Posted inଫୁରସତ

ବିନା କାମରେ ୨୦ ବର୍ଷ ଦରମା

ପ୍ୟାରିସ: କାର୍ଯ୍ୟ ସମ୍ପାଦନ କରି ଅଫିସ ବା ସଂସ୍ଥାରୁ ଦରମା ନ ମିଳିଲେ କ୍ଷୁବ୍ଧ କର୍ମଚାରୀ ଆଇନର ଆଶ୍ରୟ ନେଇଥାନ୍ତି। କିନ୍ତୁ ଫ୍ରାନ୍ସରେ ଏହାର ଓଲଟା ଦେଖିବାକୁ ମିଳିଛି। ଜଣେ ମହିଳା କର୍ମଚାରୀଙ୍କୁ ଟେଲିକମ୍‌ କମ୍ପାନୀ ଅରେଞ୍ଜ କିଛି କାମ ନ ଦେଇ ଦୀର୍ଘ ୨୦ ବର୍ଷ ଧରି ମାସିକ ଦରମା ଦେଇଆସୁଥିଲା। ଲରେନ୍ସ ଭାନ୍‌ ଓ୍ବାସେନ୍‌ହୋବ୍‌ ନାମ୍ନୀ ଏହି ମହିଳା କର୍ମଚାରୀ କମ୍ପାନୀର ଏଭଳି ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।
ଫ୍ରାନ୍ସ ଟେଲିକମ୍‌ରେ ଲରେନ୍ସ ନିଯୁକ୍ତି ପାଇଥିଲେ। ପରବର୍ତ୍ତୀ ସମୟରେ ସେ ଆଂଶିକ ପକ୍ଷାଘାତ ରୋଗଗ୍ରସ୍ତ ହୋଇଥିଲେ। ତେଣୁ ସେ କେବଳ ସଚିବ ଏବଂ ମାନବ ସମ୍ବଳ ଅଧିକାରୀ ଭାବେ କାମ କରୁଥିଲେ। ୨୦୦୨ରେ ଅସୁସ୍ଥତା ଦର୍ଶାଇ ସେ ଅନ୍ୟତ୍ର ବଦଳି ହେବାକୁ ଆବେଦନ କରିଥିଲେ। ତାଙ୍କ ବଦଳି ଅନୁରୋଧକୁ କମ୍ପାନୀ ଗ୍ରହଣ କରିଥିବା କହିଥିଲା କିନ୍ତୁ ନୂତନ କର୍ମସ୍ଥଳରେ ସେ ଖାପ ଖୁଆଇ ଚଳିପାରି ନ ଥିଲେ। ଅରେଞ୍ଜ କମ୍ପାନୀ ତାଙ୍କୁ କୌଣସି ନୂଆ କାମ ନ ଦେଇ ଦରମା ଦେଇ ଚାଲିଥିଲା। ଦୁଇ ଦଶନ୍ଧି ଲରେନ୍ସ ବିନା କାମରେ ଦରମା ପାଇବା ସତ୍ତ୍ୱେ ଏଭଳି ସ୍ଥିତିରେ ‘ନୈତିକ ନିର୍ଯାତନା’ର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି। ଲରେନ୍ସ ଯୁକ୍ତି ବାଢ଼ିଛନ୍ତି, ବିନା କାମରେ ଦରମା ଗ୍ରହଣ କରିବା ଦ୍ୱାରା ସେ ନିଃସଙ୍ଗ ହୋଇଯିବା ସହ ବୃତ୍ତିଗତ ଦକ୍ଷତା ହରାଇଥିଲେ। ଅନ୍ୟପକ୍ଷେ ଟେଲିକମ୍‌ କମ୍ପାନୀ ଲରେନ୍ସଙ୍କ ପ୍ରତି କୌଣସି ଭେଦଭାବପୂର୍ଣ୍ଣ ଆଚରଣ କରିନାହିଁ ବୋଲି କହିଛି। ଲରେନ୍ସ ନିୟମିତ ଭାବେ ଅସୁସ୍ଥତା ଯୋଗୁ ଛୁଟି ନେଉଥିବାରୁ ତାଙ୍କୁ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟ ସମ୍ପାଦନ ପାଇଁ ଦିଆଯାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧକୁ ନେଇ ଭାରତର ବଡ଼ ନଷ୍ପତ୍ତି, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୮।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀକୁ ନେଇ ଚାଲିଥିବା ସଙ୍କଟ ମଧ୍ୟରେ, ଭାରତ ସରକାର ପାରସ୍ୟ ଉପସାଗରରେ ଫସି ରହିଥିବା ଜାହାଜଗୁଡ଼ିକୁ ସୁରକ୍ଷା…

ଆଜି ଆସିବ ସୁଭଦ୍ରା ଚତୁର୍ଥ କିସ୍ତ

ଭୁବନେଶ୍ୱର,୮।୩ ଅନ୍ତର୍ଜାତୀୟ ମହିଳା ଦିବସରେ ଆଜି ଆସିବ ସୁଭଦ୍ରା କିସ୍ତି। ହିତାଧିକାରୀଙ୍କ ଆକାଣ୍ଟକୁ ଯିବ ଯୋଜନାର ଚତୁର୍ଥ କିସ୍ତି। ଉପକୃତ ହେବେ ରାଜ୍ୟର କୋଟିଏ ୨ ଲକ୍ଷରୁ…

ଟି-୨୦ ଫାଇନାଲ ଭାରତୀୟ ଅଧିନାୟକଙ୍କ ପାଇଁ ସତର୍କ ଘଣ୍ଟି! ସୂର୍ଯ୍ୟଙ୍କ ଶେଷ ହୋଇଯିବ…

ନୂଆଦିଲ୍‌ଲୀ,୮।୩: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ, ଟିମ ଇଣ୍ଡିଆ ଇତିହାସ ରଚିବାଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛି। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ ଫାଇନାଲ…

ଧାମରା ରେଳପଥରେ ଅଘଟଣ: ଟ୍ରେନରେ କଟିଗଲେ ଯୁବକ

ତିହିଡି଼,୮।୩(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥରେ ତିହିଡି଼ ଥାନା ଦୋଳସାହି ପଞ୍ଚାୟତ ଅଧୀନ ଗାଜିପୁର ନିକଟରେ ଶନିବାର ରାତିରେ ଏକ ଅଘଟଣ ଘଟିଛି। ରେଳପଥରେ ଟ୍ରେନରେ କଟି…

IND VS NZ: ଫାଇନାଲ ମ୍ୟାଚ ଉପରେ ୪,୫୦୦ ପୋଲିସ କର୍ମଚାରୀଙ୍କ ସହ ନଜର ରଖିବ ୩୦୦ ସିସିଟିଭି କ୍ୟାମେରା

ନୂଆଦିଲ୍ଲୀ,୭।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ T20 ବିଶ୍ୱକପ ୨୦୨୬ର ଫାଇନାଲ ମ୍ୟାଚ ୮ ମାର୍ଚ୍ଚରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ନରେନ୍ଦ୍ର ମୋଦି ଷ୍ଟାଡିୟମ…

ଦାରିଙ୍ଗବାଡିରେ ଓଡ଼ିିଶା ପର୍ଯ୍ୟଟନ ବିଭାଗ ସଚିବ ବଳବନ୍ତ ସିଂ: ବଦଳିବ ଦାରିଙ୍ଗବାଡି ପର୍ଯ୍ୟଟନର ମାନଚିତ୍ର 

ଦାରିଙ୍ଗବାଡି,୮।୩(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଶନିବାର ଦିନିକିଆ ଗସ୍ତରେ ଆସିଛନ୍ତି ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ତଥା ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ…

ସଫଳ ହେଲା ଜୟଶଙ୍କରଙ୍କ କୂଟନୀତି, ଇରାନ ଦେଖାଇଲା ଉଦାରତା

ନୂଆଦିଲ୍ଲୀ,୭।୩: ରବିବାର ନବମ ଦିନ ପାଇଁ ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଜାରି ରହିଛି। ଉପସାଗରରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଦୁଇଟି ଭାରତୀୟ ମାଲବାହୀ…

ବରୁଣ ଚକ୍ରବର୍ତ୍ତୀ ନୁହେଁ, ଫାଇନାଲରେ ଖେଳିବେ ଏହି ଖେଳାଳି! ପ୍ଲେଇଂ ଇଲେଭେନର ନୂଆ ଅପଡେଟ କରୁଛି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୩: ଫାଇନାଲରେ ବରୁଣ ଚକ୍ରବର୍ତ୍ତୀ ଖେଳିବେ କି ନାହିଁ ତାହା ଏକ ପ୍ରମୁଖ ପ୍ରଶ୍ନ ହୋଇ ରହିଛି। ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ସେ ଚାରି ଓଭରରେ ୬୪ରନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri