲୀପ ପ୍ରଧାନ, ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗେନ୍ଦ୍ର ମାଝି ପ୍ରମୁଖ ସ୍କୁଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। କରୋନା ଆକ୍ରାନ୍ତଙ୍କୁ ସଙ୍ଗରୋଧରେ ରଖାଯିବା ସହ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିକିତ୍ସା ବ୍ୟବସ୍ଥା ଆରମ୍ଭ ହୋଇଛି। ଅନ୍ୟପକ୍ଷେ ପ୍ରଶାସନ ପକ୍ଷରୁ କଣ୍ଟାକ୍ ଟ୍ରେସିଂ ଆରମ୍ଭ ହୋଇଛି। ସୂଚନା ଯୋଗ୍ୟ, ବିଦ୍ୟାଳୟର ଜଣେ ଶିକ୍ଷକ ବାହାର ରାଜ୍ୟକୁ ଯାଇ ଫେରିଥିଲେ। ପରେ ତାଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା। ଏଥିରେ ତାଙ୍କର ପଜିଟିଭ୍ ଆସିଥିଲା। ଏନେଇ ସ୍କୁଲର ୧୦୦ଜଣଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୨୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗୋଟିଏ ଶିକ୍ଷାନୁଷ୍ଠାନର ୨୧ଜଣ ପଜିଟିଭ୍ ଚିହ୍ନଟ ହେବା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି।