ପାଣି ପାଇଁ ହଇରାଣ ୨୦ ପରିବାର

ଭଦ୍ରକ ଅଫିସ,୧୨।୮: ଗ୍ରାମ୍ୟ ଜଳ ଯୋଗାଣ ବ୍ୟବସ୍ଥା ଥିଲେ ମଧ୍ୟ ଠିକ୍‌ ଭାବେ ଯୋଗାଣ ହୋଇପାରୁ ନ ଥିବାରୁ ଲୋକେ ସ୍ବଚ୍ଛ ପାନୀୟ ଜଳ ପାଇପାରୁ ନାହାନ୍ତି। ପାଇପ୍‌ରେ ଆସୁଥିବା ଟୋପେ ଟୋପେ ପାଣିକୁ ଘଣ୍ଟା ଘଣ୍ଟା ଧରି ଗ୍ଲାସରେ ଭରି ସଂଗ୍ରହ କରିବାକୁ ପଡୁଛି। ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଛିି ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ପାଳସାହି ପଞ୍ଚାୟତର ୪ ନଂ. ୱାର୍ଡ ବଳସାହିରେ। ପାନୀୟଜଳ ପାଇଁ ଉକ୍ତ ସାହିର ୨୦ରୁ ଊର୍ଦ୍ଧ୍ୱ ପରିବାର ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସାହିରେ ଗୋଟିଏ ବି ନଳକୂପ ନାହିଁ। ଗ୍ରାମ୍ୟ ଜଳ ଯୋଗାଣ ବ୍ୟବସ୍ଥା ଥିଲେ ହେଁ ଠିକ୍‌ ଭାବେ ଯୋଗାଣ ହୋଇପାରୁନି। ୫ବର୍ଷ ହେଲା ଏଠାରେ ଏଭଳି ସମସ୍ୟା ଲାଗି ରହିଛି। ସାହି ବାସିନ୍ଦା ଏନେଇ ବାରମ୍ବାର ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ ଏଯାଏ କୌଣସି ସୁଫଳ ମିଳିପାରି ନ ଥିବା କହିଛନ୍ତି। ଏପରିକି ଟ୍ୟାପ୍‌ ବ୍ୟବସ୍ଥା କରାଯାଇ ନାହିଁ। ଦିନକୁ ଦୁଇଥର ପାଣି ଯୋଗାଣ ହେଉଥିବା ବେଳେ ଅଳ୍ପ ଅଳ୍ପ ବାହାରୁଥିବାରୁ ଦୀର୍ଘ ସମୟ ଅପେକ୍ଷା କରି ସେମାନେ ପାଇପ୍‌ରୁ ପାଣି ସଂଗ୍ରହ କରୁଛନ୍ତି। ଗ୍ରାମ୍ୟ ଜଳ ଯୋଗାଣ ଯୋଜନା ପ୍ରହସନ ପାଲଟିଛି ବୋଲି ସ୍ଥାନୀୟ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି। ସାହି ବାସିନ୍ଦାଙ୍କ ଲାଗି ପାନୀୟ ଜଳର ସୁବନ୍ଦୋବସ୍ତ କରିବା ପାଇଁ ବଳସାହିର ଯୁବ ସାମାଜିକ କର୍ମୀ ସଞ୍ଜୟ କୁମାର ଦାସ, ରଜତ ଦାସ, ରାମଲାଲ ମହାନ୍ତି, ତୁଷାର ସାହୁ, ରଜତ ରାୟ ପ୍ରମୁଖ ବ୍ଲକ ଅଧ୍ୟକ୍ଷ ଏବଂ ସରପଞ୍ଚଙ୍କୁ ଅନୁରୋଧ କରିଛନ୍ତି। ଏନେଇ ସରପଞ୍ଚ ଅଜୟ ମଲିକ କହିଛନ୍ତି, ପାଇପ୍‌ ଲାଇନ ଖରାପ ଥିବାରୁ ଲୋକେ ଠିକ୍‌ ଭାବେ ଆବଶ୍ୟକ ଅନୁଯାୟୀ ପାଣି ପାଇପାରୁ ନାହାନ୍ତି। ଏହାକୁ ମରାମତି କରାଯିବା ସହ ଉକ୍ତ ସାହିରେ ନୂତନ ନଳକୂପ ବସାଯିବା ପାଇଁ ବ୍ୟବସ୍ଥା କରାଯାଉଛି। ଧାମନଗର ବିଡିଓ ଦୁର୍ଗାଚରଣ ମୁର୍ମୁ ଏନେଇ କୌଣସି ଅଭିଯୋଗ ଆସିନାହିଁ, ତେବେ ଅନୁଧ୍ୟାନ କରି ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri