୨୦୨୩ ଜୁନ୍‌ରେ ସରିବ ଘଟକେଶ୍ବର ପ୍ରକଳ୍ପ କାମ

ଛତ୍ରପୁର,୨୨ା୧୧(ଡି.ଏନ.ଏ.): ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଶନିବାର ଜିଲାପାଳ ଦିବ୍ୟଜ୍ୟୋତି ପରିଡା କ୍ଷୁଦ୍ର ଓ ଉଠା ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଥିଲେ। ପ୍ରାରମ୍ଭରେ ଇଆଇସି-ତଥା- ସ୍ବତନ୍ତ୍ର ସଚିବ ମୁକୁଲ ଚନ୍ଦ୍ର ବେହେରା ବର୍ତ୍ତମାନ ଖରିଫ ଫସଲ ଶେଷ ହେବାକୁ ଯାଉଛି। ରବି ଫସଲ ଆରମ୍ଭ ହେବାକୁ ଥିବାରୁ ଜଳସେଚନ ପ୍ରକଳ୍ପଗୁଡିକର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ। ବୈଠକରେ ଘଟକେଶ୍ବର ବହୁମୁଖୀ ପ୍ରକଳ୍ପର କାର୍ଯ୍ୟ ଚାଲୁ ରହିଛି । ଏହା ଜୁନ ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଜଣାଇଥିଲେ। ଛେଳିଗଡ ଜଳସେଚନ ପ୍ରକଳ୍ପର ମୁଖ୍ୟ କେନାଲ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯାଇଛି । ଏହାର ଶାଖା କେନାଲଗୁଡିକର କାର୍ଯ୍ୟ ଜାନୁୟାରୀ ୨୦୨୪ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଜଣାଯାଇଛି। ହରଭଙ୍ଗୀ ପ୍ରକଳ୍ପର ସମ୍ପ୍ରସାରଣ କାର୍ଯ୍ୟ ମଧ୍ୟ ଚାଲୁରହିଛି। ବନ୍ୟାଜଳ ସହଜରେ ନିଷ୍କାସନ ନିମନ୍ତେ ଟିପିସିରା ନାଳ ଓ ଦେବଭୂମି ହଜର ଉନ୍ନତୀକରଣ କରାଯିବ। ଋଷିକୂଲ୍ୟା, ଧନେଇ, ଘୋଡାହାଡ ଓ ବାହୁଦା ଆଦି ନଦୀଗୁଡିକରେ ଗ୍ରୀଷ୍ମ ଋତୁରେ ଅଳ୍ପ ପରିମାଣ ଜଳ ଥାଏ। ଜିଲାରେ ୧୦୮୫ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରହିଛି। ଅଧିକାଂଶ ପ୍ରକଳ୍ପଗୁଡିକ ବହୁ ପୁରାତନ। ଏଗୁଡିକର ରକ୍ଷଣାବେକ୍ଷଣ ସହ ଜଳ ସଂରକ୍ଷଣ ଉପରେ ଜିଲାପାଳ ପରିଡା ଗୁରୁତ୍ୱାରୋପ କରିଥିଲେ। ପ୍ରତ୍ୟେକ ପ୍ରକଳ୍ପରେ ଓ୍ବାଟର ୟୁଜର୍ସ ଆସୋସିଏଶନ( ପାଣି ପଞ୍ଚାୟତ) ଗଠନ କରାଯାଇ କେନାଲଗୁଡିକର ରକ୍ଷଣାବେକ୍ଷଣ ତଦାରଖ କରାଯାଉଛି ବୋଲି ଜିଲାପାଳ କହିଥିଲେ। କ୍ଷୁଦ୍ର ଜଳସେଚନ ଯୋଜନାରେ ୧,୦୫,୨୬୨ ହେକ୍ଟର ଜମି ଜଳସେଚିତ କରାଯାଉଥିବା ବେଳେ ୭୬୦ ଚେକ୍‌ ଡ୍ୟାମ ଜରିଆରେ ୧୬,୩୦୦ ହେକ୍ଟର ଜଳସେଚନ କରାଯିବ । ବୈଠକରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଡ୍ରେନେଜ ବ୍ୟବସ୍ଥା, ଉଠା ଜଳସେଚନ, ଭୂତଳ ଜଳ ସଂରକ୍ଷଣ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ବୈଠକରେ ବ୍ରହ୍ମପୁର ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ ତଥା ଅବବାହିକା ପରିଚାଳକ ଇଂ. ଅଶ୍ବିନୀ କୁମାର ମହାନ୍ତି, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ.ବିଭୁଦତ୍ତ ପଣ୍ଡା, କ୍ଷୁଦ୍ର ଜଳ ସେଚନ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ବଂଶଧାରା ନାଗାବଳୀ ଅବବାହିକା,ଇଂ.ନଗେନ୍ଦ୍ର ନାଥ ମହାରଣା, ଡ୍ରେନେଜ୍‌ ଡିଭିଜନ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶେଖର ଓ ସମସ୍ତ କ୍ଷୁଦ୍ର ଓ ମଧ୍ୟମ ଜଳସେଚନ ବିଭାଗ, ଡ୍ରେନେଜ୍‌ ବିଭାଗ, ଉଠାଜଳସେଚନ ବିଭାଗର ଯନ୍ତ୍ରୀମାନେ ଯୋଗଦେଇଥିଲେ। ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲା ପରିଷଦ ସଭ୍ୟ କୀର୍ତ୍ତି ଭାସନ ଭି ଧନ୍ୟବାଦ ଅର୍ପଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri