ଭାଲୁ ଆକ୍ରମଣରେ ୨ ଯୁବକ ଗୁରୁତର: ଆକ୍ରମଣ ଭୟରେ ଗଛକୁ ଚଢିଲେ ଲୋକେ

ନୂଆପଡ଼ା,୧୫ା୬ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ଅଧୀନ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଅବସ୍ଥିତ ସୋସେଙ୍ଗ ଗାଁରେ ଶନିବାର ଭାଲୁ ଆକ୍ରମଣରେ ୨ ଯୁବକ ଗୁରୁତର ହୋଇଛନ୍ତି। ସେମାନେ ହେଲେ ସୋସେଙ୍ଗ ଗାଁର ଦିପଚନ ମାଝି(୩୭) ଓ ଅମୂଳ ମାଝି (୨୮)। ଅନ୍ୟପକ୍ଷେ ଗୁରୁତରଙ୍କୁ ଉଦ୍ଧାର ପାଇଁ ଯାଇଥିବା ଲୋକେ ଭାଲୁ ଆକ୍ରମଣ ଭୟରେ ଗଛ ଉପରକୁ ଚଢିଯାଇଥିବା ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ ସକାଳେ ଦିପଚନ ଓ ଅମୂଳ ଡାଲାମପଲା ଜଙ୍ଗଲକୁ ଜେଲେଣି କାଠ ପାଇଁ ଯାଇଥିଲେ। ସେହି ସମୟରେ ଖାଦ୍ୟ ଅନ୍ବେଷଣରେ ନବଜାତ ଛୁଆମାନଙ୍କୁ ଧରି ବୁଲୁଥିବା ଭାଲୁ ସେମାନଙ୍କୁ ଆକ୍ରମଣ କରିଥିଲା। ପ୍ରଥମେ ଅମୂଳଙ୍କୁ ଭାଲୁ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲା। ଦିପଚନ ଛଡାଇବା ପାଇଁ ଉଦ୍ୟମ କରୁଥିବା ବେଳେ ସେ ମଧ୍ୟ ଭାଲୁ ଆକ୍ରମଣରେ ଗୁରୁତର ହୋଇଥିଲେ। ଦିପଚନଙ୍କୁ ଆକ୍ରମଣ ସମୟରେ ରକ୍ତାକ୍ତ ହୋଇଥିବା ଅମୂଳ ଉକ୍ତ ଜଙ୍ଗଲରେ ଥିବା ପହରିଆ ଘରକୁ ଦୌଡ଼ି ପଲାଇଥିଲେ। ପହରିଆ ବୁଢା ଗାଁ ଲୋକଙ୍କୁ ଖବର ଦେବା ପରେ ୧୦ରୁ ଊର୍ଦ୍ଧ୍ୱ ଲୋକ ସେମାନଙ୍କୁ ଉଦ୍ଧାର ପାଇଁ ଜଙ୍ଗଲରେ ପହଞ୍ଚତ୍ଲେ। ଭାଲୁ ସେମାନଙ୍କୁ ଆକ୍ରମଣ ପାଇଁ ଦୌଡିବାରୁ ସମସ୍ତେ ଗଛ ଉପରକୁ ଚଢି ଯାଇଥିଲେ। ଭାଲୁ ନିଜ ଛୁଆମାନଙ୍କୁ ରଖି ପଇଁତରା ମାରୁଥିବାରୁ ଗଛରେ ଥିବା ଲୋକେ ତଳକୁ ଓହ୍ଲାଇ ପାରୁ ନ ଥିଲେ। ଦୀର୍ଘ ୩ରୁ ୪ ଘଣ୍ଟା ପରେ ଭାଲୁ ଛୁଆମାନଙ୍କୁ ନେଇ ଏକ ଗଛ ଛାଇରେ ଶୋଇପଡିବାରୁ ଗଛ ଉପରେ ଥିବା ଲୋକମାନେ ଓହ୍ଲାଇ ଖସି ଆସିଥିଲେ। ଗାଁର ୨ଜଣ ବ୍ୟକ୍ତି ଅନ୍ୟ ରାସ୍ତା ଦେଇ ବାଇକ୍‌ରେ ଯାଇ ଗୁରୁତରମାନଙ୍କୁ ଆଣି ସୁନାବେଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ନୂଆପଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

ଶୈବପୀଠ ନିକଟରେ ଅଘଟଣ, ବଜ୍ରପାତରେ ଚାଲିଗଲା ଯୁବତୀଙ୍କ ଜୀବନ, ହଠାତ ଘରୁ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚାଞ୍ଚଡାପଲ୍ଲୀ ଗ୍ରାମର ଜଣେ ଯୁବତୀଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବତୀଜଣକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri