ଦୁର୍ଲଭ ବୃକ୍ଷ ଗବେଷଣାରେ ୨ ଯୁବ ଓଡ଼ିଆ

ପୁରୀ ଅଫିସ,୨୫।୭: ହିମାଳୟ ପାଦଦେଶର ଘଞ୍ଚ ଜଙ୍ଗଲରେ ବିଲୁପ୍ତ ପ୍ରାୟ ଔଷଧୀୟ ବୃକ୍ଷରାଜିର ଅନୁସନ୍ଧାନ କରୁଛନ୍ତି ଦୁଇଜଣ ଓଡ଼ିଆ ଯୁବ ଗବେଷକ। ସେମାନେ ହେଲେ ପୁରୀର ବିଭୂତି ଭୂଷଣ ଚମ୍ପତି ଓ ଯାଜପୁରର ପ୍ରଭାତ କୁମାର ଦାସ। ଭାରତ ସରକାରଙ୍କ ଜୈବ ପ୍ରଯୁକ୍ତି ବିଜ୍ଞାନ ବିଭାଗର ଏକ ପ୍ରକଳ୍ପ ଅଧୀନରେ ଏହି ଗବେଷଣା କରାଯାଉଛି। ଏହି ପ୍ରକଳ୍ପ ଅନ୍ତର୍ଗତ ପ୍ରଥମ ସୋପାନରେ ହିମାଳୟର ପାର୍ବତ୍ୟାଞ୍ଚଳରୁ ଗବେଷକମାନେ ବୃକ୍ଷ ନମୁନା ସଂଗ୍ରହ କରିଛନ୍ତି। ଭୁବନେଶ୍ୱରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଏହି ଦୁଇ ଯୁବ ଗବେଷକଙ୍କୁ ପ୍ରକଳ୍ପର ଏକ ସହଯୋଗୀ କେନ୍ଦ୍ରୀୟ ଅନୁଷ୍ଠାନ ହିମାଳୟ ବନ ଅନୁସନ୍ଧାନ ପ୍ରତିଷ୍ଠାନ ସହାୟତା ଯୋଗାଇ ଦେଉଛି। ପ୍ରାଧ୍ୟାପକ ଡ. ପ୍ରତାପ ଚନ୍ଦ୍ର ପଣ୍ଡାଙ୍କ ତତ୍ତ୍ୱାବଧାନରେ ପ୍ରକଳ୍ପଟି ଚାଲିଛି। ସମ୍ପୃକ୍ତ ଔଷଧୀୟ ବୃକ୍ଷର ସନ୍ଧାନ ପରେ ଏହାର ସଂରକ୍ଷଣ ଉପରେ କାର୍ଯ୍ୟ କରାଯିବ। ବିଭିନ୍ନ ଋତୁରେ ଏହି ବୃକ୍ଷର ସ୍ଥିତି ଓ ପରିବର୍ତ୍ତନ ସମ୍ପର୍କରେ ପ୍ରଥମେ ଜାଣିବାକୁ ଚେଷ୍ଟା କରାଯାଉଛି। ଋତୁ ଅନୁଯାୟୀ ଏହି ବୃକ୍ଷର ସହନଶୀଳତା ମାତ୍ରା କମ୍‌, ବେଶୀ ହୋଇଥାଏ। ଏଣୁ ଏ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରାଯିବ। ଏହି ବୃକ୍ଷ ହିମାଳୟର ପ୍ରାକୃତିକ ପରିବେଶରେ ବଢ଼ିଥାଆନ୍ତି। ଏହାର କଳ୍ପନାତୀତ ଔଷଧୀୟ ଗୁଣ ରହିଛି। ଏବେ ଏସବୁ ଦୁର୍ଲଭ ହେଲାଣି। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ବ୍ୟବହୃତ ଔଷଧରେ ଏହାର ମିଶ୍ରଣ କରାଯାଏ। ମଧୁମେହ ଏବଂ କର୍କଟ ରୋଗର ପ୍ରତିରୋଧକ ଓ ପ୍ରତିଷେଧକ ପ୍ରସ୍ତୁତିରେ ଏହି ବୃକ୍ଷର ଅଂଶବିଶେଷ ବ୍ୟବହାର ହୋଇଥାଏ। ଏହି ବୃକ୍ଷ ବିଶ୍ୱସ୍ତରରେ ମାନ୍ୟତାପ୍ରାପ୍ତ ହୋଇଥିଲେ ମଧ୍ୟ ଏହାର ନାମକୁ ସାର୍ବଜନୀନ କରାଯାଇପାରିବ ନାହିଁ। ଜୈବ ପ୍ରଯୁକ୍ତି ବିଜ୍ଞାନର ବିନା ଅନୁମତିରେ ଗବେଷଣା ସମୟରେ ବୃକ୍ଷ ସମ୍ପର୍କରେ କୁହାଯାଇପାରିବ ନାହିଁ ବୋଲି ବିଭୂତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri