ଭୁବନେଶ୍ୱର,୭।୮(ଅନୁରାଧା ମହାରଣା): ଫେଡେରେଶନ ଅଫ୍ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ(ଏଫ୍ଏଡିଏ) ଜୁଲାଇରେ ଖୁଚୁରା ବିକ୍ରୟ ରିପୋର୍ଟ ପ୍ରକାଶ କରିଛି। ଓଡ଼ିଶାରେ ଗତ ବର୍ଷ ଜୁଲାଇ ତୁଳନାରେ ଚଳିତ ବର୍ଷ ଜୁଲାଇରେ ଯାନବାହନ ବିକ୍ରି ସଂଖ୍ୟା ବୃଦ୍ଧି ପାଇଛି। ଯାନବାହନ କ୍ରୟରେ ୨୧.୮୫% ବୃଦ୍ଧି ଘଟିଛି। ୨୦୨୩ ମେ’ରେ ୫୦,୭୦୭ ୟୁନିଟ୍ ଯାନ ବିକ୍ରି ହୋଇଥିବାବେଳେ ୨୦୨୪ରେ ଏହି ସଂଖ୍ୟା ୬୧,୭୮୫ ୟୁନିଟ୍ରେ ପହଞ୍ଚିଛି।
ନୂତନ ମଡେଲ ଲଞ୍ଚ ଏବଂ ରିହାତି ବୃଦ୍ଧି ହେତୁ ଜୁଲାଇରେ ଭାରତରେ ଯାତ୍ରୀବାହୀ ଯାନଗୁଡ଼ିକର ଖୁଚୁରା ବିକ୍ରି ବର୍ଷ ତୁଳନାରେ ୧୬.୩୫% ବୃଦ୍ଧି ପାଇଛି। ଜୁଲାଇରେ ମୋଟ ଯାତ୍ରୀବାହୀ ଯାନ ଖୁଚୁରା ବିକ୍ରି ୬୮୮୯ ୟୁନିଟ୍କୁ ବୃଦ୍ଧି ପାଇଥିବାବେଳେ ଜୁଲାଇ ୨୦୨୩ରେ ଏହା ୫୯୨୧ ୟୁନିଟ୍ ଥିଲା। ବାଇକ୍, ସ୍କୁଟି ଆଦି ଦୁଇଚକିଆ ଯାନର ଖୁଚୁରା ବିକ୍ରି ଜୁଲାଇରେ ୨୨.୩୪ ପ୍ରତିଶତ ବୃଦ୍ଧି ହୋଇ ୪୬୯୭୦ ୟୁନିଟ୍ରେ ପହଞ୍ଚିଛି। ଜୁଲାଇ ୨୦୨୩ରେ ୩୮୩୯୪ ୟୁନିଟ୍ ଥିଲା। ବାଣିଜି୍ୟକ ଯାନଗୁଡ଼ିକର ଖୁଚୁରା ବିକ୍ରି ଗତ ବର୍ଷ ତୁଳନାରେ ୧୧.୩୧% ବୃଦ୍ଧି ପାଇ ଜୁଲାଇରେ ୨୯୬୨ ୟୁନିଟ୍ରେ ପହଞ୍ଚିଛି। ତେବେ ଟ୍ରାକ୍ଟର ବିକ୍ରି ଗତ ବର୍ଷ ତୁଳନାରେ ୩୪.୮୧% ବୃଦ୍ଧି ପାଇ ଜୁଲାଇରେ ୭୯,୯୭୦ ୟୁନିଟ୍ରେ ପହଞ୍ଚିଛି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

