ନାବାଳିକା ବଳାତ୍କରୀଙ୍କୁ ୨୦ ବର୍ଷ କାରାଦଣ୍ଡ

କେନ୍ଦୁଝର, ୨୪ା୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ବତନ୍ତ୍ର ବିଚାରପତି ମୋନାଲିସା ମହାନ୍ତି ଆଜି ୧୨ ବର୍ଷ ବୟସ୍କା ନାବାଳିକା ବାଲାତ୍କରୀ ରା‌ଜେନ୍ଦ୍ର ବାରିକ (୩୧) ଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଫାଇନ ଆଦେଶ କରିଛନ୍ତି।

ପ୍ରକାଶ ଯେ ପୀଡ଼ିତା ତାର ବାପା, ମା’, ୨ ଭାଇଙ୍କ ସହିତ କଟକ ଶିଖରଚଣ୍ଡିରେ ରହୁଥିଲେ। ସେମାନେ କାମଧନ୍ଧା କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ। ଇତି ମଧ୍ୟରେ ତାଙ୍କ ସହିତ ସାଲେପୁର ଥାନା ତରାଟ ଅଞ୍ଚଳର ରା‌ଜେନ୍ଦ୍ର ବାରିକ (୩୧)ର ପରିଚିତ ହେଲା। ସେ ନିୟମିତ ତାଙ୍କ ଘରକୁ ଯିବାଆସିବା କରୁଥିଲା । ଝିଆର ବାପା କାମକୁ ପଳେଇବା ପରେ ରାଜେନ୍ଦ୍ର ରେଖାର ମା’ ସହିତ ଶାରୀରିକ ସଂପର୍କ ରଖୁଥିଲା। ଧିରେଧିରେ ରେଖାର ବାପା ଏହି ସଂପର୍କ ବିଷୟରେ ଜାଣିବା ପରେ ଘର ଛାଡି ପଳେଇଥିଲେ । ତେଣୁ ସେମାନେ ସେଠାରେ ଆଉ ରହିନଥିଲେ । ରେଖାର ମାମୁଁ ଘର କେନ୍ଦୁଝର ଟାଉନ ଥାନା ଡିମ୍ବୋ ଅଞ୍ଚଳକୁ ସମସ୍ତେ ଚାଲିଆସିଥିଲେ । ତାଙ୍କ ସହିତ ରାଜେନ୍ଦ୍ର ମଧ୍ୟ ଆସିଥିଲା। ଡିମ୍ବୋରେ କିଛିଦିନ ରହିବା ପରେ କାମ ଧନ୍ଦା ପାଇଁ କେନ୍ଦୁଝର ସହରକୁ ଚାଲିଆସି ଡିଆରଡିଏ କାର୍ଯ୍ୟାଳୟ ନିକଟରେ ଏକ ପାଲ ଟାଣି ସେଠାରେ ସମସ୍ତେ ରହୁଥିଲେ । ଦିନ ବେଳେ ତାଙ୍କର ଦୁଇ ଛୋଟ ଭାଇ ଜରି, ଟିଣ ଗୋଟାଉ ଥିଲେ ।

ଏହିପରି ରାସ୍ତାକଡରୁ ଜରି ଗୋଟାଉଥିବା ବେଳେ ଜିଲା ମଙ୍ଗଳ ସମିତି ( ସିଡବ୍ଲୁସି) ସେମାନଙ୍କୁ ଉଦ୍ଧାର କରି ଓପନ ସେଲଟର ହାଉସରେ ରଖିଥିଲା । ଏପଟେ ପୀଡ଼ିତା, ତାଙ୍କ ମା ଏବଂ ରାଜେନ୍ଦ୍ର ସହିତ ପଲା ରେ ରହୁଥିଲେ । ରାତିରେ ପୀଡ଼ିତାଙ୍କ ମା’ ‌ଶୋଇଯିବା ପରେ ରାଜେନ୍ଦ୍ର ପୀଡ଼ିତା ଙ୍କୁ ବଳାତ୍କାର କରୁଥିଲା । ମାକୁ ଘଟଣା ସଂପର୍କରେ ନକହିବାକୁ ଧମକ ଦେଇଥିଲା । ତେଣୁ ସେ ଭୟଭିତ ହୋଇ କିଛି କହୁନଥିଲେ । କିଛିଦିନ ପରେ ପୀଡ଼ିତା ଙ୍କ ଡ୍ରେସ ସଫା କରିବା ବେଳେ ତାଙ୍କ ମା ଆପତି ଜନକ ଜିନିଷ ଲାଗିଥିବାର ଦେଖି ପଚାରିଥିଲେ । ଫଳରେ ପୀଡ଼ିତା ଘଟଣା ସଂପର୍କରେ ସବୁ କହିଥିଲେ । ତେଣୁ ରାଜେନ୍ଦ୍ର ଏବଂ ରେଖାଙ୍କ ମା ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଅତିଷ୍ଟ ହୋଇ ପୀଡ଼ିତା ସେଠାରୁ ଚାଲିଯାଇ କେନ୍ଦୁଝର ସହର କରଞ୍ଜିଆ ବସଷ୍ଟାଣ୍ଟ ନିକଟରେ ବୁଲୁଥିଲେ । ୨୦୧୭ ଅଗଷ୍ଟ ୨୨ ତାରିଖ ଦିନ ତାଙ୍କୁ ମଧ୍ୟ ସିଡବ୍ଲୁସି ଉଦ୍ଧାର କରି ଓପନ ସେଲଟର ହାଉସରେ ରଖିଥିଲେ । ସେଠାରେ କାଉନସେଲିଂ ସମୟରେ ପୀଡ଼ିତା ଘଟଣା ସଂପର୍କରେ କହିଥିଲେ । ଫଳରେ ସିଡବ୍ଲୁସି ଅଭିଯୋଗ କ୍ରମେ ଟାଉନ ପୁଲିସ କେସ ନଂ ୩୬୬ ଅଫ ୨୦୧୭ ରେ ଏକ ମାମଲା ରୁଜୁ କରି ରାଜେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।

ଏହି କେସରେ କୋର୍ଟ ୨୦ ଜଣଙ୍କ ବୟାନ ଓ ପୋଲିସ ତଦନ୍ତ ରିପୋର୍ଟ କୁ ଆଧାର କରି ଦୋଷୀ ଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୧ ବର୍ଷ କାରାଦଣ୍ଡ ଆଦେଶ କରିଛନ୍ତି। ପିଡିତା ଙ୍କୁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ପ୍ରଦାନ ପାଇଁ କୋର୍ଟ ପରାମର୍ଶ ଦେଇଥିବା ସରକାରଙ୍କ ପକ୍ଷରୁ ‌ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଗଣେଶ ପ୍ରସାଦ ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୫% ବଢିବ DA!

ନୂଆଦିଲ୍ଲୀ,୨୧।୧: କେନ୍ଦ୍ର ସରକାରୀ କର୍ମଚାରୀମାନେ ଦୀର୍ଘ ଦିନ ଧରି ଅଷ୍ଟମ ବେତନ କମିଶନ ଅଧୀନରେ ଦରମା ବୃଦ୍ଧି ପାଇଁ ଅପେକ୍ଷା କରିଆସୁଛନ୍ତି। ଜାନୁଆରୀ 2026 ପରେ...

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜୋରଦାର: ଦାରିଙ୍ଗବାଡିରେ ପୋଲିସ ଛାଉଣି

ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ସହରକୁ ଟ୍ରାଫିକ ମୁକ୍ତ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ...

ବାଂଲାଦେଶକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୧: ବାଂଲାଦେଶର ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ମଙ୍ଗଳବାର (ଜାନୁଆରୀ ୨୦, ୨୦୨୬) ସେଠାରେ ନିଯୁକ୍ତ ଭାରତୀୟ ଅଧିକାରୀଙ୍କ ପରିବାରକୁ ଫେରାଇ ନେବାକୁ...

ମୋଦି କ୍ୟାବିନେଟର ଦୁଇଟି ବଡ଼ ନିଷ୍ପତ୍ତି, ଅଟଳ ପେନସନ ପାଣ୍ଠିକୁ ମଞ୍ଜୁରୀ, ଦ୍ୱିତୀୟ ପ୍ରମୁଖ ନିଷ୍ପତ୍ତି ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ,୨୧।୧: ମୋଦି କ୍ୟାବିନେଟ ବୁଧବାର (୨୧ ଜାନୁଆରୀ) ଦିନ ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କକୁ ଇକ୍ୱିଟି ସହାୟତା ମଞ୍ଜୁର କରିଛନ୍ତି। ଏହା ଅଟଳ ପେନସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri