ଅପରାଜିତାଙ୍କ ବିପକ୍ଷରେ ୨ ଯୁବନେତା

ଖୋର୍ଦ୍ଧା,୧୮।୪(ପ୍ରଭାତ ପାଣିଗ୍ରାହୀ)ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ଭାଜପା ଅପରାଜିତା ଷଡ଼ଙ୍ଗୀ, ବିଜେଡି ମନ୍ମଥ ରାଉତରାୟ ଏବଂ କଂଗ୍ରେସ ୟାସିର ନୱାଜଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଦୁଇ ଯୁବ ନେତାଙ୍କ ସହ ଅପରାଜିତାଙ୍କ ମଧ୍ୟରେ ଲଢ଼େଇ ହେବ ବୋଲି କୁହାଯାଉଛି।  ୨୦୧୯ର ଭୁଲ୍‌କୁ ସୁଧାରି ବିଜେଡି ଆଗୁଆ ଷ୍ଟ୍ରାଟେଜି ପ୍ରସ୍ତୁତ କରିଛି। ପ୍ରାର୍ଥୀ ଘୋଷଣାର ୬ମାସ ପୂର୍ବରୁ ଅଘୋଷିତ ଭାବେ ଶ୍ରୀମୟୀ ମିଶ୍ରଙ୍କୁ ନେଇ ଦଳୀୟ ପ୍ରଚାର ପ୍ରସାର ଯୋରସୋର ଚାଲିଥିଲା। ଏପରିକି ବଡ଼ ଶୋଭାଯାତ୍ରାରେ ମଧ୍ୟ ସେ ସାମିଲ ହୋଇ  ବିପକ୍ଷ ନେତାଙ୍କୁ ପ୍ରତ୍ୟୁତ୍ତର ଦେଉଥିଲେ। ତେବେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସାନପୁଅ ମନ୍ମଥ ବିଜେଡିରେ ଯୋଗଦେବାର କେଇ ଘଣ୍ଟା ପରେ ଦଳ ତାଙ୍କୁ ଭୁବନେଶ୍ବର ଲୋକ ସଭା ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ଏହା ପରଠାରୁ ଶ୍ରୀମୟୀ କୁଆଡ଼େ ଗାଏବ ହୋଇଯାଇଥିବା ବେଳେ ଦଳ ଏବେ ତାଙ୍କୁ ନିର୍ବାଚନୀ ଇସ୍ତାହାର ସଦସ୍ୟ କରିଛି। କଂଗ୍ରେସ ଭୋଟକୁ ଚେକ୍‌ ଦେବା ପାଇଁ ବିଜେଡି ମନ୍ମଥଙ୍କୁ ଅସ୍ତ୍ର କରିଥିବା ବେଳେ ୨୦୧୯  ନିର୍ବାଚନରେ ପ୍ରାର୍ଥୀ ଦେଇ ନ ଥିବା କଂଗ୍ରେସ ଏଥର ଯୁବନେତା ୟାସିରଙ୍କ ଉପରେ ଭରସା କରିଛି। ତେଣୁ ଏଥର ଭୁବନେଶ୍ବର ଲୋକ ସଭା ନିର୍ବାଚନ ରୋଚକପୂର୍ଣ୍ଣ ହେବ।
ଭାଜପା ଅପରାଜିତାଙ୍କୁ  ପୁଣି ପ୍ରାର୍ଥୀ କରି ଭୁବନେଶ୍ୱର ଲୋକ ସଭା ଆସନ ଅକ୍ତିଆର କରିବାକୁ ଚାହୁଁଛି। ସେପଟେ  ତାଙ୍କୁ ଟକ୍କର ଦେବା ପାଇଁ  ମନ୍ମଥ ମଇଦାନକୁ ଓହ୍ଲାଇଛନ୍ତି। କିନ୍ତୁ ସେ ରାଜନୀତିରେ ନୂଆ।  ଗତ କିଛିବର୍ଷ ହେବ ସେ ଜଟଣୀ ନାଗରିକ କମିଟି ସଭାପତି ଭାବେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରି ଚର୍ଚ୍ଚାକୁ ଆସିଥିଲେ।  ଅପରାଜିତାଙ୍କୁ ସେ କଡ୍ଡା ଟକ୍କର ଦେବେ ବୋଲି ଦଳ କହୁଥିବା ବେଳେ ତାଙ୍କୁ ନେଇ କର୍ମୀ, ନେତା ଉତ୍ସାହିତ ଅଛନ୍ତି।  ଭୁବନେଶ୍ବରରେ କେତେବେଳେ ପାର୍କ ତ ଆଉ କେତେବେଳେ ବ୍ୟାୟାମାଶାଳାରେ କସରତ କରୁଥିବା ଦେଖିବାକୁ ମିଳୁଛି। ଧାର୍ମିକ ଅନୁଷ୍ଠାନ ବୁଲି ଦର୍ଶନ ସହ ଲୋକଙ୍କ ସହ ଯୋଡି ହେବାକୁ ପ୍ରୟାସ ଜାରି ରଖିଛନ୍ତି। ଅନ୍ୟପଟେ ଅପରାଜିତା ତାଙ୍କ ପ୍ରଚାରକୁ ଜୋରଦାର କରିଛନ୍ତି। ଭୁବନେଶ୍ବରର ଓ୍ବାର୍ଡକୁ ୱାର୍ଡ ବୁଲି ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରୁଛନ୍ତି।
  ନିର୍ବାଚନରେ ପ୍ରାର୍ଥୀ ଦେଇ ନ ଥିବା କଂଗ୍ରେସ ଯୁବ ନେତା ୟାସିର ନୱାଜଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି। ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରସଙ୍ଗ ଉପରେ ସେ ରାଜଧାନୀରେ ଛାତ୍ର ଓ ଯୁବ କଂଗ୍ରେସ କର୍ମୀଙ୍କୁ ନେଇ ସ୍ବର ଉତ୍ତୋଳନ କରି ଆସିଛନ୍ତି।  ପ୍ରାର୍ଥୀ ଘୋଷଣା ପରେ ମନ୍ମଥ ଓ ଅପରାଜିତାଙ୍କୁ ସିଧାସଳଖ ଟାର୍ଗେଟ କରି କହିଛନ୍ତି, ସେମାନେ ସରକାରୀ ଚାକିରି ଛାଡ଼ି ଆସିଛନ୍ତି। କିନ୍ତୁ ସେ ଛାତ୍ର ନେତା। ଛାତ୍ର ଜୀବନରୁ ଲଢି ଆସିଛି। ସେହିପରି ମନ୍ମଥ କୁହନ୍ତି, ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ନବୀନ ସରକାରଙ୍କ ଲୋକପ୍ରିୟତା, ଜନକଲ୍ୟାଣ ଯୋଜନା, ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ରାଜ୍ୟ ପ୍ରଗତି ପଥରେ ଆଗେଇ ଚାଲିଛି। ବିଜେଡି ଏକ ପ୍ରଗତିଶୀଳ ଦଳ।  ବିପୁଳ ଭୋଟ୍‌ ବ୍ୟବଧାନରେ ସେ ବିଜୟୀ ହେବେ ବୋଲି ଆଶା ରଖିଛନ୍ତି ମନ୍ମଥ। ଅପରପକ୍ଷେ ଅପରାଜିତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ ଯୋଜନା, ବିକଶିତ ଭାରତ ଗଠନ ପାଇଁ ଲୋକେ ଭାଜପାକୁ ଚାହଁୁଛନ୍ତି ଏବଂ ଗତ ନିର୍ବାଚନ ପରି ଚଳିତ ନିର୍ବାଚନରେ ତାଙ୍କୁ ବହୁମତ ମିଳିବ ବୋଲି କହୁଛନ୍ତି।
  ଭୁବନେଶ୍ବରରେ ଭାଜପା-ବିଜେଡି ଭିତରେ ଲଢେଇ ଦେଖିବାକୁ ମିଳିଥିଲା ।  ଅପରାଜିତାଙ୍କୁ କଡା ଟକ୍କର ଦେଇଥିଲେ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ। ତେବେ ନିର୍ବାଚନର ଫଳାଫଳ ଭାଜପା ପକ୍ଷରେ ଯାଇଥିଲା। ହେଲେ ସେତେବେଳେ ଭୁବନେଶ୍ବର ଲୋକ ସଭା କ୍ଷେତ୍ରରୁ ପ୍ରାର୍ଥୀ ଦେଇ ନ ଥିଲା ବିରୋଧୀ କଂଗ୍ରେସ। ସିପିଏମ୍‌ର ଜନାର୍ଦ୍ଦନ ପତିଙ୍କୁ କଂଗ୍ରେସ ସମର୍ଥନ କରିଥିଲା। ଚଳିତ ଥର ୟାସିର ପ୍ରାର୍ଥୀ ହୋଇଥିବାରୁ ଲଢ଼େଇ ତ୍ରିମୁଖୀ ହେବ ବୋଲି ସମୀକ୍ଷକମାନେ ମତ ଦେଉଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri