ଭୁବନେଶ୍ୱର,୧୪ା୧(ଅନିଲ ଦାସ): ଦେଶର ଜରୁରିକାଳୀନ ପରିସ୍ଥିତିରେ ମେଣ୍ଟେନାନ୍ସ ଅଫ ଇଣ୍ଟରନାଲ ସିକ୍ୟୁରିଟି ଆକ୍ଟ (ମିସା), ଡିଫେନ୍ସ ଅଫ ଇଣ୍ଡିଆନ (ଡିଆଇଆର) ଏବଂ ଡିଆଇଏସଆଇଆର ଆଇନରେ ବିଭିନ୍ନ ଜେଲରେ ବନ୍ଦୀଥିବା ସଂଗ୍ରାମୀମାନଙ୍କୁ ରାଜ୍ୟ ସରକାର ମାସକୁ ୨୦ ହଜାର ଟଙ୍କାର ପେନ୍ସନ ପ୍ରଦାନ କରିବେ।
ଏ ନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ପେନ୍ସନ ସହିତ ସମସ୍ତ ସଂଗ୍ରାମୀମାନଙ୍କ ମେଡିକାଲ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ। ୧ ଜାନୁଆରୀ ୨୦୨୫ ସୁଦ୍ଧା ଜୀବିତ ଥିବା ସମସ୍ତ ସଂଗ୍ରାମୀ ଏହି ପେନ୍ସନ ଓ ଚିକିତ୍ସା ସୁବିଧା ପାଇବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ଏ ବିଷୟରେ ଘୋଷଣା କରିଥିଲେ। ସୂଚନାଯୋଗ୍ୟ, ୨୫ ଜୁନ୍ ୧୯୭୫ରୁ ୨୧ ମାର୍ଚ୍ଚ ୧୯୭୭ ପର୍ଯ୍ୟନ୍ତ ଦେଶର ଜରୁରିକାଳୀନ ପରିସ୍ଥିତି ଜାରି ହୋଇଥିଲା। ଏହାକୁ ବିରୋଧ କରି ଅନେକ ସଂଗ୍ରାମୀ ଦେଶର ବିଭିନ୍ନ ଜେଲରେ ବନ୍ଦୀ ହୋଇଥିଲେ।