A dummy acting as a motorcycle suicide bomber is blown up next to a vehicle during a course on blast scene investigation near Hua Hin, Thailand January 17, 2016. To match SOUTHEASTASIA-SECURITY/ REUTERS/Jorge Silva
ବ୍ରହ୍ମଗିରି,୨୫।୨(ଡି.ଏନ୍.ଏ.): ରାଜନୈତିକ ବିବାଦ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବ୍ରହ୍ମଗିରି ଥାନା ଅନ୍ତର୍ଗତ ଦଣ୍ଡୁଆସିପଡ଼ା ଗ୍ରାମରେ ଗୁରୁବାର ପୁଣିଥରେ ଗୋଷ୍ଠୀ ସଂଘର୍ଷ ସହ ୨୦ରୁ ଊର୍ଦ୍ଧ୍ୱ ବୋମା ମାଡ଼ ହୋଇଛି। ଏହି ବୋମାମାଡ଼ରେ ଆହତ ଓ କ୍ଷୟକ୍ଷତି ଜଣାପଡି ନ ଥିବାବେଳେ ଗାଁରେ ପୋଲିସ ପଇଁତରା ମାରୁଛି। ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମଗିରି ବ୍ଲକ ମଣପଡା ପଞ୍ଚାୟତର ଦଣ୍ଡୁଆସିପଡା ଗ୍ରାମରେ ଗତ ୯ ତାରିଖରେ ଏକ ରାଜନୈତିକ ରାଲିକୁ ନେଇ ସାମାନ୍ୟ ଯୁକ୍ତିତର୍କ ହୋଇଥିଲା। ପରଦିନ ସକାଳୁ ସେଇ କଥାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ଟେକାପଥର ସହ ଠେଙ୍ଗାମାଡ ଆରମ୍ଭ ହୋଇଥିଲା। ଏଥିରେ ଜଣେ ମହିଳା ସମେତ ୬ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ପ୍ରଥମେ ସ୍ଥାନୀୟ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ ଗୁରୁତରଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏ ନେଇ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଦୁଇଟି ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ୩ ମହିଳା ସମେତ ୬ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ପୋଲିସର ଗିରଫ ଭୟରେ ସେହି ସମୟରେ ସମସ୍ତେ ନୀରବି ଯାଇଥିଲେ ମଧ୍ୟ ଭିତରେ ପ୍ରତିହିଂସାର ନିଆଁ କୁହୁଳୁଥିଲା। ଏହି ବିବାଦକୁ କେନ୍ଦ୍ର କରି ଗୁରୁବାର ପୁନର୍ବାର ଦୁଇଗୋଷ୍ଠୀ ମୁହଁାମୁହିଁ ହୋଇଥିଲେ। ପରସ୍ପରକୁ ଟେକାପଥର ମାରିବା ସହ ୨୦ରୁ ଊର୍ଦ୍ଧ୍ୱ ବୋମାମାଡ଼ ହୋଇଥିଲା। ଖବରପାଇ ବ୍ରହ୍ମଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ବା ପରେ ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ। ପୋଲିସ ଗାଁରେ ପଇଁତରା ମାରିବାରୁ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି।