୨୦୦ ବର୍ଷର ମନ୍ଦିରରେ ତାଲା

ବାହାନଗା,୨୫ା୯(ଅରୂପ୍‌ କୁମାର ଦାସ):ବାଲେଶ୍ୱର ଜିଲା ବାହାନଗା ବ୍ଲକ କଲ୍ୟାଣି ଗ୍ରାମରେ ଥିବା ୨ଶହ ବର୍ଷର ମା’ ଦୁର୍ଗା ମନ୍ଦିରରେ ବର୍ଷେ ହେଲା ବିବାଦ ଲାଗିରହି ତାଲା ପଡ଼ିଛି। ଦେବୋତ୍ତର କମିଶନରଙ୍କ ନିର୍ଦ୍ଦେଶ ପରେ ମଧ୍ୟ ମନ୍ଦିରରେ ତାଲା ଖୋଲୁନାହିଁ। ମନ୍ଦିର ମାର୍ଫତଦାର ପରିବାର ଲୋକେ ମନ୍ଦିର ବାହାରେ ପୂଜା କରୁଛନ୍ତି। ଗତବର୍ଷ ଦୁର୍ଗାପୂଜା ପରେ ଗ୍ରାମର ଲୋକମାନେ ଓ ପୂଜା କମିଟି ସଦସ୍ୟମାନଙ୍କ ମଧ୍ୟରେ ଠାକୁର ସମ୍ପତ୍ତି ତଥା ମନ୍ଦିର  କାର୍ଯ୍ୟକୁ ନେଇ  ବିବାଦ ଦେଖାଦେଇଥିଲା। ପରେ ରାଜ୍ୟ ସରକାରଙ୍କ ମୋ ଗାଁ ମୋ ବିକାଶ ଯୋଜନାରେ ମନ୍ଦିର ନିମନ୍ତେ ୨ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ସେହି ଟଙ୍କାରେ କାମ ହେଲା ପରେ ମନ୍ଦିର ମାର୍ଫତଦାରମାନଙ୍କ ମଧ୍ୟରୁ କେହି ଜଣେ କେତେ ଟଙ୍କା ଆସିଥିବା ପଚାରି କୌଣସି ଉତ୍ତର ନ ପାଇବାରୁ ବ୍ଲକରେ  ଅଭିଯୋଗ କରିଥିଲେ। ଯେଉଁ ମନ୍ଦିର ସରକାରୀ ଟଙ୍କାରେ କାମ ହେଉଛି ତାହା ବ୍ୟକ୍ତିଗତ ମନ୍ଦିର ହୋଇଥିବାରୁ କିପରି କାମ ହେଉଛି କହି ଅଭିଯୋଗ କରିବା  ପରେ  ବିବାଦ ଉଗ୍ରରୂପ ନେଇଥିଲା। ଏହି ଘଟଣା ପରେ ବ୍ଲକ ପ୍ରଶାସନ କାମ କରୁଥିବା ଠିକାଦାରଙ୍କ ବିଲ୍‌ ବନ୍ଦ କରିଦେଇଛନ୍ତି।
ଏହି ଘଟଣାକୁ ନେଇ ଗ୍ରାମର ଦୁଇଗୋଷ୍ଠୀ ହୋଇଯାଇଥିଲେ। ଉଭୟଙ୍କ ମଧ୍ୟରେ ସମାଧାନ କରିବାର ପ୍ରଚେଷ୍ଟା କରାଯାଇଥିଲେ ମଧ୍ୟ ନ ହୋଇପାରିବାରୁ ଗ୍ରାମବାସୀ ପ୍ରଥମେ ମନ୍ଦିରରେ ତାଲା ପକାଇ ଦେଇଥିଲେ। ଥାନାରେ ଅଭିଯୋଗ ହେବା ପରେ ଗ୍ରାମବାସୀ ତାଲା ଫିଟାଇ ଦେଇଥିଲେ ମଧ୍ୟ ଅଂଶୀଦାରଙ୍କ ମଧ୍ୟରୁ କିଛି ଅଂଶୀଦାର ଠାକୁରଙ୍କ ଜମି ଆମର ବ୍ୟକ୍ତିଗତ ହେବାକୁ ବିରୋଧ କରିଥିଲେ।  ପରେ  ସେମାନେ ମନ୍ଦିର  କବାଟ ଓ ମୁଖ୍ୟ ଦ୍ୱାରରେ ତାଲା ପକାଇ ଦେଇଛନ୍ତି। ଫଳରେ ଦୁର୍ଗାମନ୍ଦିର ଦୈନନ୍ଦିନ ନୀତିକାନ୍ତି ଓ ବିଭିନ୍ନ ପୂଜା ପାର୍ବଣରେ ଯେଉଁ ପୂଜା ହେବା କଥା ତାହା ହୋଇପାରୁନାହିଁ। ଠାକୁରଙ୍କ ଜମି ବିବାଦ ପରେ  ଗ୍ରାମବାସୀ  ମନ୍ଦିର  ସାମ୍ନାରେ  ଅନ୍ୟ ଏକ ଜମି କିଣି ଚାନ୍ଦା  କରି ନୂଆ ମନ୍ଦିର  ନିର୍ମାଣ କରିସାରିଛନ୍ତି ା ବିଭିନ୍ନ ପୂଜା ପାର୍ବଣରେ ଗ୍ରାମବାସୀ ସେହି ନିର୍ମାଣାଧୀନ ମନ୍ଦିର  ପରିସରରେ ପୂଜା କରୁଥିବା ବେଳେ  ପୁରୁଣା  ମନ୍ଦିର  ତଳେ କେବଳ  ମନ୍ଦିରର କିଛି ମାର୍ଫତଦାର ପରିବାରମାନେ ପୂଜା କରୁଛନ୍ତି। ମନ୍ଦିର ତାଲା ଖୋଲିବା  ଓ ସମ୍ପତ୍ତି ବାବଦରେ ଥାନା କିମ୍ବା  ଜିଲାପାଳ କିଛି ନ୍ୟାୟ ଦେଇ ନ ପାରିବା ପରେ  ଗ୍ରାମବାସୀ ଉଚ୍ଚନ୍ୟାୟଳୟରେ ଆଶ୍ରୟ ନେଇଥିଲେ ା ନ୍ୟାୟାଳୟ ଏ ବାବଦରେ  ଦେବୋତ୍ତର ବିଭାଗକୁ  ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ମାର୍ଫତଦାର  ପରିବାରରୁ ଅଜିତ୍‌ ଦାସ ନାମକ ବ୍ୟକ୍ତି ଏ ବାବଦରେ ନ୍ୟାୟ ପାଇଁ ଦେବୋତ୍ତର ବିଭାଗରେ ଆଶ୍ରୟ ନେଇଥିଲେ। ରାଜ୍ୟ ଦେବୋତ୍ତର ବିଭାଗର ନିର୍ଦ୍ଦେଶ ପରେ  ଜିଲା ଦେବୋତ୍ତର  ବିଭାଗ ତଦନ୍ତ କରି ତଥ୍ୟ ପ୍ରଦାନ କରିଥିଲା। ତଥ୍ୟ ଆଧାରରେ ଓଡ଼ିଶା ହିନ୍ଦୁ ଦେବୋତ୍ତର ବିଭାଗ ନିୟମ-୧୯୫୧ ଅନୁସାରେ ହିନ୍ଦୁଧର୍ମର ଆରାଧ୍ୟ ଦେବୀ ମା’ ଦୁର୍ଗାଦେବୀ ଠାକୁରାଣୀଙ୍କ  ମନ୍ଦିରରେ ବର୍ଷେ ଧରି ପଡିଥିବା ତାଲାକୁ  ଖୋଲି ବନ୍ଦ ଥିବା ମା’ଙ୍କ ନୀତିକାନ୍ତି ଓ ପୂଜାର୍ଚ୍ଚନା ଚାଲୁ କରି ଶୀଘ୍ର ତାର ତଥ୍ୟ ପ୍ରଦାନ କରିବା ପାଇଁ ଗୋପାଳପୁର ଥାନା ଓ ବାହାନଗା  ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ ଦେବାର ୮ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ  ମାର୍ଫତଦାରଙ୍କ ପରିବାର  ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପୁରୁଣା ମନ୍ଦିରର ତାଲା ନ ଖୋଲାଯିବା  ଫଳରେ ଶ୍ରଦ୍ଧାଳୁମାନେ ମନ୍ଦିର ବାହାରେ ସୋମନାଥ ବ୍ରତ କିମ୍ବା ଶୁକ୍ରବାର  ଅନୁଷ୍ଠିତ ରାଧାଷ୍ଟମୀରେ ମଧ୍ୟ ମହିଳାମାନେ ୨ଶହ ବର୍ଷର ପୁରୁଣା ମା’ ଦୁର୍ଗା ମନ୍ଦିର ବାହାରେ ବର୍ଷାରେ ଭିଜି ପୂଜା କରିବା ପରିତାପର  ବିଷୟ। ବିରୋଧୀ ଗୋଷ୍ଠୀ ନିର୍ମାଣ କରିଥିବା ନୂଆ ମନ୍ଦିର ପରିସରରେ  ସେମାନଙ୍କ ପରିବାର  ପୂଜାର୍ଚ୍ଚନା କରିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri