Posted inଜାତୀୟ

କଂଗ୍ରେସରେ ଆଜାଦଙ୍କ ଦଳର ୨୧ ନେତା

ନୂଆଦିଲ୍ଲୀ,୮ା୮:ଗୁଲାମ ନବୀ ଆଜାଦଙ୍କ ଡେମୋକ୍ରାଟିକ୍‌ ପ୍ରୋଗ୍ରେସିଭ୍‌ ଆଜାଦ ପାର୍ଟିର ୨୧ ଜଣ ନେତା ସୋମବାର ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗଦେଇଛନ୍ତି। ଏହି ଅବସରରେ ଏଆଇସିସି ସାଧାରଣ ସମ୍ପାଦକ (ସଂଗଠନ) କେ.ସି. ବେଣୁଗୋପାଳ, ଜମ୍ମୁ-କଶ୍ମୀର ଦାୟିତ୍ୱରେ ଥିବା ରଜନୀ ପାଟିଲ ଏବଂ ଜମ୍ମୁ-କଶ୍ମୀର କଂଗ୍ରେସ ସଭାପତି ରସୁଲ ଓ୍ବାନି ମଧ୍ୟ ଉପସ୍ଥିତ ଥିଲେ। କଂଗ୍ରେସ ନେତା ଜୟରାମ ରମେଶ ଆଜାଦଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଯେଉଁମାନେ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ବିରୋଧ କରୁଛନ୍ତି, ସେମାନେ ଜମ୍ମୁ-କଶ୍ମୀରର ବାସ୍ତବ ସ୍ଥିତି ଜାଣନ୍ତି ନାହିଁ ବୋଲି ଆଜାଦ କହିଥିଲେ। ସେ ଏଭଳି କହି ନିଜ ଡିଏନ୍‌ଏ ମ୍ୟୁଟେଶନର ନୂଆ ପ୍ରମାଣ ଦେଇଛନ୍ତି ବୋଲି କଂଗ୍ରେସ କହିଛି। କଂଗ୍ରେସରେ ଯୋଗଦେଇଥିବା ଜମ୍ମୁ-କଶ୍ମୀର ନେତାଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ପାନ୍ଥର୍ସ ପାର୍ଟିର ଦୁଇଥରର ବିଧାୟକ ୟଶପାଲ କୁଣ୍ଡଲ,ଏଏପିର ଏସ୍‌ସି/ଏସ୍‌ଟି ବିଭାଗ ମୁଖ୍ୟ ରହିଛନ୍ତି। ଆଜାଦଙ୍କ ପାର୍ଟିରେ ଯୋଗଦେଇଥିବା ଜମ୍ମୁ-କଶ୍ମୀରର ପୂର୍ବତନ ପିସିସି ଉପସଭାପତି ହାଜି ଅବଦୁଲ ରଶିଦ ଦର୍‌ ମଧ୍ୟ କଂଗ୍ରେସକୁ ଫେରିଛନ୍ତି। କଂଗ୍ରେସ ଛାଡ଼ି ଆଜାଦଙ୍କ ଦଳରେ ଯୋଗଦେଇଥିବା ଅଧିକାଂଶ ନେତା ଇତିମଧ୍ୟରେ ପୁରୁଣା ଦଳକୁ ଫେରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri