ଭୁବନେଶ୍ୱର,୧୩।୧:ସଂଗ୍ରାମୀଙ୍କୁ ୨୦ ହଜାର ପେନ୍ଶନ୍ ନିଷ୍ପତ୍ତି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ୧୯୭୫ରୁ ୧୯୭୭ ମଧ୍ୟରେ ବହୁ ଲୋକ ବନ୍ଦୀ ଥିଲେ। ପୂର୍ବ ସରକାରର ବହୁ ଲୋକ ବନ୍ଦୀ ଥିଲେ, କିନ୍ତୁ କିଛି ପାଇଲେନି। ସ୍ବଚ୍ଛଳ ଓ ଅନିଚ୍ଛୁକ ବ୍ୟକ୍ତି ଭତ୍ତା ନେବାକୁ ମନା କରିପାରିବେ। କିନ୍ତୁ ରାଜ୍ୟ ସେମାନଙ୍କୁ ସମ୍ମାନ ଦେବାରେ ହେଳା କରିବ ନାହିଁ।
ସୂଚନାଯୋଗ୍ୟ, ଭାରତର ସ୍ବାଧୀନତା ସଂଗ୍ରାମରେ ସେମାନଙ୍କର ପ୍ରମୁଖ ଭୂମିକାକୁ ସ୍ବୀକୃତି ଦେଇ ଓଡ଼ିଶା ସରକାର ସ୍ବାଧୀନତା ସଂଗ୍ରାମୀଙ୍କ ପାଇଁ ପେନ୍ଶନ ବୃଦ୍ଧି ଘୋଷଣା କରିଥିଲେି। ଭାରତର ସ୍ବାଧୀନତା ସଂଗ୍ରାମ ସମୟରେ ଯେଉଁମାନେ କାରାଗାରର ସମ୍ମୁଖୀନ ହୋଇଥିଲେ ସେମାନଙ୍କ ପାଇଁ ରାଜ୍ୟ ସରକାର ପେନ୍ଶନ ଦୁଇଗୁଣ ବୃଦ୍ଧି କରିଛନ୍ତି।
ସ୍ବାଧୀନତା ସଂଗ୍ରାମରେ କାରାଗାରରେ ଥିବା ସ୍ବାଧୀନତା ସଂଗ୍ରାମୀମାନେ ବର୍ତ୍ତମାନ ମାସିକ ୨୦,୦୦୦ ଟଙ୍କା ପାଇବେ, ଯାହା ପୂର୍ବର ୧୦,୦୦୦ ଟଙ୍କାର ଦୁଇଗୁଣ ହେବ। ଯେଉଁମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ କିନ୍ତୁ କାରାଗାରରେ ନଥିଲେ ସେମାନଙ୍କ ପେନ୍ଶନ୍ ୯,୦୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି ପାଇବ।
ଓଡିଶାରେ ବାରମ୍ବାର ଅଣଦେଖା କରାଯାଉଥିବା ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ସ୍ବରୂପ ୩୮ ତମ ସ୍ବାଧୀନତା ସଂଗ୍ରାମୀ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହା ଘୋଷଣା କରିଛନ୍ତି।