ବାରିପଦା,୨୬।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶାମାଖୁଂଟା ବ୍ଲକ ଶିମିଳିପାଳ ପାଦଦେଶ ସୀତାକୁଣ୍ଡରେ ବୁଡ଼ିଗଲେ ୨ ପର୍ଯ୍ୟଟକ । ତେବେ ବର୍ତ୍ତମାନ ସେମାନଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଦ୍ବୟ ଭଦ୍ରକ ଜିଲାର ବୋଲି ଜଣାପଡିଛି । ବୁଡ଼ି ଯିବା ନେଇ ଦମକଳବାହିନୀକୁ ଖବର ଦେବା ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିବା ବେଳେ ମୃତଦେହ ଉଦ୍ଧାର କରାଯାଇଛି ।
ସୂଚନାଯୋଗ୍ୟ, ପିକନିକ କରିବା ପାଇଁ ଭଦ୍ରକ ଜିଲାରୁ କିଛି ପର୍ଯ୍ୟଟକ ସୀତାକୁଣ୍ଡ ଜଳପ୍ରପାତ ଆସିଥିଲେ । ତେବେ ତିନିଜଣଙ୍କ ଗୋଡ ଖସିଯାଇଥିଲା । ଫଳରେ ତିନି ଜଣ ପାଣିରେ ବୁଡି ଯାଇଥିଲେ । ଏହାପରେ ସଙ୍ଗେସଙ୍ଗେ ଜଣକୁ ଉଦ୍ଧାର କରାଯାଇଥିଲା । କୁଣ୍ଡର ପାଣି ଗହୀର ଓ ପ୍ରବଳ ଥଣ୍ଡା ଥିବାରୁ ଅନ୍ୟ ପର୍ଯ୍ୟଟକ ଦ୍ବୟଙ୍କୁ ଉଦ୍ଧାର କରିପାରିନଥିଲେ । ଦମକଳବାହୀନି ଖୋଜାଖୋଜି କରିବା ସମୟରେ ସେମାନଙ୍କର ମୃତଦେହ ମିଳିଛି ।ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । କେଉଁ କାରଣ ପାଇଁ ଏଭଳି ଅଘଟଣ ଘଟିଗଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।