ନାବାଳିକା ବଳାତ୍କାରୀଙ୍କୁ ୨୦ବର୍ଷ ସଶ୍ରମ ଜେଲଦଣ୍ଡ

ସୁନ୍ଦରଗଡ,୨୬।୧(ଜୟ ନାରାୟଣ ମେଣ୍ଡୁଳି):ସୁନ୍ଦରଗଡ଼ ପୋକ୍ସୋ ଅଦାଲତର ବିଚାରପତି ଜ୍ଞାନରଞ୍ଜନ ପଟ୍ଟନାୟକ ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣିକରି ଅଭିଯୁକ୍ତ ଶିବଶଙ୍କର ବରୁଆ(୩୨)ଙ୍କୁ ୨୦ ବର୍ଷ ସଶ୍ରମ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧ ଲକ୍ଷ ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅଧିକ ୧ବର୍ଷ ଜେଲଦଣ୍ଡ ପାଇଁ ତାଙ୍କ ରାୟରେ ଆଦେଶ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ, ୨୦୨୧ ମେ ୫ ତାରିଖ ଅପରାହ୍ନ ପ୍ରାୟ ୫ଟାବେଳେ କିଞ୍ଜିରିକେଲା ଥାନା ଅଞ୍ଚଳର ପୀଡିତା ୯ ବର୍ଷୀୟା ନାବାଳିକା ଜଣକ ତାଙ୍କ ସାଙ୍ଗମାନଙ୍କ ସହ ଖେଳୁଥିଲେ। ଏହି ସମୟରେ ଶିବଶଙ୍କର ତାଙ୍କୁ ଫୁସୁଲେଇ ଟେକି ନେଇ ପାଖରେ ଥିବା ବୁଦାମୂଳେ ତାଙ୍କୁ ବଳାତ୍କାର କରି ଫେରାର ହୋଇଯାଇଥିଲେ। ଏହାପରେ ପୀଡ଼ିତାଙ୍କ ଜଣେ ପିଉସୀ ତାଙ୍କୁ ଦେଖି ତାଙ୍କ ମାଆଙ୍କୁ ଖବର ଦେଇଥିଲେ। ଖବର ପାଇ ତାଙ୍କ ମାଆ ସେଠାରେ ପହଞ୍ଚିଥିଲେ। ସେତେବେଳେ ଝିଅ କାନ୍ଦୁଥିବା ଓ ତାଙ୍କ ପ୍ୟାଣ୍ଟରେ ରକ୍ତ ଦେଖି ଘରକୁ ନେଇ ଝିଅକୁ ପଚାରିବା ପରେ ତା’ସହ ହୋଇଥିବା ଅନୈତିକ ଘଟଣା ସମ୍ପର୍କରେ କହିଥିଲା।
ପରଦିନ ପୀଡିତା ନାବାଳିକାଙ୍କ ମାଆ ଏ ସମ୍ପର୍କରେ କିଞ୍ଜିରିକେଲା ଥାନାରେ ରିପୋର୍ଟ କରିଥିଲେ। ରିପୋର୍ଟ ପରେ ପୋଲିସ କିଞ୍ଜିରିକେଲା ଥାନାରେ କେସ୍‌ ନମ୍ବର ୪୫/୨୦୨୧ରେ ଏକ ମାମଲା ରୁଜୁକରି ନାବାଳିକାର ଡାକ୍ତରୀମାଇନା ଓ ବୟାନ ରେକର୍ଡ ପରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବିଚାରପତି ୧୯ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିବା ପରେ ଶନିବାର ଏହି ମାମଲାର ଶୁଣାଣି କରିଥିଲେ। ସ୍ବତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ପୀଡିତାଙ୍କୁ ୭ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ସକାଶେ ଜିଲା ଆଇନସେବା ପ୍ରାଧିକରଣଙ୍କୁ ଆଦେଶ କରିଛନ୍ତି। ସ୍ବତନ୍ତ୍ର ପୋକ୍ସୋ କୋର୍ଟର ପବ୍ଲିକ ପ୍ରସିକ୍ୟୁଟର ଦେବାଶିଷ ମିଶ୍ର ସରକାରଙ୍କ ତରଫରୁ ମାମଲା ପରିଚାଳନା କରୁଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri