୨୦ ଦିନରେ ଗ୍ରାମରୁ ୨ ଥର ଚୋରି

ରଣପୁର,୧୭ା୩(ସ୍ବ.ପ୍ର.): ଗୋଟିଏ ଗ୍ରାମରେ ୨୦ଦିନ ଭିତରେ ୨ଥର ଚୋରି ହୋଇଛି। ଚୋରମାନେ ଘର ବାରିପଟେ ପଶି ୨ ପରିବାରର ଟଙ୍କା ସୁନା ଚୋରି କରି ନେଇ ଯାଇଛନ୍ତି। ସ୍ଥାନୀୟ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଚୋରମାନଙ୍କ ଟେର ପାଇ ପାରୁନାହିଁ। ଚୋରମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ କରି ଚୋରି କରି ଚାଲିଛନ୍ତି ବୋଲି ଏଠାରେ ଆଲୋଚନା ଜୋର ଧରିଛି।
ନୟାଗଡ଼ ଜିଲା ରଣପୁର ଥାନା ଅଧୀନ ଲେଖନପୁର ଗ୍ରାମରେ ଗତ ୨୩ ତାରିଖରେ ଚିନ୍ତାମଣି ମହାରଣାଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାରୁପା ଅଳଙ୍କାର ସହିତ ୬୦ ହଜାର ଟଙ୍କା ଚୋରମାନେ ଲୁଟି ନେଇଥିଲେ। ଏହି ଘଟଣାର ୨୦ଦିନ ନ ପୂରୁଣୁ ପୁଣି ସେହି ଗ୍ରାମର ପ୍ରଫୁଲ କୁମାର ସାହୁଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରମାନେ କଳାକନା ବୁଲାଇଛନ୍ତି। ପରିବାର ଲୋକମାନେ ଶୋଇଥିବା ସୁଯୋଗ ନେଇ ଚୋରମାନେ ବାରିପଟେ କବାଟ ଭାଙ୍ଗି ଘରେ ପଶି ଥିଲେ। ପରିବାରର ସଦ୍ୟସ୍ୟମାନେ ଅନ୍ୟ ଘରେ ଶୋଇଥିଲେ। ସେହି ଘରର କବାଟ ବାହାର ପଟୁ ବନ୍ଦ କରି ଅନ୍ୟଏକ ଘରେ ଥିବା ଆଟାଚ ଓ କାଠ ଆଲମିରାକୁ ଭାଙ୍ଗି ସେଥିରେ ଥିବା ପ୍ରାୟ ବିଭିନ୍ନ ସୁନା ଅଳଙ୍କାର ଓ ନଗଦ ଟଙ୍କା ନେଇ ଯାଇଛନ୍ତି। ଅଳଙ୍କାର ଓ ଟଙ୍କା ନେବା ପରେ ସେହି ଆଟାଚକୁ ବାରିପଟ ବିଲ ମଝିରେ ପକାଇଦେଇଛନ୍ତି। ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା (ନଂ.୬୯/୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ହେଲେ ଚୋରମାନଙ୍କ କୌଣସି ଟେର ମିଳି ପାରିନାହିଁ। ଏହି ଘଟଣାକୁ ନେଇ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ପୋଲିସ ରାତିରେ ପାଟ୍ରୋଲିଂ ବ୍ୟବସ୍ଥା ବଢ଼ାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ରେମଣ୍ଡର ପୂର୍ବତନ ଅଧ୍ୟକ୍ଷ ବିଜୟପତ ସିଂଘାନିଆଙ୍କ ପରଲୋକ, ପଛରେ ଛାଡି ଗଲେ ଏତେ କୋଟି ଟଙ୍କାର ସମ୍ପତ୍ତି

ମୁମ୍ବାଇ,୨୯।୩: ରେମଣ୍ଡ ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ଏବଂ ଜଣେ ପ୍ରବୀଣ ଶିଳ୍ପପତି ବିଜୟପତ ସିଂଘାନିଆଙ୍କର ଶନିବାର ସାରେ ମୁମ୍ବାଇରେ ୮୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ…

ଓକିଲ ସଂଘ ନିର୍ବାଚନ: ସଭାପତି ହେଲେ ନିର୍ବାଚନ କେଶରୀ ଭୋଇ…

ଜି.ଉଦୟଗିରି,୨୯।୩(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି): ସ୍ଥାନୀୟ ଜେଏମଏଫସି କୋର୍ଟ ପରିସରରେ ଶନିବାର ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି। ଆଇନଜୀବୀ ରାମାରାଓ ନାୟକ…

ଘରେ ପେଟ୍ରୋଲ ରଖୁଛନ୍ତି କି? ହୋଇପାରେ ଜେଲ, ଜାଣନ୍ତୁ କଡ଼ା ନିୟମ…

ନୂଆଦିଲ୍‌ଲୀ,୨୯।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଦେଶର କିଛି ସ୍ଥାନରେ ପେଟ୍ରୋଲ ଉପଲବ୍ଧତାକୁ ନେଇ ଚିନ୍ତାର ବାତାବରଣ ପରିଲକ୍ଷିତ ହେଉଛି। ଅନେକ ସ୍ଥାନରେ, ଲୋକମାନେ ଲମ୍ୱା…

ମିଳୁନି ଗ୍ୟାସ: ଚୁଲି ମୁହାଁ ଲୋକେ 

ଭଞ୍ଜନଗର,୨୯।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ରୋଷେଇ ଘର ଉପରେ ମଧ୍ୟ ପଡିଛି। ଗଞ୍ଜାମ  ଜିଲା ଭଞ୍ଜନଗର ଅଞ୍ଚଳରେ ରନ୍ଧନ…

ଇରାନକୁ ଧ୍ୱଂସ କରିବାକୁ ଆମେରିକାର ‘ମାଷ୍ଟର ପ୍ଲାନ’, ସପ୍ତାହେ ହେବ ଚାଲିଛି ଯୋଜନା, ଜାଣନ୍ତୁ କ’ଣ କରିବେ ଟ୍ରମ୍ପ

ଓ୍ବାଶିଂଟନ,୨୯।୩: ଇରାନ ସହିତ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, ଆମେରିକା ଏବେ ସ୍ଥଳ ସାମରିକ ଅଭିଯାନ ପାଇଁ ପ୍ରସ୍ତୁତ ହେଉଛି। ଦି ୱାଶିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ,…

ମାଛ ପାଇଁ ଖୋଳିଥିବା ଗାତରେ ପଡ଼ିଲେ ନିଜେ, ମାଛ ମାରିବା ପୂର୍ବରୁ  ନିଜେ ହେଲେ ଗୁରୁତର 

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଜଣେ ଯୁବକ ମାଛ ମାରିବାକୁ ବିସ୍ପୋରକ ବ୍ୟବହାର କରୁଥିବା ବେଳେ ମାଛ ମାରିବା ପୁର୍ବରୁ…

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri