୧୯୦ ପିଲାଙ୍କୁ ୨ ଶିକ୍ଷକ

ବଇଣ୍ଡା,୧୨। ୮ (ପରିକ୍ଷୀତ ସାହୁ): ଶିକ୍ଷାର ବିକାଶ ହେବ। ଛାତ୍ରୀଛାତ୍ରମାନେ ସ୍ମାର୍ଟସ୍କୁଲରେ ପାଠ ପଢ଼ିବେ । ଏନେଇ ସରକାର କୋଟି କୋଟି ଟଙ୍କା ବିନିଯୋଗ କରି ପୁରାତନ ବିଦ୍ୟାଳୟଗୁଡିକ ରୂପାନ୍ତରଣ କରିଛନ୍ତି । ଅନୁଗୋଳ ଜିଲାରେ ମଧ୍ୟ ବହୁ ସ୍କୁଲ ରୂପାନ୍ତରିତ କରାଯାଉଛି। ହେଲେ ଅନେକ ସ୍କୁଲରେ ଶିକ୍ଷକ ଅଭାବ ଯୋଗୁଁ ଏବେ ପାଠପଢାରେ ବ୍ୟାପକ ଅସୁବିଧାର ସମୁଖୀନ ହେବାକୁ ପଡୁଛି, ଯାହା ଆଠମଲ୍ଲିକ ବ୍ଲକ ଆମ୍ବସରମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଏହି ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନଥିବା ଯୋଗୁଁ ଏବେ ଶିକ୍ଷାଦାନ ବିପର୍ଯସ୍ଥ ହୋଇପଡିଛି ।ା’ ପଡ଼ିଥିବା ସମସ୍ତ ଶିକ୍ଷକ ପଦବୀ ପୂରଣ କରିବା ସହ ବିଦ୍ୟାଳୟରେ ଲାଗିରହିଥିବା ସମସ୍ୟାଗୁଡିକ ସମାଧାନ ଶୀଘ୍ର କରିବା ପାଇଁ ଆମ୍ବସରମୁଣ୍ଡା ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟି ବହୁବାର ଜିଲା ଶିକ୍ଷା ବିଭାଗଠାରୁ ଆରମ୍ଭ କରି ସରକାରଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହି । ଏ ନେଇ ପୁଣି ଶନିବାର ଗ୍ରାମବାସୀଙ୍କ ପକ୍ଷରୁ ଜିଲାପାଳଙ୍କଠାରେ ଅଭିଯୋଗ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି ।ରାପ ଏହାର ଏକ ନକଲ ଶିକ୍ଷାମନ୍ତ୍ରୀ, ଶିକ୍ଷାସଚିବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଅନୁଗୋଳ ଜିଲା ଶିକ୍ଷାଧିକାରୀଙ୍କୁ ପ୍ରଦାନ କରିଛନ୍ତି। ଗ୍ରାମବାସୀ କହିବା ଅନୁଯାୟୀ ୧୯୮୪ ମସିହାରେ ଗ୍ରାମବାସୀ ବିଦ୍ୟାଳୟ ସ୍ଥାପନ କରିଥିଲେ। ଦୀର୍ଘ ୨ ବର୍ଷ ହେବ ବିଦ୍ୟାଳୟରେ ଅନେକ ଶିକ୍ଷକ ପଦବୀ ଖାଲିପଡିଛି । ୨୦୨୩ ଶିକ୍ଷା ବର୍ଷରେ ବିଦ୍ୟାଳୟରେ ୧୯୦ ଛାତ୍ରୀଛାତ୍ର ପାଠ ପଢୁଥିବା ବେଳେ ଶିକ୍ଷକ ପଦବୀ ଖାଲିପଡିଥିବା ଯୋଗୁଁ ଚଳିତ ବର୍ଷ ୩୦ ଛାତ୍ରୀଛାତ୍ର ଟିସି ନେଇ ଅନ୍ୟ ବିଦ୍ୟାଳୟରେ ନାମ ଲେଖାଇଛନ୍ତି। ଦୀର୍ଘ ଦିନ ହେବ ମାତ୍ର ୨ ଜଣ ଶିକ୍ଷକ ପାଠ ପଢ଼ାଉଛନ୍ତି। ବିଦ୍ୟାଳୟରେ ୮ ଜଣ ଶିକ୍ଷକ ଆବଶ୍ୟକ ଥିବାବେଳେ ମାତ୍ର ୨ ଜଣ ଅଛନ୍ତି। ପ୍ରଧାନ ଶିକ୍ଷକ ପଦବୀ ମଧ୍ୟ ଦୀର୍ଘ ବର୍ଷ ହେବ ଖାଲିପଡିଛି । ଏ ନେଇ ଅଭିଭାବକ ବୈଠକରେ ଶିକ୍ଷକ ଅଭାବକୁ ନେଇ ଅସନ୍ତୋଷ ଦେଖାଯାଇଥିଲା। ଏଠାରେ ଥିବା ଛାତ୍ରୀ ନିବାସରେ ୧୪୦ ଛାତ୍ରୀ ରହୁଛନ୍ତି। ଦୀର୍ଘ ବର୍ଷ ହେବ ମାଟ୍ରନ ପଦବୀ ଖାଲି ପଡିଥିବା ଯୋଗୁଁ ଛାତ୍ରୀମାନେ ନିଜକୁ ସୁରକ୍ଷିତ ମନେ କରୁନାହ।ନ୍ତି । ସେହିପରି ବିଦ୍ୟାଳୟର କିରାଣି ପଦବୀ ଖାଲି ପଡିଥିବା ଯୋଗୁଁ କୌଣସି କାର୍ଯ ହୋଇପାରୁନାହିଁ । ପିଅନ ପଦବୀ ମଧ୍ୟ ପୂରଣ ହୋଇପାରୁନି। ସେହିପରି ଖେଳ ଶିକ୍ଷକ ନ ଥିବାରୁ କ୍ରିଡାର ବିକାଶ ହୋଇପାରୁନାହିଁ। ଏନେଇ ଆମ୍ବସରମୁଣ୍ଡା ଗ୍ରାମବାସୀ ପୂର୍ବରୁ ବହୁବାର ଜିଲାପାଳଙ୍କ ଠାରୁ ଆରମ୍ଭ କରି ଶିକ୍ଷାମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳୁନାହିଁ। ତୁରନ୍ତ ଜିଲା ପ୍ରଶାସନ ପଦକ୍ଷେପ ନେଇ ଖାଲି ପଡିଥିବା ଶିକ୍ଷକ, କର୍ମଚାରୀ ନିଯୁକ୍ତ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ଏକ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri