୨୦୦ ବର୍ଷର ମନ୍ଦିରରେ ତାଲା

ବାହାନଗା,୨୫ା୯(ଅରୂପ୍‌ କୁମାର ଦାସ):ବାଲେଶ୍ୱର ଜିଲା ବାହାନଗା ବ୍ଲକ କଲ୍ୟାଣି ଗ୍ରାମରେ ଥିବା ୨ଶହ ବର୍ଷର ମା’ ଦୁର୍ଗା ମନ୍ଦିରରେ ବର୍ଷେ ହେଲା ବିବାଦ ଲାଗିରହି ତାଲା ପଡ଼ିଛି। ଦେବୋତ୍ତର କମିଶନରଙ୍କ ନିର୍ଦ୍ଦେଶ ପରେ ମଧ୍ୟ ମନ୍ଦିରରେ ତାଲା ଖୋଲୁନାହିଁ। ମନ୍ଦିର ମାର୍ଫତଦାର ପରିବାର ଲୋକେ ମନ୍ଦିର ବାହାରେ ପୂଜା କରୁଛନ୍ତି। ଗତବର୍ଷ ଦୁର୍ଗାପୂଜା ପରେ ଗ୍ରାମର ଲୋକମାନେ ଓ ପୂଜା କମିଟି ସଦସ୍ୟମାନଙ୍କ ମଧ୍ୟରେ ଠାକୁର ସମ୍ପତ୍ତି ତଥା ମନ୍ଦିର  କାର୍ଯ୍ୟକୁ ନେଇ  ବିବାଦ ଦେଖାଦେଇଥିଲା। ପରେ ରାଜ୍ୟ ସରକାରଙ୍କ ମୋ ଗାଁ ମୋ ବିକାଶ ଯୋଜନାରେ ମନ୍ଦିର ନିମନ୍ତେ ୨ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ସେହି ଟଙ୍କାରେ କାମ ହେଲା ପରେ ମନ୍ଦିର ମାର୍ଫତଦାରମାନଙ୍କ ମଧ୍ୟରୁ କେହି ଜଣେ କେତେ ଟଙ୍କା ଆସିଥିବା ପଚାରି କୌଣସି ଉତ୍ତର ନ ପାଇବାରୁ ବ୍ଲକରେ  ଅଭିଯୋଗ କରିଥିଲେ। ଯେଉଁ ମନ୍ଦିର ସରକାରୀ ଟଙ୍କାରେ କାମ ହେଉଛି ତାହା ବ୍ୟକ୍ତିଗତ ମନ୍ଦିର ହୋଇଥିବାରୁ କିପରି କାମ ହେଉଛି କହି ଅଭିଯୋଗ କରିବା  ପରେ  ବିବାଦ ଉଗ୍ରରୂପ ନେଇଥିଲା। ଏହି ଘଟଣା ପରେ ବ୍ଲକ ପ୍ରଶାସନ କାମ କରୁଥିବା ଠିକାଦାରଙ୍କ ବିଲ୍‌ ବନ୍ଦ କରିଦେଇଛନ୍ତି।
ଏହି ଘଟଣାକୁ ନେଇ ଗ୍ରାମର ଦୁଇଗୋଷ୍ଠୀ ହୋଇଯାଇଥିଲେ। ଉଭୟଙ୍କ ମଧ୍ୟରେ ସମାଧାନ କରିବାର ପ୍ରଚେଷ୍ଟା କରାଯାଇଥିଲେ ମଧ୍ୟ ନ ହୋଇପାରିବାରୁ ଗ୍ରାମବାସୀ ପ୍ରଥମେ ମନ୍ଦିରରେ ତାଲା ପକାଇ ଦେଇଥିଲେ। ଥାନାରେ ଅଭିଯୋଗ ହେବା ପରେ ଗ୍ରାମବାସୀ ତାଲା ଫିଟାଇ ଦେଇଥିଲେ ମଧ୍ୟ ଅଂଶୀଦାରଙ୍କ ମଧ୍ୟରୁ କିଛି ଅଂଶୀଦାର ଠାକୁରଙ୍କ ଜମି ଆମର ବ୍ୟକ୍ତିଗତ ହେବାକୁ ବିରୋଧ କରିଥିଲେ।  ପରେ  ସେମାନେ ମନ୍ଦିର  କବାଟ ଓ ମୁଖ୍ୟ ଦ୍ୱାରରେ ତାଲା ପକାଇ ଦେଇଛନ୍ତି। ଫଳରେ ଦୁର୍ଗାମନ୍ଦିର ଦୈନନ୍ଦିନ ନୀତିକାନ୍ତି ଓ ବିଭିନ୍ନ ପୂଜା ପାର୍ବଣରେ ଯେଉଁ ପୂଜା ହେବା କଥା ତାହା ହୋଇପାରୁନାହିଁ। ଠାକୁରଙ୍କ ଜମି ବିବାଦ ପରେ  ଗ୍ରାମବାସୀ  ମନ୍ଦିର  ସାମ୍ନାରେ  ଅନ୍ୟ ଏକ ଜମି କିଣି ଚାନ୍ଦା  କରି ନୂଆ ମନ୍ଦିର  ନିର୍ମାଣ କରିସାରିଛନ୍ତି ା ବିଭିନ୍ନ ପୂଜା ପାର୍ବଣରେ ଗ୍ରାମବାସୀ ସେହି ନିର୍ମାଣାଧୀନ ମନ୍ଦିର  ପରିସରରେ ପୂଜା କରୁଥିବା ବେଳେ  ପୁରୁଣା  ମନ୍ଦିର  ତଳେ କେବଳ  ମନ୍ଦିରର କିଛି ମାର୍ଫତଦାର ପରିବାରମାନେ ପୂଜା କରୁଛନ୍ତି। ମନ୍ଦିର ତାଲା ଖୋଲିବା  ଓ ସମ୍ପତ୍ତି ବାବଦରେ ଥାନା କିମ୍ବା  ଜିଲାପାଳ କିଛି ନ୍ୟାୟ ଦେଇ ନ ପାରିବା ପରେ  ଗ୍ରାମବାସୀ ଉଚ୍ଚନ୍ୟାୟଳୟରେ ଆଶ୍ରୟ ନେଇଥିଲେ ା ନ୍ୟାୟାଳୟ ଏ ବାବଦରେ  ଦେବୋତ୍ତର ବିଭାଗକୁ  ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ମାର୍ଫତଦାର  ପରିବାରରୁ ଅଜିତ୍‌ ଦାସ ନାମକ ବ୍ୟକ୍ତି ଏ ବାବଦରେ ନ୍ୟାୟ ପାଇଁ ଦେବୋତ୍ତର ବିଭାଗରେ ଆଶ୍ରୟ ନେଇଥିଲେ। ରାଜ୍ୟ ଦେବୋତ୍ତର ବିଭାଗର ନିର୍ଦ୍ଦେଶ ପରେ  ଜିଲା ଦେବୋତ୍ତର  ବିଭାଗ ତଦନ୍ତ କରି ତଥ୍ୟ ପ୍ରଦାନ କରିଥିଲା। ତଥ୍ୟ ଆଧାରରେ ଓଡ଼ିଶା ହିନ୍ଦୁ ଦେବୋତ୍ତର ବିଭାଗ ନିୟମ-୧୯୫୧ ଅନୁସାରେ ହିନ୍ଦୁଧର୍ମର ଆରାଧ୍ୟ ଦେବୀ ମା’ ଦୁର୍ଗାଦେବୀ ଠାକୁରାଣୀଙ୍କ  ମନ୍ଦିରରେ ବର୍ଷେ ଧରି ପଡିଥିବା ତାଲାକୁ  ଖୋଲି ବନ୍ଦ ଥିବା ମା’ଙ୍କ ନୀତିକାନ୍ତି ଓ ପୂଜାର୍ଚ୍ଚନା ଚାଲୁ କରି ଶୀଘ୍ର ତାର ତଥ୍ୟ ପ୍ରଦାନ କରିବା ପାଇଁ ଗୋପାଳପୁର ଥାନା ଓ ବାହାନଗା  ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ ଦେବାର ୮ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ  ମାର୍ଫତଦାରଙ୍କ ପରିବାର  ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପୁରୁଣା ମନ୍ଦିରର ତାଲା ନ ଖୋଲାଯିବା  ଫଳରେ ଶ୍ରଦ୍ଧାଳୁମାନେ ମନ୍ଦିର ବାହାରେ ସୋମନାଥ ବ୍ରତ କିମ୍ବା ଶୁକ୍ରବାର  ଅନୁଷ୍ଠିତ ରାଧାଷ୍ଟମୀରେ ମଧ୍ୟ ମହିଳାମାନେ ୨ଶହ ବର୍ଷର ପୁରୁଣା ମା’ ଦୁର୍ଗା ମନ୍ଦିର ବାହାରେ ବର୍ଷାରେ ଭିଜି ପୂଜା କରିବା ପରିତାପର  ବିଷୟ। ବିରୋଧୀ ଗୋଷ୍ଠୀ ନିର୍ମାଣ କରିଥିବା ନୂଆ ମନ୍ଦିର ପରିସରରେ  ସେମାନଙ୍କ ପରିବାର  ପୂଜାର୍ଚ୍ଚନା କରିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri