ଅଜଣା ରୋଗରେ ୨ ଶହ ପରିବାର ଆକ୍ରାନ୍ତ

ପଡ଼ିଆ, ୧୯ା୫(ଭାସ୍କର ରାଓ): ମାଲକାନଗିରି ଜିଲା ପଡ଼ିଆ ବ୍ଲକ ଖ୍ରୀଷ୍ଟିଆନ ସାହିରେ ଅଜଣା ରୋଗରେ ୨ଶହ ପରିବାର ଆକ୍ରାନ୍ତ ହୋଇଛନ୍ତି। ଏହି ରୋଗରେ ପ୍ରଥମେ ଗୋଡ଼ହାତ ଫୁଲିଯାଇ ଜ୍ୱର ଓ ପରେ ହାତ ଆଙ୍ଗୁଠି ଏବଂ ଗୋଡ଼ ହାତ ଗଣ୍ଠିଗୁଡିକ ଯନ୍ତ୍ରଣା ହେଉଛି। ଏଥିରେ ବୟସ୍କ ବ୍ୟକ୍ତିମାନେ ଚାଲିପାରୁ ନ ଥିବା ଦେଖିବାକୁ ମିଳିଛି। ଏହି ରୋଗରେ ପ୍ରାୟ ୫ ଶହ ଲୋକ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ବୟସ୍କ ମହିଳା ପୁରୁଷ, ଯୁବତୀ ଯୁବକ ଏମିତିକି ପିଲାଛୁଆମାନେ ଆକ୍ରାନ୍ତ ହୋଇ ଆଜକୁ ପ୍ରାୟ ୧ ମାସରୁ ଊର୍ଦ୍ଧ୍ୱ ସମୟ ଯନ୍ତ୍ରଣା ଭୋଗୁଥିବା ଆକ୍ରାନ୍ତମାନେ କହିଛନ୍ତି। ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରକ୍ତ ନମୁନା ଦେଇ ସମସ୍ତ ପ୍ରକାର ପରୀକ୍ଷା କରାଇଥିଲେ ସୁଦ୍ଧା କୌଣସି ରୋଗ ନ ଥିବା ଜଣାଯାଇଛି। ଡାକ୍ତର ଯାହା ଔଷଧ ଦେଉଛନ୍ତି ତାହା ଖାଇଲେ କିଛି ସମୟ ପାଇଁ ଉପଶମ ହେଉଛି। ପରେ ଯେମିତିକି ସେମିତି ଅବସ୍ଥା ହେଉଥିବା ରୋଗୀ କହିଛନ୍ତି। କେତେଜଣ ରୋଗୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଔଷଧ ଆଣି ଖାଇଲେ ମଧ୍ୟ ସମାନ ଅବସ୍ଥା। କିଛି ଘଣ୍ଟା ଯନ୍ତ୍ରଣାରୁ ଉପଶମ ମିଳୁଛି, ପରେ ଯେମିତିକି ସେମିତି ଯନ୍ତ୍ରଣା ହେଉଛି। କେତେକ ରୋଗୀ ଔଷଧ ଖାଇଲେ ମଧ୍ୟ ଶରୀରରେ ପ୍ରତିକ୍ରିୟା ହୋଇ ଦେହ ହାତ ଫଳିଯାଇ କୁଣ୍ଡେଇ ହେଉଛି, ମୁହଁ କଳା ପଡିଯାଉଥିବା ରୋଗୀମାନେ କହିଛନ୍ତି। ଏମାନଙ୍କ ମଧ୍ୟରେ ମେଷାକ ରବି ମାଦ୍ରୀ, ନାଗଲୁ ସେନ୍ତାଆମ୍ମା, ନାଗଲୁ ମଞ୍ଜୁ, ସୁଧାଲ ଜୟ ରାଜୁ, ବତୀନ ଜୟରାଜୁ, ବତୀନ ଦୈବ କୁମାରୀ, ବେଦି ଧନଲକ୍ଷ୍ମୀ, ଚିନାମ ମିନତି, ମାଦ୍ରୀ ସାଲବମ, ମାଦ୍ରୀ କୃପାବତୀ, ମାଦ୍ରୀ ପଦ୍ମା ମଣି, ବାତିମ ସୀମା, ତୋକଲ ରାଜୁ, ବନ୍ତାଲ ୱାରା ଲକ୍ଷ୍ମୀ, କୋଡ଼ି ଶକୁନ୍ତଳା, ନାଗଲୁ ସୁନୀଲ, ସୁଧାଲ ଜୟ ଆମ୍ମା, ଚିନାମ ରୁପା ରାଣୀ ଏମିତି ଦୁଇଶହ ପରିବାରର ୫୦୦ ଲୋକ ଯନ୍ତ୍ରଣା ଭୋଗୁଥିବା ସାହିବାସୀ କହିଛନ୍ତି। କେତେଜଣ ରୋଗୀ ଏଠାରେ ଭଲ ନ ହୋଇ ପଡୋଶୀ ଘରୋଇ ଡାକ୍ତରଖାନାକୁ ଯାଉଥିବା ଜଣାଯାଇଛି।
ଏ ସମ୍ପର୍କରେ ପଡ଼ିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ସୌମ୍ୟକାନ୍ତ ବେହେରାଙ୍କୁ ପଚାରିବାରୁ ସେ ଟ୍ରେନିଂରେ ବାହାରେ ଥିବା କହିଥିଲେ। ତଥାପି ସେ କହିଛନ୍ତି, ଏମିତି ଘଟଣା ୩ ମାସ ତଳେ କେତେକ ସାହିରେ ଦେଖାଯାଇଥିଲା। ସେମାନଙ୍କ ଚିକିିତ୍ସା କରାଯାଇ ସ୍ବାସ୍ଥ୍ୟ ଠିକ୍‌ ହୋଇଥିଲା। ଏବେ ଏହା ଅଲଗା ପ୍ରକାର ରୋଗ ବୋଲି ଅନୁମାନ କରାଯାଉଛି। ସମସ୍ତ ପରୀକ୍ଷା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ ନ ଥିବାରୁ ଏ ସମ୍ପର୍କରେ ଜିଲା ଚିକିତ୍ସା ଅଧିକାରୀଙ୍କୁ ଅବଗତ କରାଯାଇଛି। ଅଧିକାରୀଙ୍କ ନେତୃତ୍ୱରେ ସ୍ବତନ୍ତ୍ର ଟିମ୍‌ ଗଠନ କରି ସମସ୍ତଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପରେ ପ୍ରକୃତରେ ଏହା କ’ଣ ତାହା ଜଣାପଡ଼ିବ ବୋଲି ସେ କହିଛନ୍ତି। ଦାୟିତ୍ୱରେ ଥିବା ଡାକ୍ତର ରାଜ ନାରାୟଣ ସିଂଙ୍କୁ ପଚାରିବାରୁ ରକ୍ତ ନମୁନା ସଂଗ୍ରହ ପାଇଁ ଲାବରେଟୋରିରୁ ସ୍ବତନ୍ତ୍ର ଟିମ୍‌ ଆସିସାରିଲେଣି। ଟିମ୍‌ ପହଞ୍ଚି ପରୀକ୍ଷା ସହ ଚିକିିତ୍ସା କଲେ କେତେ ଲୋକ ଆକ୍ରାନ୍ତ ହୋଇଛନ୍ତି ଜଣାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri