ନାବାଳିକା ବଳାତ୍କରୀଙ୍କୁ ୨୦ ବର୍ଷ କାରାଦଣ୍ଡ

କେନ୍ଦୁଝର, ୨୪ା୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ବତନ୍ତ୍ର ବିଚାରପତି ମୋନାଲିସା ମହାନ୍ତି ଆଜି ୧୨ ବର୍ଷ ବୟସ୍କା ନାବାଳିକା ବାଲାତ୍କରୀ ରା‌ଜେନ୍ଦ୍ର ବାରିକ (୩୧) ଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଫାଇନ ଆଦେଶ କରିଛନ୍ତି।

ପ୍ରକାଶ ଯେ ପୀଡ଼ିତା ତାର ବାପା, ମା’, ୨ ଭାଇଙ୍କ ସହିତ କଟକ ଶିଖରଚଣ୍ଡିରେ ରହୁଥିଲେ। ସେମାନେ କାମଧନ୍ଧା କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ। ଇତି ମଧ୍ୟରେ ତାଙ୍କ ସହିତ ସାଲେପୁର ଥାନା ତରାଟ ଅଞ୍ଚଳର ରା‌ଜେନ୍ଦ୍ର ବାରିକ (୩୧)ର ପରିଚିତ ହେଲା। ସେ ନିୟମିତ ତାଙ୍କ ଘରକୁ ଯିବାଆସିବା କରୁଥିଲା । ଝିଆର ବାପା କାମକୁ ପଳେଇବା ପରେ ରାଜେନ୍ଦ୍ର ରେଖାର ମା’ ସହିତ ଶାରୀରିକ ସଂପର୍କ ରଖୁଥିଲା। ଧିରେଧିରେ ରେଖାର ବାପା ଏହି ସଂପର୍କ ବିଷୟରେ ଜାଣିବା ପରେ ଘର ଛାଡି ପଳେଇଥିଲେ । ତେଣୁ ସେମାନେ ସେଠାରେ ଆଉ ରହିନଥିଲେ । ରେଖାର ମାମୁଁ ଘର କେନ୍ଦୁଝର ଟାଉନ ଥାନା ଡିମ୍ବୋ ଅଞ୍ଚଳକୁ ସମସ୍ତେ ଚାଲିଆସିଥିଲେ । ତାଙ୍କ ସହିତ ରାଜେନ୍ଦ୍ର ମଧ୍ୟ ଆସିଥିଲା। ଡିମ୍ବୋରେ କିଛିଦିନ ରହିବା ପରେ କାମ ଧନ୍ଦା ପାଇଁ କେନ୍ଦୁଝର ସହରକୁ ଚାଲିଆସି ଡିଆରଡିଏ କାର୍ଯ୍ୟାଳୟ ନିକଟରେ ଏକ ପାଲ ଟାଣି ସେଠାରେ ସମସ୍ତେ ରହୁଥିଲେ । ଦିନ ବେଳେ ତାଙ୍କର ଦୁଇ ଛୋଟ ଭାଇ ଜରି, ଟିଣ ଗୋଟାଉ ଥିଲେ ।

ଏହିପରି ରାସ୍ତାକଡରୁ ଜରି ଗୋଟାଉଥିବା ବେଳେ ଜିଲା ମଙ୍ଗଳ ସମିତି ( ସିଡବ୍ଲୁସି) ସେମାନଙ୍କୁ ଉଦ୍ଧାର କରି ଓପନ ସେଲଟର ହାଉସରେ ରଖିଥିଲା । ଏପଟେ ପୀଡ଼ିତା, ତାଙ୍କ ମା ଏବଂ ରାଜେନ୍ଦ୍ର ସହିତ ପଲା ରେ ରହୁଥିଲେ । ରାତିରେ ପୀଡ଼ିତାଙ୍କ ମା’ ‌ଶୋଇଯିବା ପରେ ରାଜେନ୍ଦ୍ର ପୀଡ଼ିତା ଙ୍କୁ ବଳାତ୍କାର କରୁଥିଲା । ମାକୁ ଘଟଣା ସଂପର୍କରେ ନକହିବାକୁ ଧମକ ଦେଇଥିଲା । ତେଣୁ ସେ ଭୟଭିତ ହୋଇ କିଛି କହୁନଥିଲେ । କିଛିଦିନ ପରେ ପୀଡ଼ିତା ଙ୍କ ଡ୍ରେସ ସଫା କରିବା ବେଳେ ତାଙ୍କ ମା ଆପତି ଜନକ ଜିନିଷ ଲାଗିଥିବାର ଦେଖି ପଚାରିଥିଲେ । ଫଳରେ ପୀଡ଼ିତା ଘଟଣା ସଂପର୍କରେ ସବୁ କହିଥିଲେ । ତେଣୁ ରାଜେନ୍ଦ୍ର ଏବଂ ରେଖାଙ୍କ ମା ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଅତିଷ୍ଟ ହୋଇ ପୀଡ଼ିତା ସେଠାରୁ ଚାଲିଯାଇ କେନ୍ଦୁଝର ସହର କରଞ୍ଜିଆ ବସଷ୍ଟାଣ୍ଟ ନିକଟରେ ବୁଲୁଥିଲେ । ୨୦୧୭ ଅଗଷ୍ଟ ୨୨ ତାରିଖ ଦିନ ତାଙ୍କୁ ମଧ୍ୟ ସିଡବ୍ଲୁସି ଉଦ୍ଧାର କରି ଓପନ ସେଲଟର ହାଉସରେ ରଖିଥିଲେ । ସେଠାରେ କାଉନସେଲିଂ ସମୟରେ ପୀଡ଼ିତା ଘଟଣା ସଂପର୍କରେ କହିଥିଲେ । ଫଳରେ ସିଡବ୍ଲୁସି ଅଭିଯୋଗ କ୍ରମେ ଟାଉନ ପୁଲିସ କେସ ନଂ ୩୬୬ ଅଫ ୨୦୧୭ ରେ ଏକ ମାମଲା ରୁଜୁ କରି ରାଜେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।

ଏହି କେସରେ କୋର୍ଟ ୨୦ ଜଣଙ୍କ ବୟାନ ଓ ପୋଲିସ ତଦନ୍ତ ରିପୋର୍ଟ କୁ ଆଧାର କରି ଦୋଷୀ ଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୧ ବର୍ଷ କାରାଦଣ୍ଡ ଆଦେଶ କରିଛନ୍ତି। ପିଡିତା ଙ୍କୁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ପ୍ରଦାନ ପାଇଁ କୋର୍ଟ ପରାମର୍ଶ ଦେଇଥିବା ସରକାରଙ୍କ ପକ୍ଷରୁ ‌ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଗଣେଶ ପ୍ରସାଦ ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri