ପ୍ରଥମ ରିଲିଜରେ ଫ୍ଲଫ୍, ଦ୍ୱିତୀୟ ରିଲିଜରେ ସୁପରହିଟ୍

ମୁମ୍ବାଇ: ୨୦୧୮ ରେ ରିଲିଜ ହୋଇଥିବା ହିନ୍ଦୀ ସିନେମା ‘ଲୈଲା ମଜନୁ’ ଭୟଙ୍କର ଫ୍ଲଫ୍ ହୋଇଥିଲେ ମଧ୍ୟ ଦୀର୍ଘ ୬ ବର୍ଷ ପରେ ପୁଣିଥରେ ରିଲିଜ ହୋଇ ସୁପରହିଟ୍ ହେବାକୁ ଯାଉଛି। ସିନେମା ଘରେ ଫିଲ୍ମଟି ଫ୍ଲଫ୍ ହୋଇଥିଲେ ମଧ୍ୟ ଓଟିଟି ପ୍ଳାର୍ଟଫର୍ମରେ ଷ୍ଟ୍ରିମିଂ ହେବା ପରେ ଏହା ଯୁବପିଢି ମାନଙ୍କୁ ବେଶ ପସନ୍ଦ ଆସିଥିଲା ଏବଂ ଦର୍ଶକଙ୍କ ମଧ୍ୟରେ ଆଦୃତ ହୋଇଥିଲା। ଏହାପରେ ବିଭିନ୍ନ ସୋସିଆଲ ଏବଂ ରିଲ୍ସ ଜରିଆରେ ସିନେମାର ଛୋଟ ଛୋଟ ଦୃଶ୍ୟ ଭାଇରାଲ ହୋଇଥିଲା।

ଏପରିକି କିଛି ଦର୍ଶକ ସିନେମାଟିକୁ ପୁଣିଥରେ ରିଲିଜ କରିବାକୁ ନିର୍ମାତାଙ୍କୁ ଅନୁରୋଧ କରୁଥିଲେ। ଚଳିତ ମାସରେ ପ୍ରଥମେ କଶ୍ମିରରେ ରିଲିଜ ହୋଇଥିଲା। ସେଠାରେ ସ୍ଥାନୀୟ ଲୋକଙ୍କ ଉତ୍ସାହ ଦେଖିବା ପରେ ଦର୍ଶକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଫିଲ୍ମର ସହ ଲେଖକ, ପ୍ରଯୋଜକ ତଥା ପ୍ରସିଦ୍ଧ ନିର୍ଦ୍ଦେଶକ ଇମିତିଆଜ ଅଲି ଫିଲ୍ମର ପୁନଃ ରିଲିଜ ନେଇ ଘୋଷଣା କରିଥିଲେ। ଚଳିତ ମାସ ୯ ତାରିଖରେ ଏହା ପୁଣିଥରେ ସିନେମା ଘରକୁ ଆସିଛି।

ପୁନଃ ରିଲିଜ୍ ହେବାର ପ୍ରଥମ ଦିନରେ (ଅଗଷ୍ଟ ୯) ୩୦ ଲକ୍ଷ ଟଙ୍କା ଆୟ ସହିତ ଆରମ୍ଭ ହୋଇଥିଲା ଏବଂ ଦ୍ୱିତୀୟ ଦିନରେ ୧୧୦ ପ୍ରତିଶତ ବୃଦ୍ଧି ଘଟି ଦୁଇଦିନରେ ସମୁଦାୟ ୧ କୋଟି ଟଙ୍କା ରୋଜଗାର କରିଥିବା ଜଣାପଡିଛି। ଦ୍ୱିତୀୟଥର ରିଲିଜ୍ ହେବାର ପ୍ରଥମ ସପ୍ତାହରେ ପ୍ରାୟ ୨ କୋଟି ଟଙ୍କା ରୋଜଗାର ହେବ ବୋଲି ଆଶା କରାଯାଉଛି। ତେବେ ୨୦୧୮ ରେ, ପ୍ରଥମ ଥର ରିଲିଜ ସମୟରେ ଫିଲ୍ମଟି ଭାରତର ନେଟ ସଂଗ୍ରହରେ ମାତ୍ର ୨.୭୨ କୋଟି ଟଙ୍କା ଏବଂ ବିଶ୍ଵବ୍ୟାପୀ ମୋଟ ୩.୪୦ କୋଟି ଟଙ୍କା ଆୟ ସହିତ ଏହାର ଯାତ୍ରା ଚଳଚ୍ଚିତ୍ର ଶେଷ କରିସାରିଥିଲା ବୋଲି ଇଣ୍ଡଷ୍ଟ୍ରି ଟ୍ରାକର ସାକନିଲକ ରିପୋର୍ଟ କରିଛି।

ତେବେ ସିନେମା ଦ୍ୱିତୀୟ ଥର ରିଲିଜ ହେବା ପରେ ଦର୍ଶକଙ୍କ ଉଚାହା ଦେଖି ପ୍ରତିକ୍ରିୟା ଦେଇଛନ୍ତି ସିନେମାର ମୁଖ୍ୟ ନାୟକ ଅବିନାଶ ତିୱାରୀ। ସିନେମାକୁ ଭଲ ପାଇବା ଦେଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କୁ ଟେନସନ ଦେଲେ ଏକଛତ୍ରବାଦୀ ଶାସକ, ‘ବିନାଶକାରୀ’ ଗେମ୍‌ ଖେଳିଲା ଉତ୍ତର କୋରିଆ

ଓ୍ବାଶିଂଟନ୍‌,୨।୪: ସମଗ୍ର ବିଶ୍ୱ ଇରାନ-ଆମେରିକା ଯୁଦ୍ଧ ଭୟରେ କବଳିତ। ମଧ୍ୟପ୍ରାଚ୍ୟ ଜଳୁଛି। ସାରା ବିଶ୍ୱରେ ତେଲ ଏବଂ ଗ୍ୟାସର ଅଭାବ ରହିଛି। ଇନ୍ଧନ ମୂଲ୍ୟ ଆକାଶଛୁଆଁ। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri