ପାଟଣା,୨୨ା୧(ବୀର କିଶୋର ଦାଶ): ରାସ୍ତା ଉପରେ ପୋଲିସ କିମ୍ବା ଆର୍ମିର ବେଆଇନ ବନ୍ଧୁକ ଧରି ଏକ ବୋଲେରୋ ଓ ଏକ କାର୍କୁ ଅଟକାଇବା ଭଳି ଫଟୋ ଉଠାଇ ହାଟ୍ସଆପ ଷ୍ଟାଟସ୍ରେ ରଖିଛନ୍ତି। ଯେଉଁ ଫଟୋ କି ସ୍ଥାନୀୟ ପାଟଣା ଅଞ୍ଚଳରେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି। ଫଟୋ ଆତଙ୍କସୃଷ୍ଟି ଉଦ୍ଦେଶ୍ୟରେ ଉଠାଇ ପୋଷ୍ଟ କରାଯାଇଛି ବୋଲି ଆଲୋଚନା ହେଉଛି। ଫଟୋ ଉଠାଇଥିବା ଆତଙ୍କ ସୃଷ୍ଟି ଉଦ୍ଦେଶ୍ୟରେ ପୋଷ୍ଟ କରିଥିବା ୨ ଯୁବକ ହେଉଛନ୍ତି ପାଟଣା ବ୍ଲକ ବଡ଼ ପାଟଣାପଞ୍ଚାୟତ ସାନ ଜାମୂପୋଷି ଗ୍ରାମର ମେଘନାଦ ମହାନ୍ତ ଓ ନିଲୁ ମହାନ୍ତ। ଏହି ୨ ଯୁବକ ହାତରେ ପୋଲିସ କିମ୍ବା ଆର୍ମିର ବନ୍ଧୁକ ଧରି ରାସ୍ତା ଉପରେ ଛିଡ଼ା ହୋଇ ଫଟୋ ଉଠାଇ ନିଜ ହାଟ୍ସଆପ ଷ୍ଟାଟସ୍ରେ ରଖିଥିବା ଦେଖିବାକୁ ମିଳିଛି। ଏଭଳି ଆପତ୍ତିଜନକ ଫଟୋକୁ ସୋସିଆଲ ମିଡିଆରେ ଦେଖି ଲୋକେ ଆତଙ୍କିତ ହୋଇଥିବା ସହ ଫଟୋଟି ଆତଙ୍କ ଖେଳାଇବା ସହ ବନ୍ଧୁ ପରିଜନଙ୍କୁ ଭୟଭୀତ କରାଇଛି। ତେବେ ଏହି ବନ୍ଧୁକ ୭.୬୨ଏମ୍ଏମ ଇନ୍ ଷ୍ଟାଟ୍ ରାଇଫଲ ହୋଇଥିବା ବେଳେ ଏହି ବନ୍ଧୁକ ପୋଲିସ , ଆର୍ମି ଓ ସି.ଆର.ପି.ଏଫ୍ ଯବାନଙ୍କ ପାଇଁ ଉଦ୍ଦିଷ୍ଟ। ଉଭୟ ଏହି ବନ୍ଧୁକ କିଭଳି କେଉଁଠୁ ପାଇଲେ ସେ ନେଇ ଚର୍ଚ୍ଚା ହେଉଥିବା ବେଳେ ପୋଲିସ ଘଟଣାର ତଦନ୍ତ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।