୨ ବର୍ଷ ଗଲାନି,କାନ୍ଥ ଫାଟି ଆଁ

ଯାଜପୁର,୨୦ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ପୂର୍ତ୍ତ ବିଭାଗରେ ବିନା ଟେଣ୍ଡରରେ ଶତାଧିକ ପ୍ରକଳ୍ପ ଅନୁଗତ ଠିକାଦାରମାନଙ୍କ ହାତକୁ ଟେକି ଦିଆଯାଇଛି। ସରକାରଙ୍କ ନିର୍ଦ୍ଦେଶନାମାକୁ ଖୋଲାଖୋଲି ଉଲ୍ଲଂଘନ କରି ଏହି ବିଭାଗ ଏଫ୍‌-ଟୁ ଆଳରେ ଅନେକ କୋଟି ଟଙ୍କା ହରିଲୁଟ କରିଥିବା ଅଭିଯୋଗ ହୋଇଛି। ଯାହାର ଏକ ସଦ୍ୟ ଉଦାହରଣ ଷଠିପୁର ଠାରୁ ଯାଜପୁର ସହରର ପ୍ରବେଶ ପଥ ରାସ୍ତା ବାମପାର୍ଶ୍ୱରେ ନିର୍ମାଣ ହୋଇଥିବା ସୁରକ୍ଷା କାନ୍ଥକୁ ଦେଖିଲେ ସ୍ପଷ୍ଟ ବାରି ହେଉଛି। ପ୍ରାୟ ଅଢେଇ କୋଟି ଟଙ୍କାର ଅନୁଦାନକୁ ୪୯ଟି ଏଫ୍‌-ଟୁ କରି ଠିକାଦାରମାନଙ୍କୁ ସନ୍ତୁଷ୍ଟ କରାଯାଇଛି। ଏହି ପ୍ରକଳ୍ପଗୁଡିକ କାର୍ଯ୍ୟ ଏତେ ନିମ୍ନମାନର ହୋଇଛି ଯେ, ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହେବା ସହ ସୁରକ୍ଷା କାନ୍ଥଟି ରାସ୍ତାକଡ଼କୁ ନଇଁ ପଥଚାରୀଙ୍କ ପାଇଁ ବିପଦସଙ୍କୁଳ ଅବସ୍ଥାରେ ରହିଛି। କେତେବେଳେ ଯେ ଏହି କାନ୍ଥ ଭୁଶୁଡ଼ି ପଡି ଲୋକଙ୍କ ଧନଜୀବନ ହାନୀ କରିବ ତାହା କହିବା କଷ୍ଟକର ହୋଇଛି। ଏଥିରେ ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାରମାନେ ମିଳିମିଶି ନିରୀକ୍ଷଣକାରୀ ଅଧିକାରୀଙ୍କୁ ମୋଟା ଅଙ୍କର ପରସେଣ୍ଟେଜ(ପିସି) ଦେଇ ମୋଟ ଅନୁଦାନର ସିଂହଭାଗ ଚଳୁ କରିଥିବା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।
ଗୋଟିଏ ପ୍ରକଳ୍ପର ପରିମାଣ ୫ ଲକ୍ଷ ଟଙ୍କାରୁ ଅଧିକ ହେଲେ ଅନ୍‌ଲାଇନ ଟେଣ୍ଡର କରି ଠିକାଦାରଙ୍କଠାରୁ ଫି ବାବଦରେ ସରକାର ବିପୁଳ ଟଙ୍କାର ରାଜସ୍ବ ପାଇଥାନ୍ତି। କିନ୍ତୁ ଯାଜପୁର ଜିଲାର ପୂର୍ତ୍ତ ବିଭାଗର କେତେଜଣ ଦୁର୍ନୀତିଖୋର ଉଚ୍ଚ କର୍ତ୍ତୃପକ୍ଷ ଏଭଳି ରାଜସ୍ବକୁ ଫାଙ୍କି ଦେଉଥିବାବେଳେ ଠିକାଦାର ଓ ଯନ୍ତ୍ରୀ ଗୁପ୍ତ ଟେଣ୍ଡର କରି ବେଶ୍‌ ମାଲାମାଲ୍‌ ହେଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ବିଶେଷ କରି ଯାଜପୁର, ଚଣ୍ଡିଖୋଲ ଓ ବିଞ୍ଝାରପୁର ଉପଖଣ୍ଡରେ ଅନେକ କୋଟି ଟଙ୍କାର ପ୍ରକଳ୍ପକୁ ଶତାଧିକ ଏଫ୍‌-ଟୁ କରାଯାଇ ହରିଲୁଟ କରାଯାଇଥିବା ଅଭିଯୋଗ ହେଉଛି। ସରକାରୀ ଗାଇଡ୍‌ ଲାଇନ ଅନୁଯାୟୀ ୫ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ର୍ ପ୍ରକଳ୍ପରେ ଟେଣ୍ଡର ଜରିଆରେ ଠିକା ଦେବା କଥା। ହେଲେ ଜିଲାର ଏକାଧିକ ପ୍ରକଳ୍ପରେ ୨୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ ହେଉଥିବା ବେଳେ ଟେଣ୍ଡର ନ କରି ନିଜ ଅନୁଗତ ଠିକାଦାରମାନଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ଯାଜପୁର ମୁଖ୍ୟ କେନାଲ ପାର୍ଶ୍ୱରେ ଚେକ୍‌ଗେଟ୍‌ ଠାରୁ ମୋକେଇପୁର ପର୍ଯ୍ୟନ୍ତ ପ୍ରାୟ ଅଢେଇ କିମି ଲମ୍ବର ଏକ କାନ୍ଥ ୨ ବର୍ଷ ତଳେ ନିର୍ମାଣ ହୋଇଛି। କିନ୍ତୁ ଏହି ପ୍ରକଳ୍ପ ନିର୍ମାଣର ୨ବର୍ଷ ନ ପୂରୁଣୁ ବଡବଡ ଫାଟ ସୃଷ୍ଟି ହୋଇଛି । ଏପରି କି କେତେକ ସ୍ଥାନରେ କାନ୍ଥ ରାସ୍ତା କଡକୁ ନଇଁ ପଡିଛି। ଯାହାକି ଲଗାଣ ବର୍ଷା ହେଲେ ଭୁଶୁଡି ପଡିବାର ଆଶଙ୍କା ସୃଷ୍ଟି ହୋଇଛି। ତେବେ ଏହି କାନ୍ଥ କଣ ପାଇଁ କେଉଁ ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଥିଲା ତାହା ସହରବାସୀ ଏଯାଏ ଜାଣି ପାରିନାହାନ୍ତି। ଯଦି ସହର ପ୍ରବେଶ ପଥରେ ଏଭଳି ନିମ୍ନମାନର କାମ ଦେଖିବାକୁ ମିଳୁଛି ତେବେ ସହର ଭିତରେ ନିର୍ମାଣାଧୀନ ଏକାଧିକ ପ୍ରକଳ୍ପରେ ଅନୁରୂପ ଭାବେ ଅନିୟମିତତା ହେଉଥିବା ସନ୍ଦେହ କରାଯାଇଛି। ଏହି ସୁରକ୍ଷା କାନ୍ଥ ଉପରେ ପାଣିକୋଇଲି ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ସହରବାସୀ ଦାବି କରି ଆସୁଛନ୍ତି। ହେଲେ ପୂର୍ତ୍ତ ବିଭାଗରେ ପିସି କାରବାର ଏତେ ଅଣାୟତ୍ତ ହୋଇଛି ଯେ, ତଦନ୍ତ କ’ଣ କରିବେ ଓଲଟା ଦୁର୍ନୀତିକୁ ପ୍ରୋତ୍ସାହିତ କରାଯାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି।
ଏ ସକ୍ରାନ୍ତରେ ଯାଜପୁର ପୂର୍ତ୍ତ ବିଭାଗ ଉପଖଣ୍ଡର ଏସ୍‌ଡିଓ ଭାଗିରଥି ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଗଛ ଚେର ବଢିବା ଯୋଗୁ କାନ୍ଥରେ ଫାଟ ସୃଷ୍ଟି ହୋଇଛି। ଏଥିରେ କୌଣସି ଦୁର୍ନୀତି ହୋଇନାହିଁ। ତେଣୁ ଆଗାମୀ ଦିନରେ ଗଛ ଚେର କଟାଯିବା ସହ ପୁଣି ସେଠାରେ ଏକ ସୁରକ୍ଷା କାନ୍ଥ ନିର୍ମାଣ କରିବାକୁ ଯୋଜନା ରହିଛି। ଏହି ପ୍ରକଳ୍ପ ତାଙ୍କ ସମୟରେ ନିର୍ମାଣ ହୋଇନାହିଁ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri